ଟଙ୍କା ନେଇ ଟିକେଟ ଦେବା ପ୍ରସଙ୍ଗ, କେଜ୍ରିଓ୍ୱାଲ ଏଯାଏ ଚୁପ୍!

ନୂଆଦିଲ୍ଲୀ: ଟଙ୍କା ଦେଲେ ଆମ୍ ଆଦମୀ ପାର୍ଟି(ଆପ୍‌)ରେ ଟିକେଟ୍‌ ମିଳେ। ଗତକାଲି ପଶ୍ଚିମ ଦିଲ୍ଲୀର ଆପ୍ ପ୍ରାର୍ଥୀଙ୍କ ପୁଅ ଏହି ଅଭିଯୋଗ କରିଥିଲେ। ଏହା ପରେ ଆପ୍‌କୁ ଘେରିଛି ବିଜେପି। ଆପ୍‌ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏହି ପ୍ରସଙ୍ଗରେ ନିରବ ରହିଥିବା ନେଇ ପ୍ରଶ୍ନ ଉଠାଇଛି ବିଜେପି। ବାରମ୍ୱାର ବିଭିନ୍ନ ପ୍ରସଙ୍ଗରେ ବିଜେପି ଉପରେ କେଜ୍ରିଓ୍ୱାଲ ଦୋଷ ଲଦୁଥିବା ବେଳେ ଏହି ପ୍ରସଙ୍ଗରେ କାହିଁକି ଚୁପ୍‌ ରହିଛନ୍ତି ବୋଲି ଦଳ ପ୍ରଶ୍ନ କରିଛି। […]

arvind-kejriwal

arvind-kejriwal

Subhransu Sekhar
  • Published: Sunday, 12 May 2019
  • Updated: 12 May 2019, 02:15 PM IST

Sports

Latest News

ନୂଆଦିଲ୍ଲୀ: ଟଙ୍କା ଦେଲେ ଆମ୍ ଆଦମୀ ପାର୍ଟି(ଆପ୍‌)ରେ ଟିକେଟ୍‌ ମିଳେ। ଗତକାଲି ପଶ୍ଚିମ ଦିଲ୍ଲୀର ଆପ୍ ପ୍ରାର୍ଥୀଙ୍କ ପୁଅ ଏହି ଅଭିଯୋଗ କରିଥିଲେ। ଏହା ପରେ ଆପ୍‌କୁ ଘେରିଛି ବିଜେପି। ଆପ୍‌ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏହି ପ୍ରସଙ୍ଗରେ ନିରବ ରହିଥିବା ନେଇ ପ୍ରଶ୍ନ ଉଠାଇଛି ବିଜେପି।

ବାରମ୍ୱାର ବିଭିନ୍ନ ପ୍ରସଙ୍ଗରେ ବିଜେପି ଉପରେ କେଜ୍ରିଓ୍ୱାଲ ଦୋଷ ଲଦୁଥିବା ବେଳେ ଏହି ପ୍ରସଙ୍ଗରେ କାହିଁକି ଚୁପ୍‌ ରହିଛନ୍ତି ବୋଲି ଦଳ ପ୍ରଶ୍ନ କରିଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଆପ୍ ଲୋକଙ୍କ ଆଗରେ ଏକ୍ସପୋଜ୍ ହୋଇସାରିଛି। ସରକାରକୁ ଆସିବା ବେଳେ ଦିଲ୍ଲୀବାସୀଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ କେଜ୍ରିଓ୍ୱାଲ। ହେଲେ ସେ କିଛି ବି ପ୍ରତିଶ୍ରୁତି କେଜ୍ରିଓ୍ୱାଲ ପୂରଣ କରି ନାହାନ୍ତି।

ଏଥିସହ କଂଗ୍ରେସ ନେତା ସାମ୍ ପିଟ୍ରୋଡା ୧୯୮୪ ମସିହା ଶିଖ ଦଙ୍ଗା ପ୍ରସଙ୍ଗରେ ଯେଉଁ ମନ୍ତବ୍ୟ ରଖିଥିଲେ, ସେ ବାବଦରେ ଆପ୍ କାହିଁକି ନିଜର ପକ୍ଷ ରଖି ନଥିଲା ବୋଲି ମଧ୍ୟ ଜାଭଡେକର କହିଛନ୍ତି।

ଗତକାଲି ଆପ୍ ପ୍ରାର୍ଥୀ ବଲ୍‌ବୀର ସିଂହ ଜାଖରଙ୍କ ପୁଅ ଉଦୟ କହିଥିଲେ,“ମୋ ବାପା ୩ ମାସ ତଳେ ରାଜନୀତିରେ ଯୋଗ ଦେଇଥିଲେ। ଏହି ଟିକେଟ୍‌ ପାଇଁ ସେ ଅରବିନ୍ଦ କେଜ୍ରିୱାଲଙ୍କୁ ୬ କୋଟି ଦେଇଛନ୍ତି। ସେ ଟଙ୍କା ନେଇଛନ୍ତି ବୋଲି ମୋ ପାଖରେ ଠୋସ୍‌ ପ୍ରମାଣ ମଧ୍ୟ ରହିଛି।”

ସେ ଆହୁରି ମଧ୍ୟ କହିଥିଲେ ଯେ, ତାଙ୍କ ବାପା ୧୯୮୪ ଶିଖ୍‌ ଦଙ୍ଗା ମାମଲାରେ ଅଭିଯୁକ୍ତ ସଜ୍ଜନ କୁମାରଙ୍କୁ ଜାମିନ୍‌ରେ ଆଣିବାକୁ ପ୍ରୟାସ ମଧ୍ୟ କରିଥିଲେ।

ଅନ୍ୟପକ୍ଷରେ ବଲବୀର ଏସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ। ସେ କହିଥିଲେ,“ଜନ୍ମ ହେବା ଦିନରୁ ସେ ମୋ ପାଖରେ ନରହି ତା ଅଜା ଘରେ ରହୁଛି। ମୋ ସ୍ତ୍ରୀକୁ ମୁଁ ୨୦୦୯ ମସିହାରେ ଛାଡ଼ପତ୍ର ଦେଇସାରିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos