ବଦଳିଲା ଗାଇଡ୍‌ଲାଇନ୍‌: ଏଣିକି ୧୦ ଦିନରେ ଡିସଚାର୍ଜ ହୋଇପାରିବେ କରୋନା ରୋଗୀ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କ ଡିସଚାର୍ଜ ଗାଇଡଲାଇନକୁ ବଦଳାଇଛନ୍ତି କେନ୍ଦ୍ର ସରକାର। ଏଣିକି ଜଣେ କରୋନା ରୋଗୀ ୧୦ ଦିନ ମଧ୍ୟରେ ଡିସଚାର୍ଜ ହୋଇପାରିବେ। ସେହିପରି ଡିସଚାର୍ଜ ପୂର୍ବରୁ ତାଙ୍କର କୌଣସି ଆରଟି-ପିସିଆର ଟେଷ୍ଟ ମଧ୍ୟ କରାଯିବ ନାହିଁ। ତେବେ କମ ଲକ୍ଷଣ କିମ୍ବା ଆଦୌ ଲକ୍ଷଣ ନଥାଇ କରୋନା ପଜିଟିଭ ବାହାରିଥିବା ରୋଗୀଙ୍କ ପାଇଁ ଏହି ନିୟମ ଲାଗୁ କରାଯିବ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ […]

r

r

Hemant Lenka
  • Published: Saturday, 09 May 2020
  • Updated: 09 May 2020, 12:58 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କ ଡିସଚାର୍ଜ ଗାଇଡଲାଇନକୁ ବଦଳାଇଛନ୍ତି କେନ୍ଦ୍ର ସରକାର। ଏଣିକି ଜଣେ କରୋନା ରୋଗୀ ୧୦ ଦିନ ମଧ୍ୟରେ ଡିସଚାର୍ଜ ହୋଇପାରିବେ। ସେହିପରି ଡିସଚାର୍ଜ ପୂର୍ବରୁ ତାଙ୍କର କୌଣସି ଆରଟି-ପିସିଆର ଟେଷ୍ଟ ମଧ୍ୟ କରାଯିବ ନାହିଁ।

ତେବେ କମ ଲକ୍ଷଣ କିମ୍ବା ଆଦୌ ଲକ୍ଷଣ ନଥାଇ କରୋନା ପଜିଟିଭ ବାହାରିଥିବା ରୋଗୀଙ୍କ ପାଇଁ ଏହି ନିୟମ ଲାଗୁ କରାଯିବ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏବେଠାରୁ କରୋନା ରୋଗୀଙ୍କ ଡିସଚାର୍ଜ ଗାଇଡଲାଇନ ପରିବର୍ତ୍ତନ କରାଯାଉଛି। ନୂଆ ଗାଇଡଲାଇନ ଅନୁଯାୟୀ, ଖୁବ କମ କିମ୍ବା ଆଦୌ ଲକ୍ଷଣ ନଥିବା କିମ୍ବା କରୋନା ପଜିଟିଭ ହେବା ପରେ ଲକ୍ଷଣ ଦେଖାଯାଉଥିବା ରୋଗୀଙ୍କୁ ୧୦ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ କରାଯିବ।

ଥରେ ସେମାନଙ୍କ ଶରୀରରେ ଦେଖାଯାଉଥିବା ଲକ୍ଷଣ ବନ୍ଦ ହୋଇଗଲେ ସେମାନଙ୍କୁ ଡିସଚାର୍ଜ କରାଯିବ। ଡିସଚାର୍ଜ ପୂର୍ବରୁ ପୁରୁଣା ଗାଇଡଲାଇନ ଅନୁଯାୟୀ, ଜଣେ ରୋଗୀଙ୍କ ଆରଟି-ପିସିଆର କରାଯାଇ ସେ ନେଗେଟିଭ କି ନାହିଁ ପରୀକ୍ଷା କରାଯାଉଥିଲା। ହେଲେ ଏବେ ଏଭଳି ରୋଗୀଙ୍କ କ୍ଷେତ୍ରରେ କୌଣସି ପ୍ରକାରର ପରୀକ୍ଷା କରାଯିବ ନାହିଁ। ସେହପରି ଖୁବ କମ ଲକ୍ଷଣ ଥିବା ରୋଗୀଙ୍କ ଦେହରେ ଯଦି ଜ୍ୱର ୩ ଦିନ ମଧ୍ୟରେ ଭଲ ହୋଇଯାଉଛି ଏବଂ ତାଙ୍କୁ ଅମ୍ଳଜାନ ଦେବାକୁ ପଡ଼ୁନାହିଁ, ସେମାନଙ୍କୁ ମଧ୍ୟ ୧୦ ଦିନ ପରେ ଡିସଚାର୍ଜ କରାଯିବ।

ଯଦିଓ ସେମାନେ ୧୦ ଦିନ ପରେ ଡିସଚାର୍ଜ ହେବେ, କିନ୍ତୁ ସମସ୍ତଙ୍କୁ ୭ ଦିନ ପାଇଁ ଘର ମଧ୍ୟରେ ଏକାନ୍ତବାସରେ ରହିବାକୁ ପଡ଼ିବ। ସେହିପରି ଯଦି ଡିସଚାର୍ଜ ପରେ କୌଣସି ଲୋକଙ୍କର କଫ, ଜ୍ୱର, କାଶ ଓ ଛିଙ୍କ ହୁଏ, ତା’ହେଲେ ସେମାନେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ହେଲ୍ପ ଲାଇନ ନମ୍ବରରେ ଯୋଗାଯୋଗ କରି ସ୍ୱାସ୍ଥ୍ୟ ପରାମର୍ଶ ନେଇପାରିବେ।

ଅନ୍ୟପକ୍ଷରେ ଯଦି ଜଣେ ରୋଗୀଙ୍କ ଜ୍ୱର ୩ ଦିନ ମଧ୍ୟରେ ଭଲ ହେଉନାହିଁ ଏବଂ ତାଙ୍କୁ ଅମ୍ଳଜାନ ଦରକାର ପଡ଼ୁଛି, ତା’ହେଲେ ସେଭଳି ରୋଗୀଙ୍କ କ୍ଷେତ୍ରରେ ଡିସଚାର୍ଜ ପୂର୍ବରୁ କରୋନା ପରୀକ୍ଷା ଆଉ ଥରେ କରାଯିବ ବୋଲି ଗାଇଡଲାଇନରେ କୁହାଯାଇଛି।

ସୂଚନାଯୋଗ୍ୟ, ଦେଶରେ ଏଯାଏ ଆକ୍ରାନ୍ତ ହୋଇଥିବା ପ୍ରାୟ ୬୦ ହଜାର ଲୋକଙ୍କ ମଧ୍ୟରୁ ୮୦% ଲୋକଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯାଉ ନଥିବା ବିଶେଷଜ୍ଞମାନେ କହିଛନ୍ତି। ତେଣୁ ଏମାନଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story