ରୁପେ କାର୍ଡ ଓ ଭୀମ୍‌ ଆପ୍‌ ଉପଭୋକ୍ତାଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ଦେଶର ରୁପେ କାର୍ଡ ଓ ଭୀମ୍‌ ଆପ୍‌ ଉପଭୋକ୍ତାଙ୍କ ପାଇଁ ଆଜି ଜିଏସ୍‌ଟି କାଉନସିଲ୍‌ର ୨୯ ତମ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି। ରୁପେ କାର୍ଡ ଓ ଭୀମ୍‌ ଆପ୍‌ ଉପଭୋକ୍ତା ଏଣିକି ୨୦%  ଡିସ୍‌କାଉଣ୍ଟ ବା ରିହାତି ପାଇବେ। ତେବେ ଏହି ରିହାତି ଦର ଅତିବେଶୀରେ ୧୦୦ ଟଙ୍କା ମଧ୍ୟରେ ରହିବ। ଏହି ରିହାତି ଅର୍ଥ ଉପଭୋକ୍ତାଙ୍କୁ କ୍ୟାଶବ୍ୟାକ୍‌ ଆକାରରେ ମିଳିବ। ଯଦି ଜଣେ ବ୍ୟକ୍ତି ଭୀମ ଆପ୍‌ କିମ୍ବା ରୁପେ କାର୍ଡ ଜରିଆରେ […]

gst-watershed-twitter-1-1-1-620x413-1

Ordigital Desk
  • Published: Saturday, 04 August 2018
  • , Updated: 04 August 2018, 08:50 PM IST

ନୂଆଦିଲ୍ଲୀ: ଦେଶର ରୁପେ କାର୍ଡ ଓ ଭୀମ୍‌ ଆପ୍‌ ଉପଭୋକ୍ତାଙ୍କ ପାଇଁ ଆଜି ଜିଏସ୍‌ଟି କାଉନସିଲ୍‌ର ୨୯ ତମ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି।

ରୁପେ କାର୍ଡ ଓ ଭୀମ୍‌ ଆପ୍‌ ଉପଭୋକ୍ତା ଏଣିକି ୨୦%  ଡିସ୍‌କାଉଣ୍ଟ ବା ରିହାତି ପାଇବେ। ତେବେ ଏହି ରିହାତି ଦର ଅତିବେଶୀରେ ୧୦୦ ଟଙ୍କା ମଧ୍ୟରେ ରହିବ। ଏହି ରିହାତି ଅର୍ଥ ଉପଭୋକ୍ତାଙ୍କୁ କ୍ୟାଶବ୍ୟାକ୍‌ ଆକାରରେ ମିଳିବ।

ଯଦି ଜଣେ ବ୍ୟକ୍ତି ଭୀମ ଆପ୍‌ କିମ୍ବା ରୁପେ କାର୍ଡ ଜରିଆରେ ୧୦୦୦ ଟଙ୍କା ପୈଠ କରନ୍ତି ଓ ତା’ ଉପରେ ଜିଏସ୍‌ଟି ୧୨% ଲାଗୁ ଥାଏ, ତା’ହେଲେ ନୂଆ ନିଷ୍ପତ୍ତି ଅନୁଯାୟୀ ସଂପୃକ୍ତ ବ୍ୟକ୍ତିଙ୍କୁ ୨୪ ଟଙ୍କା (୨୦%) କ୍ୟାଶବ୍ୟାକ୍‌ ମିଳିବ।

ସେହିପରି ୨ ହଜାର ଟଙ୍କା ପୈଠ କଲେ ଏବଂ ତା’ ଉପରେ ୧୨% ଜିଏସ୍‌ଟି ଲାଗିଲେ, ଉପଭୋକ୍ତାଙ୍କୁ ୪୮ ଟଙ୍କା କ୍ୟାଶ ବ୍ୟାକ୍‌ ମିଳିବ। ୩ ହଜାର ଟଙ୍କାରେ ୭୨ ଟଙ୍କା ଓ ୪ ହଜାର ଟଙ୍କାରେ ୯୬ ଟଙ୍କା କ୍ୟାଶବ୍ୟାକ୍‌ ମିଳିବ।

୨୦୧୬-୧୭ ତୁଳନାରେ ବର୍ତ୍ତମାନ ରୁପେ କାର୍ଡ ଦ୍ୱାରା କାରବାର ୧୩୫% ବୃଦ୍ଧି ଘଟିଛି। ୨୦୧୭-୧୮ରେ ୪୬ କୋଟି ଲୋକ ରୁପେ କାର୍ଡରେ କାରବାର କରିଛନ୍ତି। ୨୦୧୬-୧୭ରେ ଏହି ସଂଖ୍ୟା ୧୯.୫ କୋଟି ଥିଲା। ଭୀମ ଆପ୍‌କୁ ଏବେ ୨.୨୬ କୋଟି ଲୋକ ଡାଉନ୍‌ଲୋଡ୍‌ କରିଛନ୍ତି।

ଅନ୍ୟପକ୍ଷରେ ଜିଏସ୍‌ଟି ଲାଗୁ ହେବା ଦ୍ୱାରା କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀ ଭୋଗୁଥିବା ସମସ୍ୟାର ସମାଧାନ ଆଜିର ବୈଠକରେ ହେବ ବୋଲି ଆଶା କରାଯାଉଥିଲା। ହେଲେ ବୈଠକରେ ଏମଏସ୍‌ଏମ୍‌ଇ କୌଣସି ରିହାତି ପାଇନାହାନ୍ତି।

କିନ୍ତୁ ଏହି ସମସ୍ୟାର ସମାଧାନ ପାଇଁ ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟିର ଅଧ୍ୟକ୍ଷତା କରିବେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବ ପ୍ରତାପ ଶୁକ୍ଳା। ଏହି କମିଟିରେ ଦିଲ୍ଲୀ, ବିହାର, କେରଳ, ପଞ୍ଜାବ ଓ ଆସାମର ଅର୍ଥମନ୍ତ୍ରୀ ରହିବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ପୀୟୂଷ ଗୋଏଲ ସୂଚନା ଦେଇଛନ୍ତି।

Related story