ଲାଲୁ ଓ ତେଜସ୍ୱୀଙ୍କ ପାଇଁ ବଢିଲା ଚିନ୍ତା: ହାଜର ପାଇଁ ପୁଣି ସିବିଆଇର ସମନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପୁଅ ତେଜସ୍ୱୀ ଯାଦବଙ୍କୁ ହାଜର ହେବା ପାଇଁ ସାନି ସମନ ଜାରି କରିଛି ସିବିଆଇ। ଅକ୍ଟୋବର ୪ ଓ ୫ରେ ହାଜର ହେବା ପାଇଁ ପୂର୍ବରୁ ସେମାନଙ୍କୁ ନୋଟିସ ଜାରି ହୋଇଥିଲା। କିନ୍ତୁ ସେମାନେ ହାଜର ହୋଇ ପାରିବେ ନାହିଁ ବୋଲି ସିବିଆଇକୁ ଜଣାଇବା ପରେ ସିବିଆଇ ପକ୍ଷରୁ ସାନି ତାରିଖ ଦିଆଯାଇଛି।  ୨୦୦୬ ମସିହାରେ ଆଇଆରସିଟିସିର ଦୁଇଟି ହୋଟେଲ ବିଏନଆର ରାଂଚି […]

Lalu

Lalu

Rakesh Mallick
  • Published: Tuesday, 03 October 2017
  • Updated: 03 October 2017, 04:53 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପୁଅ ତେଜସ୍ୱୀ ଯାଦବଙ୍କୁ ହାଜର ହେବା ପାଇଁ ସାନି ସମନ ଜାରି କରିଛି ସିବିଆଇ। ଅକ୍ଟୋବର ୪ ଓ ୫ରେ ହାଜର ହେବା ପାଇଁ ପୂର୍ବରୁ ସେମାନଙ୍କୁ ନୋଟିସ ଜାରି ହୋଇଥିଲା। କିନ୍ତୁ ସେମାନେ ହାଜର ହୋଇ ପାରିବେ ନାହିଁ ବୋଲି ସିବିଆଇକୁ ଜଣାଇବା ପରେ ସିବିଆଇ ପକ୍ଷରୁ ସାନି ତାରିଖ ଦିଆଯାଇଛି।  ୨୦୦୬ ମସିହାରେ ଆଇଆରସିଟିସିର ଦୁଇଟି ହୋଟେଲ ବିଏନଆର ରାଂଚି ଓ ବିଏନଆର ପୁରୀର ନବୀକରଣ ପାଇଁ ସୁଜାତା ହୋଟେଲକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ଘଟଣାର ସିବିଆଇ ପକ୍ଷରୁ ତଦନ୍ତ କରାଯାଇଥିଲା। ପୂର୍ବରୁ ଏହି ମାମଲାରେ ଆରଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବ ସିବିଆଇ ନିକଟରେ ହାଜର ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos