ଭୁପିନ୍ଦରଙ୍କ ଘରେ ସିବିଆଇ ଚଢ଼ଉ

ରୋହତକ: ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଡାଙ୍କ ରୋହତକସ୍ଥିତ ବାସଭବନ ସମେତ ହରିଆଣା ଏବଂ ଦିଲ୍ଲୀର ୩୦ଟି ସ୍ଥାନରେ ଚଢ଼ଉ କରିଛି ସିବିଆଇ। ଗୁରୁଗ୍ରାମ ଜମି ଦୁର୍ନୀତି ମାମଲାରେ ଏହି ଚଢ଼ଉ କରାଯାଇଥିବା ଜଣାଯାଇଛି। ୨୦୧୭ ମସିହାରେ ସୁପ୍ରିମ୍‌କୋର୍ଟ ୧,୪୦୭ ଏକର ଜମିର ଅଧିଗ୍ରହଣ ପ୍ରକ୍ରିୟା ଉପରେ ଏବଂ ୯୫% ଜମି ରିଲିଜ୍ ଉପରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବର କଂଗ୍ରେସ ସରକାର ସମୟରେ ନାଗିଲ ଉମରପୁର, ଟିଗ୍ରା, ଉଲ୍ଲାୱାସ୍, କଦରପୁର, ମୈଦାୱାସ୍, […]

rohtak

Subrat Kumar Nayak
  • Published: Friday, 25 January 2019
  • , Updated: 25 January 2019, 11:25 AM IST

ରୋହତକ: ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଡାଙ୍କ ରୋହତକସ୍ଥିତ ବାସଭବନ ସମେତ ହରିଆଣା ଏବଂ ଦିଲ୍ଲୀର ୩୦ଟି ସ୍ଥାନରେ ଚଢ଼ଉ କରିଛି ସିବିଆଇ। ଗୁରୁଗ୍ରାମ ଜମି ଦୁର୍ନୀତି ମାମଲାରେ ଏହି ଚଢ଼ଉ କରାଯାଇଥିବା ଜଣାଯାଇଛି।

୨୦୧୭ ମସିହାରେ ସୁପ୍ରିମ୍‌କୋର୍ଟ ୧,୪୦୭ ଏକର ଜମିର ଅଧିଗ୍ରହଣ ପ୍ରକ୍ରିୟା ଉପରେ ଏବଂ ୯୫% ଜମି ରିଲିଜ୍ ଉପରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ପୂର୍ବର କଂଗ୍ରେସ ସରକାର ସମୟରେ ନାଗିଲ ଉମରପୁର, ଟିଗ୍ରା, ଉଲ୍ଲାୱାସ୍, କଦରପୁର, ମୈଦାୱାସ୍, ବାଦଶାହପୁର, ବହରମ୍ପୁର ଏବଂ ଘାଟା ଆଦି ସ୍ଥନାରେ ଅଧିଗ୍ରହଣ ପାଇଁ ଜମି ଅଧିଗ୍ରହଣ ଆଇନର ଧାରା ୪ ଅନୁଯାୟୀ ୨୦୦୯ ଜୁନ୍ ୨ରେ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଆବାସିକ ସେକ୍ଟର ୫୮ରୁ ୬୩ ଏବଂ ଆବସିକ-ବ୍ୟବସାୟିକ ସେକ୍ଟର ୬୫ରୁ ୬୭ ଆଦି ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟର କାରଣ ଦର୍ଶାଇ ଏହି ଅଧିଗ୍ରହଣ କରାଯାଇଥିଲା।

୨୨ ଡିସେମ୍ବର ୨୦୧୧ରେ ମାତ୍ର ୮୭ ଏକର ଜମି ଅଧିଗ୍ରହଣ ପାଇଁ ଅନୁମୋଦନ ମିଳିଥିଲା। ଅର୍ଥାତ ଆଉ ୯୫% ରିଲିଜ୍‌ କରିଦେବାର ଥିଲା। ମାନେସାର ଅଞ୍ଚଳରେ ଏହି ରିଲିଜ୍‌ ଉପରେ ଭିତ୍ତି କରି ସୁପ୍ରିମ୍‌କୋର୍ଟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

Related story