କରୋନା: ୧୦ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ

ନୂଆଦିଲ୍ଲୀ: କରୋନା ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ୧୦ ରାଜ୍ୟକୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଟିମ୍ ପଠାଇବେ। ଶନିବାର କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଟିମ୍ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଟିମ୍ ସହିତ ମିଶି କରୋନା ମୁକାବିଲା କରିବେ। ଆବଶ୍ୟକ ପଡ଼ିଲେ ପରାମର୍ଶ ଦେବେ। ଏହା ସହିତ ରାଜ୍ୟ ଗୁଡ଼ିକର ସ୍ଥିତି ସମୀକ୍ଷା କରିବେ। ତେବେ ଏହି ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା ନାହିଁ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିନରେ ଏହି ଟିମ୍ […]

corona expert

corona expert

Subhransu Sekhar
  • Published: Saturday, 09 May 2020
  • Updated: 09 May 2020, 10:40 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ୧୦ ରାଜ୍ୟକୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଟିମ୍ ପଠାଇବେ। ଶନିବାର କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଟିମ୍ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଟିମ୍ ସହିତ ମିଶି କରୋନା ମୁକାବିଲା କରିବେ। ଆବଶ୍ୟକ ପଡ଼ିଲେ ପରାମର୍ଶ ଦେବେ। ଏହା ସହିତ ରାଜ୍ୟ ଗୁଡ଼ିକର ସ୍ଥିତି ସମୀକ୍ଷା କରିବେ। ତେବେ ଏହି ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା ନାହିଁ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିନରେ ଏହି ଟିମ୍ ଗଠିତ ହୋଇଛି। ଏହି କମିଟିର ମୁଖ୍ୟ ରହିଛନ୍ତି ଯୁଗ୍ମ ସ୍ୱାସ୍ଥ୍ୟ ସଚିବ ଲବ୍ ଅଗ୍ରଓ୍ୱାଲ୍। ଗୁଜରାଟ, ତାମିଲନାଡୁ, ଉତ୍ତର ପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ୍, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବେ ତେଲେଙ୍ଗାନାକୁ ଯିବ ଏହି ଟିମ୍। ଏହି ଟିମରେ ମୋଟ୍ ୨୦ ଜଣ ସ୍ୱାସ୍ଥ୍ୟ ବିଶେଷଜ୍ଞ ସାମିଲ୍ ହୋଇଛନ୍ତି।

ପୂର୍ବରୁ ମଧ୍ୟ ୨୦ ଜଣିଆ ବିଶେଷଜ୍ଞ ଟିମ୍ ୯ଟି ରାଜ୍ୟକୁ କେନ୍ଦ୍ର ପଠାଇଥିଲା। ସେତେବେଳେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ଦିଲ୍ଲୀ, ରାଜସ୍ଥାନ, ଉତ୍ତର ପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶ ରହିଥିଲା। ଏବେର ଟିମରେ ମହାରାଷ୍ଟ୍ର ବାଦ୍ ପଡ଼ିଛି। ତେବେ ମହାରାଷ୍ଟ୍ର ଓ ଗୁଜରାଟର ୨୦ଟି ଲେଖାଏଁ ଜିଲ୍ଲା ରେଡ୍ ଜୋନରେ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି।

ସୂଚନାଯୋଗ୍ୟ, ଭାରତରେ ୩୯,୮୩୪ ଜଣ କରୋନା ଆକ୍ରାନ୍ତ ସକ୍ରିୟ ରହିଥିବା ବେଳେ ୧୭,୮୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାବତ ୧,୯୮୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୯,୬୬୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos