୩୧ରୁ ବଜେଟ ଅଧିବେଶନ, ଫେବୃଆରୀ ପହିଲାରେ ଆଗତ ହେବ ବଜେଟ

ନୂଆଦିଲ୍ଲୀ:  ଆସନ୍ତା ୩୧ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ  । ଆଜି ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି ।  ଫେବୃଆରୀ ପହିଲାରେ ବଜେଟ ଆଗତ ହେବ । ଏପ୍ରିଲ ୮ ତାରିଖ ଯାଏ ଚାଲିବ ଅଧିବେଶନ । ପ୍ରଥମ ଦିନ ଜାନୁଆରି ୩୧ ତାରିଖରେ ପାର୍ଲାମେଣ୍ଟର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି । ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରୁ ଏହା ଜଣାପଡ଼ିଛି । ସୂଚନା […]

parliament

Niharika Rout
  • Published: Friday, 14 January 2022
  • , Updated: 14 January 2022, 02:42 PM IST

ନୂଆଦିଲ୍ଲୀ:  ଆସନ୍ତା ୩୧ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ  । ଆଜି ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି ।  ଫେବୃଆରୀ ପହିଲାରେ ବଜେଟ ଆଗତ ହେବ । ଏପ୍ରିଲ ୮ ତାରିଖ ଯାଏ ଚାଲିବ ଅଧିବେଶନ ।

ପ୍ରଥମ ଦିନ ଜାନୁଆରି ୩୧ ତାରିଖରେ ପାର୍ଲାମେଣ୍ଟର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି । ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରୁ ଏହା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଚଳିତ ଥର ବଜେଟ ଅଧିବେଶନକୁ ୨ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ଅଧିବେଶନ ୩୧ ଜାନୁଆରୀରୁ ୧୧ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ଏହାପରେ ଦ୍ୱିତୀୟ ସେସନ୍‌ ୧୪ ମାର୍ଚ୍ଚରୁ ୮ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ ।

ଫେବୃଆରୀ ୧ ତାରିଖ ପୂର୍ବାହ୍ନ ୧୧ଟାରେ ସଂସଦରେ ବଜେଟ ଉପସ୍ଥାପନ କରିବେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ।   ଲଗାତର ୪ର୍ଥ ବର୍ଷ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି ନିର୍ମଳା ସୀତାରମଣ।  ଏଥିନିମନ୍ତେ ଜୋରସୋରରେ ଚାଲିଛି ପ୍ରସ୍ତୁତି।  ଦେଶରେ ଏବେ କରୋନା ମାମଲା ବଢ଼ି ଚାଲିଥିବା ବେଳେ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଆରମ୍ଭ ହେବାକୁ ଯାଉଛି ବଜେଟ ଅଧିବେଶନ ।

ଏବେ ସଂସଦର ଉଭୟ ଗୃହର ପ୍ରାୟ ୪ଶହ କର୍ମଚାରୀ  କରୋନା ଆକ୍ରାନ୍ତ ହୋଇଛନ୍ତି।  ସୂଚନା ଅନୁଯାୟୀ, ରାଜ୍ୟସଭା ସଚିବାଳୟର ୬୫ କର୍ମଚାରୀ, ଲୋକସଭା ସଚିବାଳୟର ୨ଶହ କର୍ମଚାରୀଙ୍କ ସମେତ ସଂସଦର ଅନ୍ୟ ୧୩୩ କର୍ମଚାରୀ ୪ ଜାନୁଆରୀରୁ ୮ ଜାନୁଆରୀ ମଧ୍ୟରେ କୋଭିଡ ଦ୍ୱାରା ସଂକ୍ରମିତ ହୋଇଛନ୍ତି।

Related story