କରୋନା: ପ୍ୟାକେଜ୍‌ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖୁବ୍‌ଶୀଘ୍ର କରୋନା ଜନିତ ଆର୍ଥିକ ସମସ୍ୟାର ମୁକାବିଲା ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିପାରନ୍ତି। ୪ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱତନ୍ତ୍ର ଅର୍ଥନୀତିକ ଟାସ୍କ ଫୋର୍ସ ବାବଦରେ ଘୋଷଣା କରିଥିଲେ। ଏହାର ନେତୃତ୍ୱ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନେବେ ବୋଲି କୁହାଯାଇଥିଲା। କୋଭିଡ୍‌-୧୯ ଇକନୋମିକ୍‌ ରେସପନ୍ସ ଟାସ୍କ ଫୋର୍ସ ସ୍ଥିତି ପରଖିବା ସହ ଆଗାମୀ ଯୋଜନା ବାବଦରେ ମାର୍ଗ ଦର୍ଶାଇବ। ଏହା ପୂର୍ବରୁ ମଧ୍ୟ ଅର୍ଥମନ୍ତ୍ରୀ ଏହି ସମସ୍ୟାର ମୁକାବିଲା […]

Nirmala

Nirmala

Subrat Kumar Nayak
  • Published: Monday, 23 March 2020
  • Updated: 23 March 2020, 04:09 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖୁବ୍‌ଶୀଘ୍ର କରୋନା ଜନିତ ଆର୍ଥିକ ସମସ୍ୟାର ମୁକାବିଲା ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିପାରନ୍ତି। ୪ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱତନ୍ତ୍ର ଅର୍ଥନୀତିକ ଟାସ୍କ ଫୋର୍ସ ବାବଦରେ ଘୋଷଣା କରିଥିଲେ। ଏହାର ନେତୃତ୍ୱ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନେବେ ବୋଲି କୁହାଯାଇଥିଲା। କୋଭିଡ୍‌-୧୯ ଇକନୋମିକ୍‌ ରେସପନ୍ସ ଟାସ୍କ ଫୋର୍ସ ସ୍ଥିତି ପରଖିବା ସହ ଆଗାମୀ ଯୋଜନା ବାବଦରେ ମାର୍ଗ ଦର୍ଶାଇବ।

ଏହା ପୂର୍ବରୁ ମଧ୍ୟ ଅର୍ଥମନ୍ତ୍ରୀ ଏହି ସମସ୍ୟାର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନେଇ ସାରିଛନ୍ତି। କୋଭିଡ୍‌-୧୯ ମୁକାବିଲା ପାଇଁ ଆସିବାକୁ ଥିବା ଅର୍ଥକୁ ‘କର୍ପୋରେଟ୍‌ ସୋସିଆଲ ରେସ୍ପନସିବିଲିଟି’ ବା ସିଏସ୍‌ଆର ଭାବେ ଆକଳନ କରାଯିବ ବୋଲି ଅର୍ଥମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି। ଆରବିଆଇ ଏବଂ ସେବି ମଧ୍ୟ ଏଥିପ୍ରତି କୋହଳ ମନୋଭାବ ପୋଷଣ କରିବ।

ଏହା ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ବୃହତ ପରିମାଣର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ତେବେ ଏହା ଉପରେ ଡେମୋକ୍ରାଟ୍‌ମାନେ ରୋକ୍‌ ଲଗାଇଛନ୍ତି। କିନ୍ତୁ ଆମେରିକାର ଏହି ପଦକ୍ଷେପ ଭାରତ ପାଇଁ ଅନୁକରଣୀୟ ହେବ ବୋଲି କୁହାଯାଉଛି। ଏପରିକି ଗତ ଗୁରୁବାର ମୋଦି ଜାତି ଉଦ୍ଦେଶ୍ୟରେ ସମ୍ବୋଧନ କରିବା ସମୟରେ ଏହି ପ୍ରସଙ୍ଗ ଉଠିବ ବୋଲି କୁହାଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos