୧୧ଟି ଦମକଳ ଗାଡ଼ି ଥାଇ ମଧ୍ୟ ମିଳିଲାନି ପାଣି: ଥାଣେରେ ପୋଡ଼ି ଗଲା କୋଟି କୋଟି ଟଙ୍କାର ସମ୍ପତ୍ତି

ଥାଣେ: ମହାରାଷ୍ଟ୍ରର  ଥାଣେ ରହନାଲ ଗାଁରେ ଥିବା ଏକ ଗୋଦାମ ଘରେ  ଆଜି ଭୋର ୫ଟା ବେଳେ ଏକ ଭୟଙ୍କର ଅଗ୍ନକାଣ୍ଡ ଘଟିଛି। ଫଳରେ ନିଆଁରେ କୋଟି କୋଟି ଟଙ୍କାର ସାମଗ୍ରୀ ପୋଡ଼ି ଭସ୍ମୀଭୂତ ହୋଇଯାଇଥିଲା। ନିଆଁ ଲାଗିବା ଦେଖି ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ହେଲେ ପାଣି ଅଭାବରୁ ନିଆଁ ଲିଭାଯାଇ ପାରିନଥିଲା। ଧୀରେ ଧୀରେ ନିଆଁର ପ୍ରକୋପ  ଏତେ ବଢିଯାଇଥିଲା ଯେ ତାକୁ ଆୟତ୍ତ କରିବା ଆଉ ସମ୍ଭବ ନ ଥିଲା। ଦମକଳ […]

bhiwandi-fire

Rakesh Mallick
  • Published: Tuesday, 12 April 2016
  • , Updated: 12 April 2016, 10:07 AM IST

ଥାଣେ: ମହାରାଷ୍ଟ୍ରର  ଥାଣେ ରହନାଲ ଗାଁରେ ଥିବା ଏକ ଗୋଦାମ ଘରେ  ଆଜି ଭୋର ୫ଟା ବେଳେ ଏକ ଭୟଙ୍କର ଅଗ୍ନକାଣ୍ଡ ଘଟିଛି। ଫଳରେ ନିଆଁରେ କୋଟି କୋଟି ଟଙ୍କାର ସାମଗ୍ରୀ ପୋଡ଼ି ଭସ୍ମୀଭୂତ ହୋଇଯାଇଥିଲା। ନିଆଁ ଲାଗିବା ଦେଖି ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ହେଲେ ପାଣି ଅଭାବରୁ ନିଆଁ ଲିଭାଯାଇ ପାରିନଥିଲା। ଧୀରେ ଧୀରେ ନିଆଁର ପ୍ରକୋପ  ଏତେ ବଢିଯାଇଥିଲା ଯେ ତାକୁ ଆୟତ୍ତ କରିବା ଆଉ ସମ୍ଭବ ନ ଥିଲା। ଦମକଳ ବିଭାଗର ୧୧ଟି ଗାଡ଼ି ଓ ଟ୍ୟାଙ୍କର୍‌ ସୁବିଧା ଥିଲେ ମଧ୍ୟ ସେଥିରେ ପାଣି ନ ଥିବାରୁ  ନିଆଁ ଲିଭା କାମରେ ଲାଗି ପାରି ନଥିଲା।

Related story