୨୫୦ ଟ୍ୱିଟର୍ ଆକାଉଣ୍ଟ ବ୍ଲକ୍

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡ ପୂରା ଦେଶକୁ ଦୋହଲାଇ ଦେଇଥିଲା। ଏହି ହିଂସାକାଣ୍ଡ ପରେ ଏକାଧିକ ଟ୍ୱିଟର୍ ଆକାଉଣ୍ଟରେ ଆପତ୍ତିଜନକ ହାସଟ୍ୟାଗ୍ ଟ୍ରେଣ୍ଡ୍ କରୁଥିଲା। ଏବେ କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟର ନିର୍ଦ୍ଦେଶ ପରେ ଟ୍ୱିଟର୍ ଇଣ୍ଡିଆ ୨୫୦ରୁ ଅଧିକ ଆକାଉଣ୍ଟକୁ ବ୍ଲକ୍ କରିଦେଇଛି। ଏହି ଆକାଉଣ୍ଟ ଗୁଡ଼ିକରେ ଚାଷୀ ଆନ୍ଦୋଳନକୁ ନେଇ ଗୁଜବ ସୃଷ୍ଟି କରିବାର ଅଭିଯୋଗ ରହିଛି। ଚାଷୀ ଆନ୍ଦୋଳନକୁ ନେଇ #ModiPlanningFarmerGenocide […]

twitter

Ranjit Kumar Jena
  • Published: Monday, 01 February 2021
  • , Updated: 01 February 2021, 06:15 PM IST

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡ ପୂରା ଦେଶକୁ ଦୋହଲାଇ ଦେଇଥିଲା। ଏହି ହିଂସାକାଣ୍ଡ ପରେ ଏକାଧିକ ଟ୍ୱିଟର୍ ଆକାଉଣ୍ଟରେ ଆପତ୍ତିଜନକ ହାସଟ୍ୟାଗ୍ ଟ୍ରେଣ୍ଡ୍ କରୁଥିଲା। ଏବେ କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟର ନିର୍ଦ୍ଦେଶ ପରେ ଟ୍ୱିଟର୍ ଇଣ୍ଡିଆ ୨୫୦ରୁ ଅଧିକ ଆକାଉଣ୍ଟକୁ ବ୍ଲକ୍ କରିଦେଇଛି। ଏହି ଆକାଉଣ୍ଟ ଗୁଡ଼ିକରେ ଚାଷୀ ଆନ୍ଦୋଳନକୁ ନେଇ ଗୁଜବ ସୃଷ୍ଟି କରିବାର ଅଭିଯୋଗ ରହିଛି। ଚାଷୀ ଆନ୍ଦୋଳନକୁ ନେଇ #ModiPlanningFarmerGenocide ନାମକ ହାସଟ୍ୟାଗ୍ ଚଲାଯାଇଥିଲା। ଏହି ହାସଟ୍ୟାଗର ଅର୍ଥ ହେଉଛି ମୋଦି ସରକାର ଚାଷୀଙ୍କ ହତ୍ୟା ପ୍ରସ୍ତୁତି ଚଳାଉଛନ୍ତି।

ଶନିବାରଠାରୁ ଏହି ହାସଟ୍ୟାଗ୍ ଲିଡ୍ କରୁଥିଲା। ଏଥିରେ ଅନେକ ଟ୍ୱିଟ୍/ଟ୍ୱିଟର୍ ଆକାଉଣ୍ଟ ବିଦେଶରୁ ପରିଚାଳନା ହେଉଥିଲା। ସସପେଣ୍ଡ ହୋଇଥିବା ଅନେକ ଆକାଉଣ୍ଟ/ଟ୍ୱିଟ୍ ଚାଷୀ ସଂଗଠନ ଓ ଚାଷୀ ନେତା ସମ୍ବନ୍ଧିତ ଥିଲା। ବ୍ଲକ୍ କରାଯାଇଥିବା ଆକାଉଣ୍ଟ ମଧ୍ୟରେ ଚାଷୀ ଏକତା ମୋର୍ଚ୍ଚା, ଦ କାରବାନ୍, ମାନିକ ଗୋୟଲ, Tractor2twitr ଓ jatt_junction ଭଳି ଆକାଉଣ୍ଟ ସାମିଲ୍ ଅଛି।

ସୂଚନାଯୋଗ୍ୟ, ଗାଜିପୁର, ଟିକ୍ରୀ ଓ ସିଂଘୁ ବର୍ଡର ଏବଂ ଏହାର ଆଖପାଖ ଅଞ୍ଚଳରେ କିଛି ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଥିଲା। ଯାହାକୁ ନେଇ ଖୁବ୍ ବିରୋଧ ଦେଖା ଦେଇଥିଲା।

Related story