ବିଶ୍ୱର ସର୍ବକନିଷ୍ଠ ମହିଳା ପାଇଲଟ ଭାରତରେ: ବୋଇଂ ଉଡାଇ ରଚିଲେ ଇତିହାସ

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ବଡ଼ ବିମାନ ବୋଇଂ-୭୭୭ ଉଡାଇ ଇତିହାସ ରଚିଛନ୍ତି ଭାରତୀୟ ମହିଳା ଏନ୍ନୀ ବିଦ୍ୟା। ମାତ୍ର ୩୦ ବର୍ଷ ବୟସରେ ସେ ବଡ଼ ଯାତ୍ରୀବାହୀ ବିମାନ ଉଡାଇବାରେ ବିଶ୍ୱର ସର୍ବକନିଷ୍ଠ ମହିଳା ହୋଇପାରିଛନ୍ତି। ଯାହା ତାଙ୍କ ପାଇଁ ଓ ଦେଶ ପାଇଁ ଆଣିଛି ଗର୍ବ ଓ ଗୌରବ। ଦିବ୍ୟା ୧୯ ବର୍ଷ ବୟସରେ ବୋଇଂ-୭୩୭ ଉଡେଇବାକୁ ସୁଯୋଗ ପାଇଥିଲେ। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି। ୨୧ ବର୍ଷରେ ସେ ବୋଇଂ-୭୭୭ […]

dibya

dibya

Rakesh Mallick
  • Published: Tuesday, 11 July 2017
  • Updated: 11 July 2017, 11:51 AM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ବଡ଼ ବିମାନ ବୋଇଂ-୭୭୭ ଉଡାଇ ଇତିହାସ ରଚିଛନ୍ତି ଭାରତୀୟ ମହିଳା ଏନ୍ନୀ ବିଦ୍ୟା। ମାତ୍ର ୩୦ ବର୍ଷ ବୟସରେ ସେ ବଡ଼ ଯାତ୍ରୀବାହୀ ବିମାନ ଉଡାଇବାରେ ବିଶ୍ୱର ସର୍ବକନିଷ୍ଠ ମହିଳା ହୋଇପାରିଛନ୍ତି। ଯାହା ତାଙ୍କ ପାଇଁ ଓ ଦେଶ ପାଇଁ ଆଣିଛି ଗର୍ବ ଓ ଗୌରବ।

ଦିବ୍ୟା ୧୯ ବର୍ଷ ବୟସରେ ବୋଇଂ-୭୩୭ ଉଡେଇବାକୁ ସୁଯୋଗ ପାଇଥିଲେ। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି। ୨୧ ବର୍ଷରେ ସେ ବୋଇଂ-୭୭୭ ଉଡାଇବା ଆରମ୍ଭ କରିଥିଲେ।

ଦିବ୍ୟାଙ୍କ ବାପା ଜଣେ ଅବସର ପ୍ରାପ୍ତ ଫୌଜ। ନିଜ ଘର ପଞ୍ଜାବର ପଠାନକୋଟ। ହେଲେ ବାପାଙ୍କ ଚାକିରି ଯୋଗୁଁ ତାଙ୍କ ପିଲାଦିନ ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ବିତିଥିଲା।

ମାଆବାପାଙ୍କ ଆଶୀର୍ବାଦ ଏବଂ ଶିକ୍ଷକଙ୍କ ତାଲିମ ଯୋଗୁଁ ଏହି ସଫଳତା ପାଇଥିବା କହିଛନ୍ତି ବିଦ୍ୟା।

ବିଦ୍ୟାଙ୍କ ଏହି ସଫଳତା ପୁଣି ଥରେ ନାରୀଶକ୍ତିକୁ ପ୍ରତିପାଦିତ କରୁଛି। ଦେଶରେ ମାତ୍ର ୧୫ ପ୍ରତିଶତ ମହିଳା ପାଇଲଟ୍‌ ଅଛନ୍ତି। ଦୁଃଖର ବିଷୟ ହେଲା ଏହି ପ୍ରତିଶତ ବିଶ୍ୱସ୍ତରରେ ମାତ୍ର ୬ ପ୍ରତିଶତ। ତେବେ ବିଦ୍ୟାଙ୍କ ଏହି ସଫଳତା ଆଗାମୀ ଦିନରେ ମହିଳାଙ୍କୁ ଏହି କ୍ଷେତ୍ରରେ କ୍ୟାରିୟର କରିବାକୁ ଉତ୍ସାହିତ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos