ଆଇଆଇଟି ବମ୍ବେରେ ‘ଆଣ୍ଟି ନ୍ୟାସନାଲ’ କାର୍ଯ୍ୟକ୍ରମକୁ ନା

ମୁମ୍ବାଇ: ଆଇଆଇଟି ବମ୍ବେର ହଷ୍ଟେଲ ଅନ୍ତେବାସୀମାନେ ଏଣିକି ଦେଶ ବିରୋଧୀ ଏବଂ ଅନ୍ୟ ଅପ୍ରୀତିକର କାର୍ଯ୍ୟକ୍ରମରେ ଯୋଗଦେଇ ପାରିବେନି। ଏହି ଅନୁଷ୍ଠାନର ଷ୍ଟୁଡେଣ୍ଟ ଆଫେୟାର ଡିନ୍‌ ଏଭଳି କିଛି ନିୟମ ନେଇ ଏକ ମେଲ ପଠାଇଛନ୍ତି। ତେବେ ଏଥିରେ ‘ଆଣ୍ଟି ନ୍ୟାସନାଲ’ ଶବ୍ଦର ବ୍ୟବହାର ହୋଇଥିଲେ ହେଁ, କାହାକୁ ‘ଆଣ୍ଟି ନ୍ୟାସନାଲ’ କୁହାଯିବ ତାହା ଲେଖାଯାଇନି। ତେବେ ବର୍ତ୍ତମାନ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଥିବାରୁ ଏବଂ ଏଥିରେ ଛାତ୍ରଛାତ୍ରୀମାନେ ହିଁ ବିରୋଧୀଙ୍କ […]

CAA

CAA

Subrat Kumar Nayak
  • Published: Wednesday, 29 January 2020
  • Updated: 29 January 2020, 01:26 PM IST

Sports

Latest News

ମୁମ୍ବାଇ: ଆଇଆଇଟି ବମ୍ବେର ହଷ୍ଟେଲ ଅନ୍ତେବାସୀମାନେ ଏଣିକି ଦେଶ ବିରୋଧୀ ଏବଂ ଅନ୍ୟ ଅପ୍ରୀତିକର କାର୍ଯ୍ୟକ୍ରମରେ ଯୋଗଦେଇ ପାରିବେନି। ଏହି ଅନୁଷ୍ଠାନର ଷ୍ଟୁଡେଣ୍ଟ ଆଫେୟାର ଡିନ୍‌ ଏଭଳି କିଛି ନିୟମ ନେଇ ଏକ ମେଲ ପଠାଇଛନ୍ତି। ତେବେ ଏଥିରେ ‘ଆଣ୍ଟି ନ୍ୟାସନାଲ’ ଶବ୍ଦର ବ୍ୟବହାର ହୋଇଥିଲେ ହେଁ, କାହାକୁ ‘ଆଣ୍ଟି ନ୍ୟାସନାଲ’ କୁହାଯିବ ତାହା ଲେଖାଯାଇନି।

ତେବେ ବର୍ତ୍ତମାନ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଥିବାରୁ ଏବଂ ଏଥିରେ ଛାତ୍ରଛାତ୍ରୀମାନେ ହିଁ ବିରୋଧୀଙ୍କ ଭରସା ପାଲଟିଥିବାରୁ ଏହି ନିର୍ଦ୍ଦେଶ ତତ୍‌ସମ୍ପର୍କିତ ହୋଇଥିବା କୁହାଯାଉଛି।

ଏହି ମେଲ୍‌ରେ ୧୪ଟି ଏପରି ସତର୍କବାଣୀ ରହିଛି ଯେଉଁଥିରେ କୁହାଯାଇଛି, ଯେଉଁସବୁ ଭାଷଣ, ନାଟକ, ସଙ୍ଗୀତ ‘ହଷ୍ଟେଲ ପରିବେଶରେ ବ୍ୟାଘାତ କରୁଥିବ’ ତାହାକୁ ଅନୁମତି ମିଳିପାରିବ ନାହିଁ।ଏଥିସହ ପୋଷ୍ଟର, ବ୍ୟାନର ଏବଂ ଲିଫ୍‌ଲେଟ୍‌ ବଣ୍ଟନ ଉପରେ ମଧ୍ୟ କଟକଣା ଲାଗିଛି। ଏଥିରେ କୁହାଯାଇଛି ସମସ୍ତ ୧୫ଟି ନିୟମ ୨୮.୧.୨୦୧୯ଠାରୁ ଲାଗୁ ହେଲା।

ଦିଲ୍ଲୀର ଜେଏନ୍‌ୟୁ ହିଂସା ସମୟରେ ଯେଉଁସବୁ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଆନ୍ଦୋଳନରେ ଭାଗନେଇଥିଲେ, ସେମାନଙ୍କ ମଧ୍ୟରୁ ଆଇଆଇଟି ବମ୍ବେ ଅନ୍ୟତମ ଥିଲା। ସେମାନେ ଗେଟ୍‌ୱେ ଅଫ୍‌ ଇଣ୍ଡିଆଠାରେ ଏକାଠି ହୋଇ ଏନ୍‌ଆରସି ଏବଂ ସିଏଏ ପ୍ରସଙ୍ଗରେ ମଧ୍ୟ ଆନ୍ଦୋଳନରେ ଭାଗ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos