ସୁଶାନ୍ତଙ୍କ ମୃତ୍ୟୁ ଘଟଣା: ସୁପ୍ରିମକୋର୍ଟ ଗଲା ସିବିଆଇ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ସୁଶାନ୍ତଙ୍କ ମୃତ୍ୟୁ ପଛରେ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ହାତ ଥିବା ଅଭିଯୋଗ ହୋଇଛି। ବିହାର ପୁଲିସ୍‌ର ପରାମର୍ଶକ୍ରମେ ସିବିଆଇ ଘଟଣାରେ ମାମଲା ରୁଜୁ କରିଛି। ହେଲେ ମହାରାଷ୍ଟ୍ର ସରକାର ସିବିଆଇ ତଦନ୍ତକୁ ବିରୋଧ କରୁଥିବାରୁ ସିବିଆଇ କାହାକୁ ବି ଜେରା କରିପାରୁନାହିଁ। ତେଣୁ ଏବେ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଗୋଟିଏ ପକ୍ଷ ହେବା ପାଇଁ ଆବେଦନ […]

sushant1

Hemant Lenka
  • Published: Friday, 07 August 2020
  • , Updated: 07 August 2020, 07:51 PM IST

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ସୁଶାନ୍ତଙ୍କ ମୃତ୍ୟୁ ପଛରେ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ହାତ ଥିବା ଅଭିଯୋଗ ହୋଇଛି। ବିହାର ପୁଲିସ୍‌ର ପରାମର୍ଶକ୍ରମେ ସିବିଆଇ ଘଟଣାରେ ମାମଲା ରୁଜୁ କରିଛି। ହେଲେ ମହାରାଷ୍ଟ୍ର ସରକାର ସିବିଆଇ ତଦନ୍ତକୁ ବିରୋଧ କରୁଥିବାରୁ ସିବିଆଇ କାହାକୁ ବି ଜେରା କରିପାରୁନାହିଁ।

ତେଣୁ ଏବେ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଗୋଟିଏ ପକ୍ଷ ହେବା ପାଇଁ ଆବେଦନ କରିଛି। ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ବିହାରରେ ରୁଜୁ ହୋଇଥିବା ମାମଲାକୁ ମୁମ୍ବାଇ ବଦଳି କରି ଆଣିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ଏହାର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି। ଏସବୁ ଭିତରେ ସିବିଆଇ ସୁପ୍ରିମକୋର୍ଟରେ ପକ୍ଷଭୁକ୍ତ ହେବାକୁ ଆବେଦନ କରିଛି। ସୁପ୍ରିମକୋର୍ଟ ରିୟାଙ୍କ ଆବେଦନର ଶୁଣାଣି ୧୧ ତାରିଖରେ କରିବେ।

ଏହି ସମୟରେ ସିବିଆଇ ତା’ର ପକ୍ଷ ରଖିବ। ଅଗଷ୍ଟ ୫ରେ କେନ୍ଦ୍ର ସରକାର ବିହାର ସରକାରଙ୍କ ପରାମର୍ଶକ୍ରମେ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଥିଲା। ଏହାପରେ Department of Personnel and Training ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା।

ଏବେ Department of Personnel and Training ପକ୍ଷରୁ ସିବିଆଇକୁ ପକ୍ଷ ଭୁକ୍ତ କରିବାକୁ ମଧ୍ୟ କୁହାଯାଇଛି। ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ହିଁ ସିବିଆଇ ଘଟଣାର ତଦନ୍ତ କରିପାରିବ।

ଅନ୍ୟପକ୍ଷରେ ଆଜି ବିହାର ସରକାରଙ୍କ ପକ୍ଷରୁ ବିହାର ପୁଲିସ୍‌ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛି। ଏଥିରେ କୁହାଯାଇଛି ଯେ କେକେ ସିଂହ(ସୁଶାନ୍ତଙ୍କ ବାପା)ଙ୍କ ଅଭିଯୋଗ ଅନୁଯାୟୀ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ଲୋକ ତାଙ୍କୁ ଓଭର ଡୋଜ ମେଡିସିନ ଦେଇ ତାଙ୍କ ସମ୍ପତ୍ତି ହାତେଇବାକୁ ଚେଷ୍ଟା କରିଥୁଲେ। ଏଥିସହ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ସେମାନେ ବାଧ୍ୟ କରିଥିଲେ।

Related story