ଚିଠି ଲେଖି ନିଖୋଜ ହୋଇଗଲେ ବ୍ୟବସାୟୀ ଗୌତମ

ପୁଣେ: ପ୍ରସିଦ୍ଧ ବ୍ୟବସାୟୀ ଗୌତମ ପାଶନକର୍‌ ଦୁଇ ଦେଲା କେଉଁ ଆଡ଼େ ନିଖୋଜ ହୋଇଯାଇଛନ୍ତି। ଗୌତମ ପୁଣେରେ ଥିବା ଗୋଟିଏ ଲିଡିଂ ଦୁଇ ଚକିଆ ଗାଡ଼ି କମ୍ପାନୀ ଡିଲରଶିପ୍‌ ଏଜେନ୍ସିର ମାଲିକ। ୬୪ ବର୍ଷୀୟ ଗୌତମ ହେଉଛନ୍ତି ପାଶନକର ଅଟୋ ମୋବାଇଲର ଅଧ୍ୟକ୍ଷ। ସେ ନିଖୋଜ ହେବା ପୂର୍ବରୁ ଗୋଟିଏ ଚିଠି ଲେଖିଥିଲେ। ଏଥିରେ ସେ ଲେଖିଥିଲେ ଯେ ମୋର କୌଣସି ଘଟଣା ଓ କାର୍ଯ୍ୟପନ୍ଥା ପାଇଁ କେହି ବି ଦାୟୀ ନୁହନ୍ତି। ଶିବାଜୀନଗର ପୁଲିସ୍‌ ଷ୍ଟେସନର […]

fg

Hemant Lenka
  • Published: Friday, 23 October 2020
  • , Updated: 23 October 2020, 05:40 PM IST

ପୁଣେ: ପ୍ରସିଦ୍ଧ ବ୍ୟବସାୟୀ ଗୌତମ ପାଶନକର୍‌ ଦୁଇ ଦେଲା କେଉଁ ଆଡ଼େ ନିଖୋଜ ହୋଇଯାଇଛନ୍ତି। ଗୌତମ ପୁଣେରେ ଥିବା ଗୋଟିଏ ଲିଡିଂ ଦୁଇ ଚକିଆ ଗାଡ଼ି କମ୍ପାନୀ ଡିଲରଶିପ୍‌ ଏଜେନ୍ସିର ମାଲିକ। ୬୪ ବର୍ଷୀୟ ଗୌତମ ହେଉଛନ୍ତି ପାଶନକର ଅଟୋ ମୋବାଇଲର ଅଧ୍ୟକ୍ଷ। ସେ ନିଖୋଜ ହେବା ପୂର୍ବରୁ ଗୋଟିଏ ଚିଠି ଲେଖିଥିଲେ। ଏଥିରେ ସେ ଲେଖିଥିଲେ ଯେ ମୋର କୌଣସି ଘଟଣା ଓ କାର୍ଯ୍ୟପନ୍ଥା ପାଇଁ କେହି ବି ଦାୟୀ ନୁହନ୍ତି।

ଶିବାଜୀନଗର ପୁଲିସ୍‌ ଷ୍ଟେସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଅକ୍ଟୋବର ୨୧ରୁ ଗୌତମ ନିଖୋଜ ଅଛନ୍ତି। ସେ ଛାଡ଼ି ଯାଇଥିବା ଚିଠିରେ ବ୍ୟବସାୟରେ ପ୍ରବଳ କ୍ଷତି ସହିବା କଥା ଉଲ୍ଲେଖ କରିଛନ୍ତି। ଗତ ୨ରୁ ୩ ବର୍ଷ ହେଲା ତାଙ୍କ ବ୍ୟବସାୟ ଭଲ ଚାଲୁ ନଥିବାରୁ ସେ ଓ ତାଙ୍କ ପିଲାମାନେ ଅନେକ ସମସ୍ୟାରେ ପଡ଼ୁଛନ୍ତି।

ସେ ଯଦି କେଉଁ ଆଡ଼େ ଚାଲି ଯାଆନ୍ତି କିମ୍ବା ଆତ୍ମହତ୍ୟା କରନ୍ତି, ତା’ହେଲେ ଏଥିପାଇଁ କେହି ବି ଦାୟୀ ନୁହେଁ ବୋଲି ଗୌତମ ଚିଠିରେ ଲେଖିଥିବା ପୁଲିସ ଅଧିକାରୀ ଜଣଙ୍କ କହିଛନ୍ତି। ପୁଲିସ୍‌ ଏବେ ମାମଲା ରୁଜୁ କରି ଗୌତମଙ୍କୁ ଖୋଜିବା କାର୍ଯ୍ୟ ଆରମ୍ଭ କରିଛି। ସେହିପରି ଗୌତମଙ୍କ ପରିବାର ଲୋକ ମଧ୍ୟ ସୋଶାଲ ମିଡିଆରେ ତାଙ୍କ ଫଟୋ ଛାଡ଼ି ଲୋକଙ୍କୁ ଖୋଜିବାରେ ସହଯୋଗ କରିବାକୁ ନିବେଦନ କରିଛନ୍ତି।

ଗୌତମ ଓ ତାଙ୍କ ପରିବାର ଲୋକଙ୍କ ଉପରେ ୧୦୦ରୁ ୧୫୦ କୋଟି ଟଙ୍କାର ଋଣ ରହିଥିଲା। ହେଲେ ଏହାକୁ ସେମାନେ କିଛି ମାସ ତଳେ ପରିଶୋଧ କରି ସାରିଥିଲେ। ସେମାନେ କୌଣସି ଆର୍ଥିକ ସମସ୍ୟା ମଧ୍ୟ ଦେଇ ଗତି କରୁ ନଥିଲେ। ନିଖୋଜ ହେବା ଦିନ ଗୌତମ ଲୋନି କାଲବୋହର ଠାରେ ତାଙ୍କ ପରିବାର ମାଲିକାନାରେ ଥିବା ଗ୍ୟାସ ଏଜେନ୍ସିକୁ ଯାଇଥିଲେ। ସେଠାରୁ ସେ ତାଙ୍କ ବାସଭବନ ମୋଦିବାଉଗକୁ ଆସୁଥିବା ବେଳେ ଘର ଠାରୁ କିଛି ଦୂରତାରେ ଡ୍ରାଇଭରଙ୍କୁ ଗାଡ଼ିକୁ ବିପରୀତ ଦିଗରେ ଅଟକାଇବାକୁ କହିଥିଲେ।

ଅପରାହ୍ନ ପ୍ରାୟ ୪.୪୦ରେ ସେ କାର୍‌ରୁ ଓହ୍ଲାଇ ରାସ୍ତା ଅତିକ୍ରମ କରି ନିଜ ଘର ଆଡ଼େ ଯାଇଥିଲେ। ଡ୍ରାଇଭର ଜଣଙ୍କ ମଧ୍ୟ କାମଶେଟ୍‌ରୁ ଚେକ୍‌ ଆଣିବା ପାଇଁ ଚାଲି ଯାଇଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ଜଣାପଡ଼ିଥିଲେ ଯେ ଗୌତମ ଆଉ ଘରକୁ ଯାଇ ନାହାନ୍ତି।

Related story