ଇସ୍ରୋକୁ ଖୋଲାଚିଠି ଲେଖିଲେ ୧୦ ବର୍ଷର ଛାତ୍ର

ନୂଆଦିଲ୍ଲୀ: ଇସ୍ରୋର ଚନ୍ଦ୍ରଯାନ-୨ ସଫଳତାର ସହିତ ଚନ୍ଦ୍ରପୃଷ୍ଠରେ ପାଦ ଦେବାରେ ଶେଷ ମୁହୂର୍ତ୍ତରେ ସମସ୍ୟା ହୋଇଥିଲେ ମଧ୍ୟ ଏହାର ସମର୍ଥନରେ ସାରାଦେଶରୁ ବିଭିନ୍ନ ବାର୍ତ୍ତା ଆସିବାରେ ଲାଗିଛି। ଏଭଳି ସ୍ଥିତିରେ ଭାଙ୍ଗିପଡ଼ିଥିବା ବୈଜ୍ଞାନିକମାନଙ୍କୁ ମାନସିକ ସ୍ତରରେ ସମର୍ଥନ ଦେବାପାଇଁ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଣ୍ଟା ଭିଡ଼ିଥିଲେ। ଏହାପରେ ଭାରତ ସମେତ ସାରା ବିଶ୍ୱରୁ ଆସୁଥିବା ବାର୍ତ୍ତା ଆପଣଙ୍କୁ ନିଶ୍ଚୟ ଭାବବିହ୍ୱଳ କରିବ। ଏଭଳି ଏକ ବାର୍ତ୍ତା ଦେଇଛନ୍ତି ଜଣେ ୧୦ ବର୍ଷର ଛାତ୍ର। ଏହାର ଶୀର୍ଷକ […]

chandrayan

Subrat Kumar Nayak
  • Published: Sunday, 08 September 2019
  • , Updated: 08 September 2019, 06:56 PM IST

ନୂଆଦିଲ୍ଲୀ: ଇସ୍ରୋର ଚନ୍ଦ୍ରଯାନ-୨ ସଫଳତାର ସହିତ ଚନ୍ଦ୍ରପୃଷ୍ଠରେ ପାଦ ଦେବାରେ ଶେଷ ମୁହୂର୍ତ୍ତରେ ସମସ୍ୟା ହୋଇଥିଲେ ମଧ୍ୟ ଏହାର ସମର୍ଥନରେ ସାରାଦେଶରୁ ବିଭିନ୍ନ ବାର୍ତ୍ତା ଆସିବାରେ ଲାଗିଛି। ଏଭଳି ସ୍ଥିତିରେ ଭାଙ୍ଗିପଡ଼ିଥିବା ବୈଜ୍ଞାନିକମାନଙ୍କୁ ମାନସିକ ସ୍ତରରେ ସମର୍ଥନ ଦେବାପାଇଁ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଣ୍ଟା ଭିଡ଼ିଥିଲେ। ଏହାପରେ ଭାରତ ସମେତ ସାରା ବିଶ୍ୱରୁ ଆସୁଥିବା ବାର୍ତ୍ତା ଆପଣଙ୍କୁ ନିଶ୍ଚୟ ଭାବବିହ୍ୱଳ କରିବ।

ଏଭଳି ଏକ ବାର୍ତ୍ତା ଦେଇଛନ୍ତି ଜଣେ ୧୦ ବର୍ଷର ଛାତ୍ର। ଏହାର ଶୀର୍ଷକ ରହିଛି, ଜଣେ କୃତଜ୍ଞ ଭାରତୀୟର ଅନୁଭବ। ଅଜ୍ଞନେୟ କୌଲ ନାମକ ଏହି ଛାତ୍ର ଇସ୍ରୋକୁ କହିଛନ୍ତି ଆସନ୍ତା ବର୍ଷ ଜୁନ୍‌ରେ କାର୍ଯ୍ୟକାରୀ ହେବାକୁ ଥିବା ଚନ୍ଦ୍ରଯାନ-୩ ପାଇଁ ସେମାନେ ମନୋନିବେଶ କରନ୍ତୁ।

ତାଙ୍କର ଏହି ହାତଲେଖା ଚିଠିଟିକୁ ମା’ ଜ୍ୟୋତି କୌଲ ସୋଶାଲ ମିଡିଆରେ ଅପ୍‌ଲୋଡ୍‌ କରିଛନ୍ତି। ସେ ଏଥିରେ ଲେଖିଛନ୍ତି, ଆମେ ସମସ୍ତେ ଭୁଲିଯାଉଛେ ଏବେ ମଧ୍ୟ ଅର୍ବିଟର ମହାକାଶରେ ଅଛି ଏବଂ ଚନ୍ଦ୍ରକୁ ପ୍ରଦିକ୍ଷଣ କରୁଛି। ଏହା ଆମକୁ ଫଟୋ ପଠାଇବ।

ସେ ଏଥିରେ ଲେଖିଛନ୍ତି, ହୁଏତ ଏମିତି ମଧ୍ୟ ହୋଇପାରିଥାଏ ଯେ ବିକ୍ରମ ପ୍ରକୃତରେ ଠିକ୍‌ରେ ଲ୍ୟାଣ୍ଡ କରିଥିବ ଏବଂ ପ୍ରଜ୍ଞାନ୍‌ ଏବେ ମଧ୍ୟ ସକ୍ରିୟ ଥିବ। ଏହା ପରେ ସିଗ୍‌ନାଲ ପଠାଇଲେ ସଫଳତା ଆମ ହାତ ପା’ନ୍ତାରେ ଥିବ।

Related story