୨୪ ଘଣ୍ଟା ମଧ୍ୟରେ ଯାଇପାରେ ୟେଦ୍ୟୁରପ୍ପାଙ୍କ ମୁଖ୍ୟମନ୍ତ୍ରୀ ଚୌକି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ବି.ଏସ୍ ୟେଦ୍ୟୁରପ୍ପା ଶପଥ ଗ୍ରହଣ କରିଛନ୍ତି। ହେଲେ ୨୪ ଘଣ୍ଟା ମଧ୍ୟରେ ତାଙ୍କ ପଦ ଚାଲିଯାଇ ପାରେ ବୋଲି ଆଲୋଚନା ହେଉଛି। କାରଣ ରାଜ୍ୟପାଳଙ୍କୁ ଦୁଇଟି ଚିଠି ଲେଖି ୟେଦ୍ୟୁରପ୍ପା ସରକାର ଗଠନ କରିବାକୁ ଦାବି କରିଥିଲେ।  ଏଥିରେ ସେ ତାଙ୍କ ପାଖରେ ଥିବା ବିଧାୟକଙ୍କ ସମର୍ଥନ ତାଲିକା ଦେଇଥିଲେ। ଉକ୍ତ ଦୁଇଟି ଚିଠିକୁ ଆଜି ସାଢ଼େ ୧୦ଟା ସୁଦ୍ଧା ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାର […]

yeddyurappa

Rakesh Mallick
  • Published: Thursday, 17 May 2018
  • , Updated: 17 May 2018, 03:24 PM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ବି.ଏସ୍ ୟେଦ୍ୟୁରପ୍ପା ଶପଥ ଗ୍ରହଣ କରିଛନ୍ତି। ହେଲେ ୨୪ ଘଣ୍ଟା ମଧ୍ୟରେ ତାଙ୍କ ପଦ ଚାଲିଯାଇ ପାରେ ବୋଲି ଆଲୋଚନା ହେଉଛି। କାରଣ ରାଜ୍ୟପାଳଙ୍କୁ ଦୁଇଟି ଚିଠି ଲେଖି ୟେଦ୍ୟୁରପ୍ପା ସରକାର ଗଠନ କରିବାକୁ ଦାବି କରିଥିଲେ।  ଏଥିରେ ସେ ତାଙ୍କ ପାଖରେ ଥିବା ବିଧାୟକଙ୍କ ସମର୍ଥନ ତାଲିକା ଦେଇଥିଲେ। ଉକ୍ତ ଦୁଇଟି ଚିଠିକୁ ଆଜି ସାଢ଼େ ୧୦ଟା ସୁଦ୍ଧା ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଶୁଣାଣି ଆସନ୍ତାକାଲି ହେବ। ଯଦି କୋର୍ଟ ଅନୁଭବ କରନ୍ତି ୟେଦ୍ୟୁରପ୍ପାଙ୍କ ପାଖରେ ଆବଶ୍ୟକ ବହୁମତ ନାହିଁ ବୋଲି ତାଙ୍କୁ ପଦ ଛାଡିବାକୁ ପଡ଼ିପାରେ।

ସୂଚନାଯୋଗ୍ୟ, ୨୨୨ ସିଟ୍‌ ପାଇଁ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିକୁ ୧୦୪ ସିଟ୍ ମିଳିଛି। ବହୁମତଠାରୁ ୮ ଜଣ ବିଧାୟକ କମ୍ ରହିଛନ୍ତି। କଂଗ୍ରେସକୁ ୭୮ ଓ ଜେଡିଏସ୍‌ ୩୭, ବସପା ୨ ଓ ଅନ୍ୟାନ୍ୟ ଦଳକୁ ୨ଟି ସିଟ୍‌ ମିଳିଛି। ତେବେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଉଭୟ କଂଗ୍ରେସ ଓ ଜେଡିଏସ୍‌ ହାତ ମିଳାଇଛନ୍ତି।

ଅନ୍ୟପକ୍ଷରେ ଅଧିକ ସିଟ୍ ପାଇ ବିଜେପି ସରକାର ଗଠନ କରିବାକୁ ଦାବି କରିଥିଲା। ସେହିଭଳି ଜେଡିଏସ୍‌ ଓ କଂଗ୍ରେସ ମେଣ୍ଟ କରି ଅଧିକ ବିଧାୟକ ସଂଖ୍ୟା ଥିବା କହି ସରକାର ଗଠନ କରିବାକୁ ଦାବି କରିଥିଲେ। ଗତକାଲି ସନ୍ଧ୍ୟାରେ କର୍ଣ୍ଣାଟକ ରାଜ୍ୟପାଳ ବିଜେପିକୁ ସରକାର ଗଠନ ପାଇଁ ଡାକିଥିଲେ। ଏହାସହ ୧୫ ଦିନ ମଧ୍ୟରେ ନିଜର ବହୁମତ ସାବ୍ୟସ୍ତ କରିବାକୁ ସମୟ ଦେଇଥିଲେ। ଯାହାକୁ ବିରୋଧ କରି କଂଗ୍ରେସ୍‌ ଓ ଜେଡିଏସ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତକାଲି ରାତିରେ କୋର୍ଟ ଏହାର ଶୁଣାଣି କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଶୁଣାଣି ହୋଇଥିଲା। ଦୁଇ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ୟେଦ୍ୟୁରପ୍ପାଙ୍କ ଶପଥ ଗ୍ରହଣ ଉପରେ ରୋକ୍‌ ଲଗାଇବାକୁ ମନା କରିଦେଇଥିଲେ। ହେଲେ ଗୁରୁବାର ସାଢେ ୧୦ଟା ସୁଦ୍ଧା ସମର୍ଥକ ବିଧାୟକଙ୍କ ତାଲିକା ଦେବାକୁ ବିଜେପିକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ବିଜେପି ଏଥିରେ ବିଫଳ ହୁଏ, ତେବେ ୟେଦ୍ୟୁରପ୍ପାଙ୍କୁ ପୁଣି ଥରେ ପଦ ଛାଡିବାକୁ  ପଡ଼ିପାରେ।

ଏହାପୂର୍ବରୁ ୨୦୦୭ ମସିହାରେ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ବହୁମତ ଦେଖାଇ ନପାରିବାରୁ ୭ ଦିନ ମଧ୍ୟରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଚୌକି  ଛାଡ଼ିବାକୁ ପଡ଼ିଥିଲା।

Related story