କରୋନା ଟିକାକରଣ ପାଇଁ ଜାରି ହେଲା ଗାଇଡଲାଇନ: ପଞ୍ଜୀକରଣ କରିନଥିଲେ ମିଳିବନି ଟିକା

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତରେ ଆରମ୍ଭ ହେବ କରୋନା ବିରୋଧୀ ଟିକାକରଣ। ଆସନ୍ତା କିଛି ସପ୍ତାହ ମଧ୍ୟରେ ଭାରତକୁ କରୋନା ଟିକା ମିଳିବ ବୋଲି କୁହାଯାଉଛି। ଟିକା ମିଳିବା ପରେ କେମିତି ଟିକାକରଣ କରାଯିବ, ସେଥିପାଇଁ ଆଜି କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି। ଗାଇଡଲାଇନ ଅନୁଯାୟୀ, ପଞ୍ଜୀକରଣ କରି ନଥିଲେ କାହାକୁ ବି ଟିକା ଦିଆଯିବ ନାହିଁ ବୋଲି ସରକାର କହିଛନ୍ତି। ଟିକା ପାଇଁ ଜଣେ ବ୍ୟକ୍ତି ପୂର୍ବରୁ କୋ-ୱିନ ଆପ୍‌ରେ ନିଜ ନାଁ ପଞ୍ଜୀକରଣ କରାଇବା […]

ty

ty

Hemant Lenka
  • Published: Monday, 14 December 2020
  • Updated: 14 December 2020, 07:21 PM IST

Sports

Latest News

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତରେ ଆରମ୍ଭ ହେବ କରୋନା ବିରୋଧୀ ଟିକାକରଣ। ଆସନ୍ତା କିଛି ସପ୍ତାହ ମଧ୍ୟରେ ଭାରତକୁ କରୋନା ଟିକା ମିଳିବ ବୋଲି କୁହାଯାଉଛି। ଟିକା ମିଳିବା ପରେ କେମିତି ଟିକାକରଣ କରାଯିବ, ସେଥିପାଇଁ ଆଜି କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି।

ଗାଇଡଲାଇନ ଅନୁଯାୟୀ, ପଞ୍ଜୀକରଣ କରି ନଥିଲେ କାହାକୁ ବି ଟିକା ଦିଆଯିବ ନାହିଁ ବୋଲି ସରକାର କହିଛନ୍ତି। ଟିକା ପାଇଁ ଜଣେ ବ୍ୟକ୍ତି ପୂର୍ବରୁ କୋ-ୱିନ ଆପ୍‌ରେ ନିଜ ନାଁ ପଞ୍ଜୀକରଣ କରାଇବା ବାଧ୍ୟତାମୂଳକ। ପଞ୍ଜୀକରଣ ପାଇଁ ୧୨ ପ୍ରକାରର ପରିଚୟପତ୍ର ଜରୁରୀ।

ଜଣେ ବ୍ୟକ୍ତି ନିଜର ଡିଏଲ, ଆଧାର କାର୍ଡ, ଭୋଟ ପରିଚୟପତ୍ର, ପାସପୋର୍ଟ କିମ୍ବା ଯେ କୌଣସି ଗୋଟିଏ ପରିଚୟ ପତ୍ର ଦେଖାଇ ପଞ୍ଜୀକରଣ କରିପାରିବେ। ଟିକାକରଣ କେନ୍ଦ୍ରରେ କେବଳ ପଞ୍ଜୀକରଣ କରିଥିବା ଲୋକଙ୍କୁ ଟିକା ଦିଆଯିବ। ଉକ୍ତ କେନ୍ଦ୍ରରେ କୌଣସି ପ୍ରକାରର ସ୍ପଷ୍ଟ ପଞ୍ଜୀକରଣ ହୋଇପାରିବ ନାହିଁ ବୋଲି କୁହାଯାଇଛି।

ପ୍ରଥମ ଦଫାରେ କେନ୍ଦ୍ର ସରକାର ୩୦ କୋଟି ଭାରତୀୟଙ୍କୁ କରୋନା ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ ଓ ୫୦ ବର୍ଷ ବୟସରୁ ଅଧିକ ବୟସ୍କ ଲୋକ ରହିଛନ୍ତି। ଟିକାକରଣ ପାଇଁ ସ୍ୱତନ୍ତ୍ର କେନ୍ଦ୍ର ମଧ୍ୟ ପ୍ରସ୍ତୁତ କରାଯିବ।

କ’ଣ ରହିଛି ଗାଇଡଲାଇନ-

୧-ପ୍ରତିଦିନ ଟିକାକରଣ କେନ୍ଦ୍ରର ଗୋଟିଏ ସେସନରେ ୧୦୦ରୁ ୨୦୦ରୁ ଲୋକଙ୍କୁ ଟିକା ଦିଆଯିବ।

୨-ଟିକା ନେବା ପରେ ଜଣେ ବ୍ୟକ୍ତି ୩୦ ମିନିଟ୍‌ କାଳ ସେଠାରେ ବସି ରହିବେ। ଏହି ସମୟରେ ତାଙ୍କ ଶରୀରରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ପ୍ରକାଶ ପାଉଛି କି ନାହିଁ, ତା’ର ତର୍ଜମା କରାଯିବ।

୩-ଟିକାକରଣ ପାଇଁ ୫ ଜଣିଆ ଟିମ୍‌ ହେବ।

୪-ଯଦି ଟିକାକରଣ କେନ୍ଦ୍ରରେ ଉପଯୁକ୍ତ ରକ୍ଷାଣବେକ୍ଷଣର ବ୍ୟବସ୍ଥା, ଅପେକ୍ଷା ପ୍ରକଷ୍ଠୋ ଓ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ଥିବ, ତା’ହେଲେ ସେଠାରେ ଆଉ ଏକ ଟିମ ତିଆରି କରାଯାଇ ଅନ୍ୟ ୨୦୦ ଜଣଙ୍କୁ ଦ୍ୱିତୀୟ ସେସନରେ ଟିକାକରଣ କରାଯାଇ ପାରିବ।

୫-କୋ-ୱିନ ଆପ୍‌ ଜରିଆରେ ଲୋକମାନେ ଟିକାର ସ୍ଥିତାବସ୍ଥା ବିଷୟରେ ଜାଣିପାରିବେ।

୬-ରାଜ୍ୟ ସରକାରମାନେ ଗୋଟିଏ ଜିଲ୍ଲାକୁ ନିର୍ଦ୍ଦିଷ୍ଟ କମ୍ପାନୀର ଟିକା ହିଁ ଦେଇପାରିବେ। ଏହାଦ୍ୱାରା ଟିକାର ମିକ୍ସିଂ ହେବାର ସମସ୍ୟା ରହିବ ନାହିଁ।

୭-ଟିକାର ସୁରକ୍ଷା ଓ ଏହାକୁ ସିଧାସଳଖ ସୂର୍ଯ୍ୟ କିରଣରୁ ରକ୍ଷା କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ହେବ।

୮-ଟିକା ଓ ଦ୍ରବଣକୁ ହିତାଧିକାରୀ ନ ଆସିବା ଯାଏ ଭ୍ୟାକସିନ କାରିୟର ମଧ୍ୟରେ ରଖାଯିବ। ଏହାକୁ କୌଣସି ବି ପରିସ୍ଥିତିରେ ଆଗୁଆ ଖୋଲା ଯାଇପାରିବ ନାହିଁ।

୯-ରାଜ୍ୟ ସରକାରମାନେ ଟିକାକରଣ ବେଳେ ଠିକ୍‌ ଖବର କେମିତି ସବୁ ଲୋକଙ୍କ ପାଖରେ ନିୟମିତ ପହଞ୍ଚି ପାରିବ, ତା’ର ବ୍ୟବସ୍ଥା କରିବେ। ସେହିପରି ସୋଶାଲ ମିଡିଆରେ ଅପପ୍ରଚାର ହେବାର ଆଶଙ୍କା ରହିଛି। ତେଣୁ ଏହାକୁ ରୋକିବାକୁ ରାଜ୍ୟ ସରକାର ସବୁ ପ୍ରକାରର ପଦକ୍ଷେପ ନେବେ।

୧୦-ପ୍ରଥମ ଦଫାରେ କରୋନାର ୬୦ କୋଟି ଡୋଜ୍ ବଜାରକୁ ଆସିବ। ନିର୍ବାଚନ ଭଳି ଏଗୁଡ଼ିକୁ ଲୋକଙ୍କୁ ଏକ ନିର୍ଦ୍ଦିଷ୍ଟ କେନ୍ଦ୍ରରେ ଦିଆଯିବ।

୧୧- ଟିକାକରଣ ପରେ ଭ୍ୟାକସିନ କାରିୟରରେ ସମସ୍ତ ବରଫ ପ୍ୟାକେଟ ଓ ଖୋଲା ଯାଇ ନଥିବା ଟିକାକୁ ଶୀତଳ ଭଣ୍ଡାରକୁ ପଠାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story