ବ୍ୟାପମ୍ ଦୁର୍ନୀତିର ତଦନ୍ତ ଭାର ଗ୍ରହଣ କଲା ସିବିଆଇ

ଭୋପାଳ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ଆଜି ସିବିଆଇ ମଧ୍ୟପ୍ରଦେଶର ବହୁ ଚର୍ଚ୍ଚିତ ବ୍ୟାପମ୍ ଦୁର୍ନୀତିର ତଦନ୍ତ ଭାର ନିଜ ହାତକୁ ନେଇଛି। ଏଯାବତ ଏହାର ତଦନ୍ତ ମଧ୍ୟପ୍ରେଦଶର ଏକ ସ୍ୱତନ୍ତ୍ର ଟାକ୍ସଫୋର୍ସ ଦ୍ୱାରା ହେଉଥିଲା। ଜୁଲାଇ ୪ରୁ ୬ ତାରିଖ ମଧ୍ୟରେ ବ୍ୟାପମ୍ ସହିତ କୌଣସି ନା କୌଣସି ପ୍ରକାରେ (କିଏ ଏହାର ତଦନ୍ତ କରୁଥିଲା ତ ଆଉ କିଏ ତଦନ୍ତରେ ସାହାଯ୍ୟ କରୁଥିଲା, ପୁଣି କିଏ ଏଥିରେ ହିତାଧିକାରୀ ଥିଲେ) ଜଡ଼ିତ ତିନି ଜଣ ବ୍ୟକ୍ତିଙ୍କର […]

Vyapam

Rakesh Mallick
  • Published: Monday, 13 July 2015
  • , Updated: 13 July 2015, 05:16 PM IST

ଭୋପାଳ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ଆଜି ସିବିଆଇ ମଧ୍ୟପ୍ରଦେଶର ବହୁ ଚର୍ଚ୍ଚିତ ବ୍ୟାପମ୍ ଦୁର୍ନୀତିର ତଦନ୍ତ ଭାର ନିଜ ହାତକୁ ନେଇଛି। ଏଯାବତ ଏହାର ତଦନ୍ତ ମଧ୍ୟପ୍ରେଦଶର ଏକ ସ୍ୱତନ୍ତ୍ର ଟାକ୍ସଫୋର୍ସ ଦ୍ୱାରା ହେଉଥିଲା। ଜୁଲାଇ ୪ରୁ ୬ ତାରିଖ ମଧ୍ୟରେ ବ୍ୟାପମ୍ ସହିତ କୌଣସି ନା କୌଣସି ପ୍ରକାରେ (କିଏ ଏହାର ତଦନ୍ତ କରୁଥିଲା ତ ଆଉ କିଏ ତଦନ୍ତରେ ସାହାଯ୍ୟ କରୁଥିଲା, ପୁଣି କିଏ ଏଥିରେ ହିତାଧିକାରୀ ଥିଲେ) ଜଡ଼ିତ ତିନି ଜଣ ବ୍ୟକ୍ତିଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଏହା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଉପରେ ଚାପ ବଢ଼ି ଯାଇଥିଲା। ସେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବା ପରେ ସୁପ୍ରିମକୋର୍ଟ ସିବିଆଇକୁ ତଦନ୍ତଭାର ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମଧ୍ୟପ୍ରଦେଶ ସରକାରର ବିଭିନ୍ନ ପଦପଦବୀରେ ନିଯୁକ୍ତି ପାଇଁ ବ୍ୟାପମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର କେତେ ଜଣ ବିଚାରପତି ମଧ୍ୟ ଏଥିରେ ସଂପୃକ୍ତ ଥିବା ନେଇ ଅଭିଯୋଗ ହୋଇଛି।  ଏ ମାମଲାରେ ବିଭିନ୍ନ ଭାବେ ସଂପୃକ୍ତ ୪୫ ଜଣ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି। ମଧ୍ୟପ୍ରଦେଶ ରାଜ୍ୟପାଳଙ୍କ ନାଁରେ ବି ଏହି ଦୁନୀର୍ତି ନେଇ ଅଭିଯୋଗ ରହିଛି। ସୁପ୍ରିମକୋର୍ଟ ତାଙ୍କୁ ଜବାବ ରଖିବା ପାଇଁ ନୋଟିସ୍ ମଧ୍ୟ ପଠାଇଛନ୍ତି।

Related story