ନୂଆଦିଲ୍ଲୀ : ରାମ ମନ୍ଦିର-ବାବ୍ରି ମସଜିଦ୍କୁ ନେଇ ଚାଲିଥିବା ବିବାଦର ମୋଡ଼ ବଦଳିଛି। ଅଯୋଧ୍ୟାର ବିବାଦୀୟ ସ୍ଥାନରେ ମସଜିଦ୍ ହେବା ନେଇ ଉତ୍ତରପ୍ରଦେଶର ସୁନି କେନ୍ଦ୍ରୀୟ ୱାକଫ ବୋର୍ଡ଼ ପକ୍ଷରୁ କରାଯାଇଥିବା ଦାବିକୁ ସିହା କେନ୍ଦ୍ରୀୟ ୱାକଫ ବୋର୍ଡ଼ ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏହାର ବିକଳ୍ପସୂରୂପ ଲକ୍ଷ୍ନୌରେ ମସଜିଦ୍ ହେଉ ବୋଲି ସିହା କେନ୍ଦ୍ରୀୟ ୱାକଫ ବୋର୍ଡ଼ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ସିଆ କେନ୍ଦ୍ରୀୟ ୱାକଫ ବୋର୍ଡ଼ର ଅଧ୍ୟକ୍ଷ ସୟିଦ ଓ୍ଵାସ୍ମି ରିଜଭି କହିଛନ୍ତି ଯେ, ବିବାଦୀୟସ୍ଥାନରେ ବିରାଟ ରାମ ମନ୍ଦିର ହେବା ନେଇ ସେମାନଙ୍କ ପୂର୍ଣ୍ଣ ସମର୍ଥନ ରହିଛି।
ସେହିପରି ଅଯୋଧ୍ୟାଠାରୁ ୧୩୫ କିମି ଦୂରରରେ ଲକ୍ଷ୍ନୌ ସହରରେ ଅମନ ମସ୍ଜିଦ୍ ବା ଶାନ୍ତି ମସ୍ଜିଦ ନିର୍ମାଣ କରାଗଲେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ହୋଇପାରିବ ବୋଲି ଓ୍ଵାକଫ୍ ବୋର୍ଡ ଆଶା ପ୍ରକଟ କରିଛି। ଏଥିପାଇଁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା ହେବା ଜରରୁ ବୋଲି ସିହା ପକ୍ଷରୁ କୁହାଯାଇଛି। ବିଶେଷ କରି ମୁସ୍ଲିମ୍ ବହୁଳ ଲକ୍ଷ୍ନୌରେ ମସ୍ଜିଦ୍ର ଏବଂ ହିନ୍ଦୁ ବହୁଳ ଅଯାଧ୍ୟାରେ ରାମ ମନ୍ଦିର ହେଉ ବୋଲି ବୋର୍ଡ ଅଧ୍ୟକ୍ଷ ସୟିଦ ଓ୍ଵାସ୍ମି ରିଜଭି କହିଛନ୍ତି।
ସୂଚନା ଅନୁଯାୟୀ, କୋର୍ଟ ବାହାରେ ଏହି ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ମତ ଦେଇଥିଲେ। ପରେ ଏହି ମାମଲାରେ ସମାଧାନ ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ କୌଣସି ନିର୍ଯାସ ବାହାରି ପାରିଛି। ଏଥିସହ ନିକଟରେ ଆର୍ଟ ଅଫ ଲିଭିଂ ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର ଉକ୍ତ ବିବାଦର ସମାଧାନ ପାଇଁ ଅଯୋଧ୍ୟାରେ ପହଞ୍ଚି ଆଲୋଚନା କରିଥିଲେ ବି କୌଣସି ସୁଫଳ ମିଳିନି।
ଅଧିକ ପଢନ୍ତୁ: ସିହା କହିଲା ବାବ୍ରି ମସଜିଦ୍ ଆମର, ମନ୍ଦିର ଭଙ୍ଗାଯାଇ ମସଜିଦ୍ ନିର୍ମାଣ ହୋଇଥିବା ସ୍ୱୀକାର
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।