ନୂଆଦିଲ୍ଲୀ: ଚଳିତ ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶିକ୍ଷା କ୍ଷେତ୍ରରେ ବ୍ୟାପକ ବିକାଶ ପାଇଁ ଘୋଷଣା କରିଛନ୍ତି। ତେବେ ବଜେଟରେ ଶିକ୍ଷା ପାଇଁ କ'ଣ ସବୁ ଘୋଷଣା ହୋଇଛି ଜାଣନ୍ତୁ
- ଦେଶରେ ଆଉ ୧୦୦ଟି ନୂଆ ସୈନିକ ସ୍କୁଲ ସ୍ଥାପନ ହେବ
- ପବ୍ଲିକ-ପ୍ରାଇଭେଟ ପାର୍ଟନରସିପ୍ରେ ହେବ ନୂଆ ସୈନିକ ସ୍କୁଲ
- ଲେହରେ ସେଣ୍ଟ୍ରାଲ ୟୁନିଭର୍ସିଟି ସ୍ଥାପନ ପାଇଁ ଘୋଷଣା
- ଆସାମ, ପଶ୍ଚିମବଙ୍ଗ ଚା ବଗିଚା ଶ୍ରମିକଙ୍କ ପାଇଁ ୧ ହଜାର କୋଟି ଟଙ୍କା ଘୋଷଣା
- ୨୦୨୧ରେ ବିତ୍ତୀୟ ନିଅଣ୍ଟ ଜିଡିପିର ୯.୫% ରହିବା ଆକଳନ
- ବଜେଟରେ ଚାଷୀଙ୍କ ଉନ୍ନତି ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି
- ଚାଷୀଙ୍କ ଆୟ ଦେଢ଼ ଗୁଣ ବଢ଼ାଇବାକୁ ବ୍ୟାପକ ପଦକ୍ଷେପ ନିଆଯାଇଛି
- ଧାନ ପାଇଁ ୨୦୧୩ରେ ଚାଷୀଙ୍କୁ ୬୩ ହଜାର କୋଟି ଦିଆଯାଇଥିଲା
- ୨୦୧୯ରେ ଚାଷୀଙ୍କୁ ଉତ୍ପାଦିତ ଧାନ ପାଇଁ ୧, ୪୧, ୯୩୦ କୋଟି ମିଳିଛି
- ଚଳିତ ବର୍ଷ ଏହି ପରିମାଣ ୧, ୭୨, ୭୫୨ କୋଟି ହେବା ଆକଳନ
- କୃଷି ଋଣ ପରିମାଣ ୧୬.୫ ଲକ୍ଷ କୋଟି ବୃଦ୍ଧି ଲକ୍ଷ୍ୟ
- ସ୍ୱାମିତ୍ୱ ଯୋଜନାରେ ୧.୮୦ ଲକ୍ଷ ଲୋକଙ୍କୁ ଜମିପଟ୍ଟା ମିଳିଛି
- ଚଳିତ ବର୍ଷ ଏହା ସବୁ ରାଜ୍ୟକୁ ସଂପ୍ରସାରଣ କରିବାକୁ ଯୋଜନା