ବିଏସ୍‌ଏନ୍‌ଏଲ୍‌ ଆଣୁଛି ଶସ୍ତା ଫୋନ୍‌, ୯୭ ଟଙ୍କାରେ ଅନଲିମିଟେଡ୍ କଲ୍‌ ଏବଂ ଡାଟା

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତିଦିନ ରିଲାଏନ୍ସ ଜିଓ ଓ ଏୟାରଟେଲ୍‌ ନୂଆନୂଆ ଅଫର ଛାଡ଼ୁଛନ୍ତି। ତେବେ ସେମାନଙ୍କୁ ଟକ୍କର ଦେବା ପାଇଁ ବିଏସ୍‌ଏନ୍‌ଏଲ ଆଣୁଛି ଶସ୍ତା ଫୋନ୍‌। ଏହି ଫୋନ୍‌ର ନାଁ ହେଉଛି Bharat-1।   ଅକ୍ଟୋବର ୨୦ ତାରିଖରେ ଏହି ଫୋନ୍‌ ଲଞ୍ଚ ହେବ। ମାଇକ୍ରୋମାକ୍ସ ସହିତ ମିଶି ବିଏସ୍‌ଏଲ୍‌ ଏହି 4-G ମୋବାଇ ଲଞ୍ଚ କରିବାକୁ ଯାଉଛି। ଏହି ଫୋନ୍‌ ସହିତ ୯୭ ଟଙ୍କା ମାସିକ ପ୍ଲାନ୍‌ ମଧ୍ୟ ରହିଛି। ଏହାଦ୍ୱାରା ସମସ୍ତ […]

Rakesh Mallick
  • Published: Wednesday, 18 October 2017
  • Updated: 18 October 2017, 04:52 PM IST

Sports

Latest News

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତିଦିନ ରିଲାଏନ୍ସ ଜିଓ ଓ ଏୟାରଟେଲ୍‌ ନୂଆନୂଆ ଅଫର ଛାଡ଼ୁଛନ୍ତି। ତେବେ ସେମାନଙ୍କୁ ଟକ୍କର ଦେବା ପାଇଁ ବିଏସ୍‌ଏନ୍‌ଏଲ ଆଣୁଛି ଶସ୍ତା ଫୋନ୍‌। ଏହି ଫୋନ୍‌ର ନାଁ ହେଉଛି Bharat-1।   ଅକ୍ଟୋବର ୨୦ ତାରିଖରେ ଏହି ଫୋନ୍‌ ଲଞ୍ଚ ହେବ। ମାଇକ୍ରୋମାକ୍ସ ସହିତ ମିଶି ବିଏସ୍‌ଏଲ୍‌ ଏହି 4-G ମୋବାଇ ଲଞ୍ଚ କରିବାକୁ ଯାଉଛି। ଏହି ଫୋନ୍‌ ସହିତ ୯୭ ଟଙ୍କା ମାସିକ ପ୍ଲାନ୍‌ ମଧ୍ୟ ରହିଛି। ଏହାଦ୍ୱାରା ସମସ୍ତ ନେଟ୍‌ୱର୍କକୁ ଅନ୍‌ଲିମିଟେଡ୍‌ ମାଗଣା କଲ୍‌ ସହିତ ଡାଟା ମଧ୍ୟ ମିଳିବ।

ଫୋନ୍‌ରେ କ’ଣ ରହିଛି ଫିଚର ?

ଭାରତ-୧ରେ ଫୋନ୍‌ର ଡିସ୍‌ପ୍ଲେ ୪.୨ଇଞ୍ଚ, ୫୧୨ ଏମ୍‌ବି ରାମ ସୁବିଧା ରହିଛି। ଏହାର ବ୍ୟାଟେରି ୨୦୦୦ ଏମଏଚ୍‌ ରହିଛି। ଡୁଆଲ୍‌ସିମ୍‌ଓ ୨୨ଟି ଭାଷା ସପୋର୍ଟ ରହିଛି।ଏହି ଫୋନ୍‌ରେ ବିଏସ୍‌ଏନ୍‌ଏଲ୍‌ ସିମ୍‌ ମିଳିବ। ଗ୍ରାହକମାନେ ଚାହିଁଲେ ଏହାକୁ ପରବର୍ତ୍ତୀ ସମୟରେ ବଦଳାଇ ପାରିବେ। ଏହି ଫୋନ୍‌ ମାଧ୍ୟମରେ ୧୦୦ ଟିଭି ଚାନେଲ୍‌ ଦେଖିହେବ। ସେହିପରି ଏଥିରେ  BHIM UPI ପେମେଟ୍‌ ଅପ୍‌ଲୋଡ଼ ସିଷ୍ଟମ ରହିଛି। ଏହାର ଦାମ୍‌ ୨୨୦୦ ଟଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos