କୃଷି ଆଇନର ସବୁ ଧାରାକୁ ଗୋଟି ଗୋଟି କରି ଚାଷୀଙ୍କ ସହ ଆଲୋଚନା କରିବେ ସରକାର!

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆରମ୍ଭ କରିଥିବା ଆନ୍ଦୋଳନ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ସ୍ୱରାଷ୍ଟ୍ର ଅମିତ ଶାହଙ୍କ ସହ କୃଷି ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ବରିଷ୍ଠ ମନ୍ତ୍ରୀମାନେ ଆଲୋଚନା କରୁଥିଲେ ହେଁ ଚାଷୀଙ୍କୁ ମନେଇବାରେ କେହି ବି ସମର୍ଥ ହେଉନାହାନ୍ତି। ଚାଷୀମାନେ ନୂଆ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଆଜି ଅନଶନ ମଧ୍ୟ ଆରମ୍ଭ କରିଛନ୍ତି। ଅନ୍ନଦାତାଙ୍କ ଅନଶନରେ ସରକାର ବିଚଳିତ ହୋଇ ପଡ଼ିଥିବା କୁହାଯାଉଛି। ଏଥିପାଇଁ […]

tr

Hemant Lenka
  • Published: Monday, 14 December 2020
  • , Updated: 14 December 2020, 04:51 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆରମ୍ଭ କରିଥିବା ଆନ୍ଦୋଳନ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ସ୍ୱରାଷ୍ଟ୍ର ଅମିତ ଶାହଙ୍କ ସହ କୃଷି ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ବରିଷ୍ଠ ମନ୍ତ୍ରୀମାନେ ଆଲୋଚନା କରୁଥିଲେ ହେଁ ଚାଷୀଙ୍କୁ ମନେଇବାରେ କେହି ବି ସମର୍ଥ ହେଉନାହାନ୍ତି। ଚାଷୀମାନେ ନୂଆ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଆଜି ଅନଶନ ମଧ୍ୟ ଆରମ୍ଭ କରିଛନ୍ତି। ଅନ୍ନଦାତାଙ୍କ ଅନଶନରେ ସରକାର ବିଚଳିତ ହୋଇ ପଡ଼ିଥିବା କୁହାଯାଉଛି।

ଏଥିପାଇଁ ଆଜି କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ପରେ ସେ କହିଛନ୍ତି, ଆମେ ଆନ୍ଦୋଳନ କରୁଥିବା ଚାଷୀଙ୍କ ସହ ଆଲୋଚନା କରିବାକୁ ରାଜି। ଆମେ ଚାଷୀଙ୍କ ଜବାବକୁ ଅପେକ୍ଷା କରିଛୁ। ପୂର୍ବରୁ କହିଥିଲୁ ଆଉ ଏବେ ବି ଆମେ କହୁଛୁ ଯେ କୃଷି ଆଇନରେ ଥିବା ସମସ୍ତ ଧାରାକୁ ଗୋଟି ଗୋଟି କରି ଚାଷୀଙ୍କ ସହ ଆଲୋଚନା କରିବାକୁ ଆମେ ପ୍ରସ୍ତୁତ। ଚାଷୀମାନେ ଆଲୋଚନା ପାଇଁ ଆସନ୍ତୁ ବୋଲି ସେ କହିଛନ୍ତି।

ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, କୃଷି କ୍ଷେତ୍ରକୁ ପ୍ରଭାବିତ କରିବା ଭଳି କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ। ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ହିଁ ସଂସ୍କାର କରାଯାଇଛି।

ଅନ୍ୟପକ୍ଷରେ କୃଷି ଆଇନ ବିରୋଧରେ ଆରମ୍ଭ ହୋଇଥିବା ଚାଷୀଙ୍କ ଆନ୍ଦୋଳନ ଇତି ମଧ୍ୟରେ ୧୯ ଦିନରେ ପହଞ୍ଚିଛି। ଆଜି ସମଗ୍ର ଭାରତରେ ଚାଷୀମାନେ କୃଷି ଆଇନକୁ ବିରୋଧ କରି ସକାଳ ୮ଟାରୁ ଉପବାସ କରିଛନ୍ତି। ସରକାର ତଥାପି ଯଦି କୃଷି ଆଇନକୁ ପ୍ରତ୍ୟାହାର କରିବେ ନାହିଁ, ତା’ହେଲେ ଆଗକୁ ଆନ୍ଦୋଳନ ଆହୁରି ଭୟଙ୍କର ରୂପ ନେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ଆଜି ଦିଲ୍ଲୀ-ଜୟପୁର ଜାତୀୟ ରାଜପଥରେ ଅଭାବନୀୟ ଘଟଣା ଘଟିଛି। ହରିଆଣର କିଛି ଚାଷୀ ଆଜି ଦିଲ୍ଲୀ ଅଭିମୁଖେ ଆସୁଥିଲେ। ତେବେ ପୁଲିସ୍ ସେମାନଙ୍କୁ ସୀମା ନିକଟରେ ଅଟକାଇଥିଲା। ସେମାନେ ଯେଉଁ ଟ୍ରାକ୍ଟରରେ ଆସୁଥିଲେ, ତା’ର ଚାବି ସେଠାରେ ମୁତୟନ ପୁଲିସ୍ କର୍ମଚାରୀମାନେ ନେଇଯାଇଥିଲେ। ଏପରି କି ଚାଷୀଙ୍କୁ ରାସ୍ତାରେ ଘୋଷାରି ଘୋଷାରି ମଧ୍ୟ ପୁଲିସ୍‌ ନେଉଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ପୁଲିସ୍‌ ୨୦ ଜଣ ଚାଷୀଙ୍କୁ ଅଟକ ରଖିଛି।

Related story