ପୁଲିସ୍‌ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ, ୩୩ ଜାଗାରେ ରେଡ୍‌ କଲା ସିବିଆଇ

ଶ୍ରୀନଗର : ଜମ୍ମୁ କଶ୍ମୀରରେ ପୁଲିସ୍‌ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଛାନଭିନ କରୁଥିବା ସିବିଆଇ ଆଜି ସକାଳୁ ଦେଶର ୩୩ଟି ସ୍ଥାନରେ ଚଢ଼ାଉ କରିଛି। ମୁଖ୍ୟତଃ ଏକ ନିର୍ଦ୍ଦିଷ୍ଟ କୋଚିଂ ସେଣ୍ଟରର ଅଧିକାଂଶ ପିଲା ଲିଖିତ ପରୀକ୍ଷାରେ ପାସ୍‌ କରିବା ପରେ ଏଥିରେ ଏକ ବିରାଟ ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲା।  ଏହି ପରୀକ୍ଷା ୨୦୨୦ ମସିହା ମାର୍ଚ୍ଚ ୨୦ ତାରିଖରେ ହୋଇଥିବା ବେଳେ ଏଥିରେ ୯୭ ହଜାର […]

CBI

CBI

Niharika Rout
  • Published: Tuesday, 13 September 2022
  • Updated: 13 September 2022, 11:28 AM IST

Sports

Latest News

ଶ୍ରୀନଗର : ଜମ୍ମୁ କଶ୍ମୀରରେ ପୁଲିସ୍‌ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଛାନଭିନ କରୁଥିବା ସିବିଆଇ ଆଜି ସକାଳୁ ଦେଶର ୩୩ଟି ସ୍ଥାନରେ ଚଢ଼ାଉ କରିଛି।

ମୁଖ୍ୟତଃ ଏକ ନିର୍ଦ୍ଦିଷ୍ଟ କୋଚିଂ ସେଣ୍ଟରର ଅଧିକାଂଶ ପିଲା ଲିଖିତ ପରୀକ୍ଷାରେ ପାସ୍‌ କରିବା ପରେ ଏଥିରେ ଏକ ବିରାଟ ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲା।  ଏହି ପରୀକ୍ଷା ୨୦୨୦ ମସିହା ମାର୍ଚ୍ଚ ୨୦ ତାରିଖରେ ହୋଇଥିବା ବେଳେ ଏଥିରେ ୯୭ ହଜାର ପରୀକ୍ଷାର୍ଥୀ ଭାଗ ନେଇଥିଲେ। ଗତ ଜୁନ୍‌ ୪ ତାରିଖରେ ଏହି ପରୀକ୍ଷା ଫଳ ବାହାରିଥିବା ବେଳେ ୧୨ଶହ ଜଣ ପାସ୍‌ କରିଥିବା ଜଣାପଡ଼ିଥିଲା। ସେମାନଙ୍କ ମଧ୍ୟରୁ ବହୁ ଜଣ ଉକ୍ତ କୋଚିଙ୍ଗ ସେଣ୍ଟର ଛାତ୍ରଛାତ୍ରୀ ହୋଇଥିବାରୁ ଏହା ପଛରେ ଏକ ସ୍କାମ ଥିବା ଅନ୍ୟ ପରୀକ୍ଷାର୍ଥୀ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ସମଗ୍ର ରାଜ୍ୟରେ ତୁମ୍ବି ତୋଫାନ ହେବା ପରେ ଏହି ପରୀକ୍ଷା ଫଳକୁ ବାତିଲ କରାଯାଇ ସିବିଆଇ ଦ୍ୱାରା ମାମଲାର ଯାଞ୍ଚ କରାଯାଉଛି।

ଏହା ପଛରେ ଜମ୍ମୁ, କଶ୍ମୀରର   SSB ଅଧ୍ୟକ୍ଷ ଖାଲିଦ ଜହାଙ୍ଗିର ଓ କଣ୍ଟ୍ରୋଲର ଅଶୋକ କୁମାରଙ୍କ ହାତ ଥିବା ଅଭିଯୋଗ ହେବା ପରେ ସେମାନଙ୍କୁ ପଚରାଉଚରା କରାଯାଉଛି। ଏହି ମାମଲାରେ ସିବିଆଇ ୩୩ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରିଛି।

ସିବିଆଇ ପକ୍ଷରୁ ଆଜି ସକାଳେ ସମୁଦାୟ ଦେଶର ୩୩ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଥିବା ବେଳେ ସେଥିମଧ୍ୟରେ ଜମ୍ମୁର ୧୪ଟି, ଶ୍ରୀନଗରର ଗୋଟିଏ, ହରିୟାଣାର ୧୩ଟି ଓ ଗୁଜରାଟର ୧ଟି, ବେଙ୍ଗାଲୁରର ୧ ଓ ଉତ୍ତରପ୍ରଦେଶର ଗୋଟିଏ ଜାଗା ସମେତ ଭିନ୍ନ ଭିନ୍ନ ଜାଗାରେ ରେଡ କରାଯାଇଛି।

ଗତ ମାସ ମଧ୍ୟ ସିବିଆଇ ଏହି ମାମଲାର ଛାନଭିନ କରି ୩୦ ଜାଗାରେ ରେଡ କରିଥିଲା। ସେଥିମଧ୍ୟରେ ଜମ୍ମୁ, କଶ୍ମୀରର ୨୮ ଜାଗା, ଶ୍ରୀନଗର ଓ ବେଙ୍ଗାଲୁରର ଗୋଟିଏ ଲେଖା ଜାଗାରେ ରେଡ ହୋଇଥିଲା। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos