ପୁଣି ଯୁଦ୍ଧବିରତି ଉଲ୍ଲଂଘନ କଲା ପାକ୍ ସେନା

ଶ୍ରୀନଗର: ପାକିସ୍ତାନ ସେନା ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲ୍‌ଓସି) ନିକଟରେ ଆଜି ପୁଣି ଯୁଦ୍ଧବିରତି ଉଲ୍ଲଂଘନ କରିଛି। ଜମ୍ମୁ ଓ କାଶ୍ମୀରର ରାଜୌରୀ ଜିଲ୍ଲାର ନୌଶେରା ସେକ୍ଟରର ତିନିଟି ଅଞ୍ଚଳରେ ଏଲ୍‌ଓସି ନିକଟରେ ଥିବା ଭାରତୀୟ ସେନା ଶିବିର ଉପରକୁ ପାକ୍ ସେନା ପକ୍ଷରୁ ଗୁଳି କରାଯାଇଥିଲା। ଏହା ସହିତ ଏହି ସବୁ ଅଞ୍ଚଳରେ ସାଧାରଣ ନାଗରିକଙ୍କ ବସତି ଉପରକୁ ଲକ୍ଷ୍ୟ କରି ମଧ୍ୟ ଗୁଳି କରାଯାଇଥିଲା।

ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ ମନୀଷ ମେହତା,“ଆଜି ଭୋର ପ୍ରାୟ ୫ଟା ୧୫ ମିନିଟ୍‌ରେ ନୌଶେରାର ତିନିଟି ଅଞ୍ଚଳରେ ପାକ୍ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିଲା। ସେମାନେ ମୋର୍ଟାର ମାଡ଼ ମଧ୍ୟ କରିଥିଲେ। ଭାରତୀୟ ଯବାନମାନେ ଏହାର କଡ଼ା ଜବାବ ଦେଇଥିଲେ।”

ଗତକାଲି ପାକିସ୍ତାନୀ ସେନା ଏଲ୍‌ଓସିରେ ୪ ଥର ଯୁଦ୍ଧବିରତି ଉଲ୍ଲଂଘନ କରିଥିଲା। ପୁଞ୍ଚ ଜିଲ୍ଲାର ସୌଜିଆନ, ଶାହପୂର-କେର୍ନି, ମଣ୍ଡି ଓ କେଜି ସେକ୍ଟରରେ ଏହି ଯୁଦ୍ଧବିରତି ନିୟମ ଉଲ୍ଲଂଘନ ହୋଇଥିଲା। ଏଥିରେ ୫ ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ।

ଗତ ବର୍ଷ ପାକିସ୍ତାନ ପକ୍ଷରୁ ୪୦୫ ଥର ଭାରତୀୟ ସୀମା ଭିତରକୁ ଗୁଳି କରିଥିଲା। ଫଳରେ ୧୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା ଓ ୭୧ ଜଣ ଆହତ ହୋଇଥିଲେ।

ଆହୁରି ପଢ଼ନ୍ତୁ

ଇସ୍ତଫା ଦେଲେ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ଗିରୀଶ ମୁର୍ମୂ

ଠିକ୍ ବର୍ଷକ ତଳେ ଜମ୍ମୁ କଶ୍ମୀରରୁ ହଟିଥିଲା ଧାରା ୩୭୦

ଆମେରିକା ହେଲା ରାମମୟ

ହସ୍ପିଟାଲରୁ ଅଫିସ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା

ଜେରାର ସମ୍ମୁଖୀନ ହେବେ ରିୟା, ଇଡି ପଠାଇଲା ସମନ

ସୁଶାନ୍ତ ପୂର୍ବତନ ମ୍ୟାନେଜର ଦିଶାଙ୍କ ଶବ ବ୍ୟବଚ୍ଛେଦରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ

ଓୱେସୀଙ୍କ ବାବ୍ରୀ ଟ୍ୱିଟ ପାଇଁ ଏତଲା ଦେଲା ହିନ୍ଦୁ ସେନା

ଓୱେସୀ କହିଲେ, ବାବ୍ରୀ ମସଜିଦ ଥିଲା ଓ ରହିବ

ଲୁପିନର କରୋନା ଔଷଧ, ଟ୍ୟାବଲେଟର ଦାମ ୪୯ ଟଙ୍କା

ରାମ ମନ୍ଦିର ନିର୍ମାଣ ପଛରେ ଥିବା ସେହି ୧୦ ବ୍ୟକ୍ତି, ଜାଣନ୍ତୁ ସେମାନେ କିଏ

ଭୂମି ପୂଜନ ପରେ ରାଷ୍ଟ୍ରପତିଙ୍କ ଠାରୁ ରାହୁଲ ଗାନ୍ଧି ଓ ଓୱେସୀ କ’ଣ କହିଲେ

ରେକର୍ଡ: ଦିନକରେ ୫୧ ହଜାରରୁ ଅଧିକ ସୁସ୍ଥ, ୫୨ ହଜାର ଆକ୍ରାନ୍ତ