ନୂଆଦିଲ୍ଲୀ: ହାତ ଟେକିଦେଲେ ସରକାର। ଏୟାର ଇଣ୍ଡିଆରୁ ହେବ ପୁଞ୍ଜି ପ୍ରତ୍ୟାହାର। ଆଜି କେନ୍ଦ୍ର କ୍ୟାବିନେଟ ଏହି ମଞ୍ଜୁରୀ ଦେଇଛି। ଏ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କ୍ୟାବିନେଟରେ ଘୋଷଣା କରିଛନ୍ତି। ପୁଞ୍ଜି ପ୍ରତ୍ୟାହାର ସମ୍ପର୍କରେ ଅନୁଧ୍ୟାନ ପାଇଁ ଏକ ମନ୍ତ୍ରୀଗୋଷ୍ଠୀ ଗଠନ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ଅର୍ଥାତ ଏୟାର ଇଣ୍ଡିଆ ଘରୋଇକରଣ ହେବାର ବାଟ ଫିଟି ଯାଇଛି। ସୂଚନା ଅନୁଯାୟୀ ଏୟାର ଇଣ୍ଡିଆ କ୍ଷତିରେ ଚାଲୁଥିଲା। ୫୨ ହଜାର କୋଟି ଟଙ୍କାର ଋଣ ବୋଝରେ ଚାଲୁଥିବା ଏୟାର ଇଣ୍ଡିଆକୁ ଘରୋଇକଣ କରିବା ପାଇଁ ନୀତି ଆୟୋଗ ସୁପାରିଶ କରିଥିଲେ। ସେହି ଅନୁଯାୟୀ ଏହାକୁ ବିକ୍ରି କରିବା ଉଦ୍ଦେଶ୍ୟରେ ଥିଲେ ସରକାର। ସେପଟେ ଏୟାର ଇଣ୍ଡିଆକୁ କିଣିବା ପାଇଁ ଟଟା ଗ୍ରୁପ୍ ଇଚ୍ଛାପ୍ରକାଶ କରିଥିଲେ। ଏନେଇ ଟଟା ଗ୍ରୁପ୍ର ମୁଖ୍ୟ ଏନ୍ ଚନ୍ଦ୍ରଶେକରନ୍ ଅର୍ଥମନ୍ତ୍ରୀଙ୍କୁ ଅନୌପଚାରିକଭାବେ ଭେଟିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କେବଳ ଚୋରି, ନା ଅଛି ଆଉ କିଛି କାରଣ; ସୈଫଙ୍କୁ ଛୁରାମାଡ଼ ଘଟଣାରେ ସସପେନ୍ସ ଜାରି
ଅସ୍ତ୍ରୋପଚାର ବେଳେ ସୈଫଙ୍କ ମେରୁଦଣ୍ଡରୁ ବାହାରିଛି ଏକ ଛୁରୀର ଅଂଶ, ଯାହାର ଲମ୍ବ ୨.୫ ଇଞ୍ଚ।
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।