ସିଏଏ ବିରୋଧୀ ଆନ୍ଦୋଳନ ପାଇଁ ବିମାନସେବା ପ୍ରଭାବିତ

ନୂଆଦିଲ୍ଲୀ: ଦିଲ୍ଲୀରେ ଉଭୟ ଯାତ୍ରୀ ଏବଂ ବିମାନସେବା କର୍ମଚାରୀମାନେ ନାଗରିକତା ସଂଶୋଧନ ଆଇନ ବିରୋଧୀ ଆନ୍ଦୋଳନରେ ଫସିଯିବା କାରଣରୁ ବିଭିନ୍ନ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ବିଶେଷ କରି ଦିଲ୍ଲୀ-ଗୁରୁଗାଓଁ ଏକ୍ସପ୍ରେସୱେରେ ଅଧିକ ଟ୍ରାଫିକ୍‌ କାରଣରୁ ସେମାନେ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବାରେ ଅସୁବିଧା ଭୋଗ କରୁଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ୩ଟା ସୁଦ୍ଧା ୧୬ଟି ବିମାନର ଉଡ଼ାଣରେ ବିଳମ୍ବ ହୋଇଛି। କ୍ରୁ ଟ୍ରାଫିକ୍‌ ଜାମରେ ଫସିଯିବା କାରଣରୁ ଇଣ୍ଡିଗୋ ୨୦ଟି ବିମାନ […]

CAA

Subrat Kumar Nayak
  • Published: Thursday, 19 December 2019
  • , Updated: 19 December 2019, 05:31 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ଉଭୟ ଯାତ୍ରୀ ଏବଂ ବିମାନସେବା କର୍ମଚାରୀମାନେ ନାଗରିକତା ସଂଶୋଧନ ଆଇନ ବିରୋଧୀ ଆନ୍ଦୋଳନରେ ଫସିଯିବା କାରଣରୁ ବିଭିନ୍ନ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ବିଶେଷ କରି ଦିଲ୍ଲୀ-ଗୁରୁଗାଓଁ ଏକ୍ସପ୍ରେସୱେରେ ଅଧିକ ଟ୍ରାଫିକ୍‌ କାରଣରୁ ସେମାନେ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବାରେ ଅସୁବିଧା ଭୋଗ କରୁଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ୩ଟା ସୁଦ୍ଧା ୧୬ଟି ବିମାନର ଉଡ଼ାଣରେ ବିଳମ୍ବ ହୋଇଛି। କ୍ରୁ ଟ୍ରାଫିକ୍‌ ଜାମରେ ଫସିଯିବା କାରଣରୁ ଇଣ୍ଡିଗୋ ୨୦ଟି ବିମାନ ବାତିଲ କରିଛି। ଏପରିକି ଯାତ୍ରୀମାନେ ବିମାନବନ୍ଦରରେ ପହଞ୍ଚିବାରେ ଅସୁବିଧା ହେଉଥିବାରୁ ବିଭିନ୍ନ ବିମାନ କମ୍ପାନୀ ରିସ୍କିଡ୍ୟୁଲିଂ ଚାର୍ଜେସ୍‌ ପ୍ରତ୍ୟାହାର କରାଯାଇଛି।

ଇଣ୍ଡିଗୋ ପକ୍ଷରୁ ଏକ ବିବୃତିରେ କୁହାଯାଇଛି, “ଦିଲ୍ଲୀ ଓ ଏନ୍‌ସିଆରର କିଛି ସ୍ଥାନରେ ବିକ୍ଷୋଭ ଏବଂ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଟ୍ରାଫିକ୍‌ କଟକଣା କାରଣରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏଥିପାଇଁ ୨୦ଟି ଡିପାର୍ଚରରେ ସମୟ ପରିବର୍ତ୍ତନ କରାଯାଇଛି। ଇଣ୍ଡିଗୋ କ୍ରୁଙ୍କୁ ଶର୍ଟ ନୋଟିସ୍‌ରେ ନିୟୋଜିତ କରିବା ପାଇଁ ପଦକ୍ଷେପ ନେଉଛି। ପ୍ରଭାବିତ ହେଉଥିବା ଯାତ୍ରୀମାନେ ବିନା ଅତିରିକ୍ତ ଶୁଳ୍କରେ ବୁକିଂ କରିପାରିବେ।”

ଯାତ୍ରୀମାନେ ଆଇଜିଆଇଏର ୱେବସାଇଟ୍‌ରେ ଫ୍ଲାଇଟ୍‌ ଷ୍ଟାଟସ୍‌ ଚେକ୍‌ କରିବାକୁ ଇଣ୍ଡିଗୋ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଇଣ୍ଡିଗୋକୁ ଯୋଗାଯୋଗ କରିବା ପାଇଁ ଏହାର କଲ୍‌ ସେଣ୍ଟର ନମ୍ବର ମଧ୍ୟ ଜାରି କରାଯାଇଛି। ସ୍ଥିତି ଉପରେ ନଜର ରଖାଯାଇଛି ଏବଂ ସମସ୍ତଙ୍କୁ ସୂଚନା ଦିଆଯିବାର ପ୍ରୟାସ କରାଯାଉଛି। କମ୍ୟୁନିକେସନ୍‌ ପ୍ରଭାବିତ ହୋଇଥିବାରୁ ୱେବସାଇଟ୍‌ ଯାଞ୍ଚ କରିବାକୁ କୁହାଯାଇଛି।

ଏୟାରଇଣ୍ଡିଆର ସିଏମ୍‌ଡି ଅଶ୍ୱନୀ ଲୋହାନୀ ଟ୍ୱିଟ୍‌ କରିଛନ୍ତି, ଏନ୍‌ସିଆରରେ ଟ୍ରାଫିକ୍‌ ଜାମ୍‌ କାରଣରୁ ଏୟାର ଇଣ୍ଡିଆ ଫୁଲ ରିଫଣ୍ଡ ଦେବାକୁ ନିଷ୍ପତ୍ତି ନେଇଛି। ଯେଉଁମାନେ ଠିକ୍‌ ସମୟରେ ପହଞ୍ଚି ପାରିନାହାନ୍ତି ସେମାନଙ୍କୁ ଅନ୍ୟ ବିମାନରେ ଆଡଜଷ୍ଟ କରାଯିବାର ଅଛି।

ସେହିଭଳି ଗୋ ଏୟାର ପକ୍ଷରୁ ଆଜି ଏବଂ ଆସନ୍ତାକାଲି ପାଇଁ ରିସିଡ୍ୟୁଲିଂ ବା କ୍ୟାନସଲେସନ୍‌ ଫି ଛାଡ଼ ପାଇଁ ନିଷ୍ପତ୍ତି ନିଆଯାଇଛି। ଟ୍ୱିଟର, ଫେସବୁକ୍‌ ଏବଂ ସହାୟକ ନମ୍ବର ଜରିଆରେ ଯୋଗାଯୋଗ କରିବାକୁ କୁହାଯାଇଛି। ଭିସ୍ତାରା ପକ୍ଷରୁ ମଧ୍ୟ ସମାନ ଭାବେ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। ସହାୟତା ପାଇଁ ଏକ ନମ୍ବର ଜାରି କରାଯିବା ସହ ଏୟାରପୋର୍ଟ ଟିକେଟିଂ ଅଫିସ୍‌ରେ ଯୋଗାଯୋଗ କରିବା ପାଇଁ କୁହାଯାଇଛି।

Related story