ନୂଆଦିଲ୍ଲୀ: ଜିଓ,ଏୟାରଟେଲ୍, ଏୟାରସେଲ୍ ଭଳି କମ୍ପାନୀ ଅଫର ପରେ ଅଫର ଦେଇ ଟେଲିକମ୍ ବଜାରରେ ପ୍ରତିଦ୍ୱନ୍ଦ୍ୱିତା କରିଚାଲିଛନ୍ତି। ରିଲିୟାନ୍ସ ଓ ଟାଟା ଡୋକୋମୋ ସେବା ବନ୍ଦ କରିବାକୁ ଯାଉଥିବା ବଳେ ତାଙ୍କ ଗ୍ରାହକ ଅନ୍ୟ କମ୍ପାନୀ ସହ ଯୋଡ଼ିହେବାରେ ଲାଗିଛନ୍ତି। ଏହି ମଉକାର ଫାଇଦା ଉଠାଇବାକୁ ଚେଷ୍ଟା କରୁଛି ବିଏସ୍ଏନ୍ଏଲ୍। ଗ୍ରାହକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଏକ ନୂଆ ଅଫର ଘୋଷଣା କରିଛି।
ବିଏସ୍ଏନ୍ଏଲ୍ ନୂଆ ଅଫର ଅନୁସାରେ ଗ୍ରାହକଙ୍କୁ ମାତ୍ର ୭ ଟଙ୍କାରେ ୬୦ ଟଙ୍କାର ଟକ୍ଟାଇମ୍ ସହିତ ୫୦୦ ଏମ୍ବିର ଡାଟା ଯୋଗାଇ ଦେଉଛି ବିଏସ୍ଏନ୍ଏଲ୍। ଯେଉଁ ଗ୍ରାହକମାନେ ମୋବାଇଲ ନମ୍ବର ପ୍ରୋଟାବିଲିଟି କରି ବିଏସ୍ଏନ୍ଏଲ୍ ସେବା ସହିତ ଯୋଡ଼ି ହେବେ ସେମାନଙ୍କୁ ଏହି ଅଫର ମିଳିବ । ପୁରୁଣା ଗ୍ରାହକଙ୍କୁ ଏହି ସେବାର କୌଣସି ଲାଭ ମିଳିବା ନାହିଁ ବୋଲି କମ୍ପାନି ଅଫରରେ ସ୍ପଷ୍ଟ କରିଛି।
ଶୁଣିବାକୁ ମିଳୁଛି ଯେ, ରିଲାଏନ୍ସ କମ୍ୟୁନିକେସନ ଡିସେମ୍ବର ୧ ତାରିଖରୁ ଭଏସ କଲ ସେବା ବନ୍ଦ କରିବାକୁ ଯାଉଛି। ସେହିଭଳି ଟାଟା ଡୋକୋମୋ ମଧ୍ୟ ନିଜର ସେବା ବନ୍ଦ କରିବ ବୋଲି ଚର୍ଚ୍ଚା ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।