ନୂଆଦିଲ୍ଲୀ: ୨୦୧୨ରେ ତାଜ୍ ହୋଟଲରେ ଜଣେ ବ୍ୟବସାୟୀଙ୍କୁ ମାରପିଟ୍ କରିଥିବା ଘଟଣାରେ ଗୁରୁବାର ସୈଫ୍ ଅଲ୍ଲୀ ଖାଁ ମୁମ୍ୱାଇର କିଲା କୋର୍ଟରେ ହାଜର ହୋଇଛନ୍ତି । ଏହି ଶୁଣାଣି ସମୟରେ କୋର୍ଟ ସୈଫଙ୍କ ନିକଟରେ ମଧ୍ୟସ୍ଥତା ପ୍ରସ୍ଥାବ ରଖିଥିଲେ । ସୈଫ୍ ଏହି ପ୍ରସ୍ତାବକୁ ସ୍ୱୀକାର କରିଛନ୍ତି। ଦୁଇ ପକ୍ଷ ମଧ୍ୟସ୍ଥତାରେ ମୋହର ଲଗାଇବା ପାଇଁ ୨୭ ଜୁଲାଇରେ ପୁଣି କୋର୍ଟରେ ହାଜର ହେବେ। ଗତ ଶୁଣାଣି ସମୟରେ ସୈଫ୍ ବିଦେଶରେ ସୁଟିଂରେ ଥିବାରୁ ଆସିପାରି ନ ଥିଲେ ।
ସୂଚନାଯୋଗ୍ୟ, ୨୨ ଫେବୃୟାରୀ ୨୦୧୨ରେ ତାଜ୍ ହୋଟଲରେ ମାରପିଟ୍ ଘଟଣାରେ ସୈଫଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ସୈଫ୍ ତାଙ୍କ ଦୁଇ ବନ୍ଧୁଙ୍କ ସହ ଡିନର ପାଇଁ ତାଜ୍ ହୋଟେଲକୁ ଯାଇଥିଲେ । ହେଲେ କୌଣସି କଥାକୁ ନେଇ ଏନଆରଆଇ ଇକବାଲ ଶର୍ମାଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଇକବାଲ୍ ଏହି ଘଟଣାକୁ ନେଇ ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ସେତେବେଳେ ପୋଲିସ ସୈଫ ଓ ତାଙ୍କର ଦୁଇ ସାଙ୍ଗକୁ ଗିରଫ କରିଥିଲା । ପରେ ସେମାନେ ଜାମିନରେ ଯାଇଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Science & Environment
ମହାକାଶରେ ହେବ ଗ୍ରହମାନଙ୍କ ପରେଡ୍, ୧୮ରେ ଦୃଶ୍ୟମାନ
ଜାନୁଆରୀ ମାସ ସାରା ସୂର୍ଯ୍ୟାସ୍ତ ପରେ ଚାରୋଟି ଗ୍ରହ ଖାଲି ଆଖିରେ ଦେଖିହେବ। ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଜକୁ ଗତି କରି କ୍ରମାନ୍ୱୟରେ ଅସ୍ତ ହେବେ।
National
ପୁଣି ସାମ୍ବାଦିକଙ୍କୁ ଟାର୍ଗେଟ୍, ପରିବାରକୁ କୁରାଢ଼ିରେ ହାଣି ଦେଲେ
ସାମ୍ବାଦିକଙ୍କ ବାପା-ମା' ଓ ଭାଇକୁ କୁରାଢ଼ିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।
National
ଦିଲ୍ଲୀ ଦଖଲ କସରତ୍: ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେପି
ଦିଲ୍ଲୀରେ ଆସନ୍ତା ଫେବ୍ରୁଆରୀ ୫ରେ ଭୋଟିଂ ହେବ। ୮ ତାରିଖରେ ଫଳାଫଳ ଆସିବ।
National
ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ବିଧାୟକ
ଗୁରୁପ୍ରୀତଙ୍କ ମୁଣ୍ଡରେ ଗୁଳି ବାଜିଛି। ତେବେ କାହିଁକି ଗୁଳି ଫୁଟାଇଲେ ତାହା ଅସ୍ପଷ୍ଟ ରହିଛି।
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।