ବିକ୍ରମ-ବିରହ ପରେ ହୃଦୟ ଜିତିଲେ ମୋଦି-ଶିବନ୍‌

ନୂଆଦିଲ୍ଲୀ: ଶନିବାର ରାତିର ବହୁ ପ୍ରତୀକ୍ଷିତ ‘ବିକ୍ରମ’ ଅବତରଣ ଶେଷ ମୁହୂର୍ତ୍ତରେ ଆଂଶିକ ବିଫଳ ହେବା ପରେ ଇସ୍ରୋ ପାଇଁ ସାରା ଦେଶରୁ ଛୁଟୁଛି ସମର୍ଥନର ବାର୍ତ୍ତା। ଏହା ଚନ୍ଦ୍ର ଅଭିଯାନ ବା ମହାକାଶ ଅଭିଯାନ ପାଇଁ ଶେଷ ପ୍ରୟାସ ନୁହେଁ ଏବଂ ଏଥିରୁ ଅନେକ କିଛି ଶିଖିବାକୁ ମିଳିଛି ଭଳି ବାର୍ତ୍ତା ଦେଶର କୋଣ ଅନୁକୋଣରୁ ପହଞ୍ଚିବାରେ ଲାଗିଛି। ଚର୍ଚ୍ଚା ଆରମ୍ଭ ହୋଇଛି ବିକ୍ରମ ସହ ଯୋଗାଯୋଗ ବିଫଳ ହେବା ସମସ୍ତଙ୍କ ପାଇଁ ଦୁଃଖଦ ଖବର […]

modi

modi

Subrat Kumar Nayak
  • Published: Saturday, 07 September 2019
  • Updated: 07 September 2019, 06:09 PM IST

Sports

Latest News

ନୂଆଦିଲ୍ଲୀ: ଶନିବାର ରାତିର ବହୁ ପ୍ରତୀକ୍ଷିତ ‘ବିକ୍ରମ’ ଅବତରଣ ଶେଷ ମୁହୂର୍ତ୍ତରେ ଆଂଶିକ ବିଫଳ ହେବା ପରେ ଇସ୍ରୋ ପାଇଁ ସାରା ଦେଶରୁ ଛୁଟୁଛି ସମର୍ଥନର ବାର୍ତ୍ତା। ଏହା ଚନ୍ଦ୍ର ଅଭିଯାନ ବା ମହାକାଶ ଅଭିଯାନ ପାଇଁ ଶେଷ ପ୍ରୟାସ ନୁହେଁ ଏବଂ ଏଥିରୁ ଅନେକ କିଛି ଶିଖିବାକୁ ମିଳିଛି ଭଳି ବାର୍ତ୍ତା ଦେଶର କୋଣ ଅନୁକୋଣରୁ ପହଞ୍ଚିବାରେ ଲାଗିଛି। ଚର୍ଚ୍ଚା ଆରମ୍ଭ ହୋଇଛି ବିକ୍ରମ ସହ ଯୋଗାଯୋଗ ବିଫଳ ହେବା ସମସ୍ତଙ୍କ ପାଇଁ ଦୁଃଖଦ ଖବର ହୋଇଥିଲେ ମଧ୍ୟ ଏ ଭିତରେ ଭାବୋଦ୍ଦୀପକ ଦୃଶ୍ୟ ଥିଲା ଇସ୍ରୋ ମୁଖ୍ୟ କେ ଶିବନ୍‌ଙ୍କୁ ଆଲିଙ୍ଗନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟୋଚିତ ସମର୍ଥନ ଜଣାଇବାର ଦୃଶ୍ୟ। ଏହି ଦୃଶ୍ୟ ଏବେ ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ପ୍ରଧାନମନ୍ତ୍ରୀଙ୍କ ଏପରି ସମର୍ଥନ ପରେ ଶିବନ୍‌ ପୁଣି ଏକ ମିଶନ୍‌ ପାଇଁ ସାହସ ବାନ୍ଧିଛନ୍ତି। ସେ ଟ୍ୱିଟ୍‌ ଯୋଗେ ୱିନ୍‌ଷ୍ଟନ୍‌ ଚର୍ଚ୍ଚିଲଙ୍କ ଲେଖାକୁ ମନେ ପକାଇ କହିଛନ୍ତି, ସଫଳତା ଶେଷ କଥା ନୁହେଁ, ଭବିଷ୍ୟତ ମରଣଶୀଳ ନୁହେଁ ଏବଂ ଆଗକୁ କେବଳ ସାହସ ଦେଖାଇବାର ଅଛି। ପ୍ରଧାନମନ୍ତ୍ରୀ ତାଙ୍କୁ ଆଲିଙ୍ଗନ କରୁଥିବାର ଦୃଶ୍ୟ ମଧ୍ୟ ସେ ଟ୍ୱିଟ୍‌ କରିଛନ୍ତି। ସେ ଲେଖିଛନ୍ତି ମୁଁ ଏହି ମୁହୂର୍ତ୍ତ କେବେ ମଧ୍ୟ ଭୁଲିପାରିବି ନାହିଁ। ଶିବନ୍‌ ତାଙ୍କ ସହଯୋଗୀ ବୈଜ୍ଞାନିକମାନଙ୍କୁ ସେମାନଙ୍କ ଅବଦାନ ଏବଂ କଠିନ ପରିଶ୍ରମ ପାଇଁ ଏହି ଅବସରରେ ଧନ୍ୟବାଦ ଜଣାଇଥିଲେ।

ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ପରେ ହିଁ ମାନସିକ ସ୍ତରରେ ଭାଙ୍ଗିପଡ଼ିଥିବା ବୈଜ୍ଞାନିକମାନଙ୍କ ମନୋବଳ ବଢ଼ାଇବାକୁ ଅଣ୍ଟା ଭିଡ଼ିଥିଲେ ମୋଦି। ସେ କହିଥିଲେ ‘ପ୍ରତିବନ୍ଧକ ଟପି ସଫଳତା ପାଇବା ହେଉଛି ଆମର ସଭ୍ୟତା। ଆଜିର ଶିକ୍ଷା ଆମକୁ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇବ। ଧୈର୍ଯ୍ୟ ନ ହରାଇ ସାହସୀ ହୁଅନ୍ତୁ। ପରିଶ୍ରମ ସଫଳ ହେବ, ଆଗାମୀ ଦିନରେ ଆମେ ଲକ୍ଷ୍ୟପଥରେ ନିଶ୍ଚୟ ପହଞ୍ଚିପାରିବା।’

ଇସ୍ରୋର ବୈଜ୍ଞାନିକମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ, ‘ଆପଣମାନେ ଦେଶବାସୀଙ୍କୁ ଗର୍ବିତ କରିବାକୁ ଜୀବନ ଉତ୍ସର୍ଗ କରିଛନ୍ତି। ମୁଁ ଆପଣମାନଙ୍କ ମନର ଭାବନାକୁ ଅନୁଭବ କରିପାରୁଛି। ଆମେ ଆମ ବୈଜ୍ଞାନିକଙ୍କ କାର୍ଯ୍ୟ ପାଇଁ ଗର୍ବିତ। ଆମେ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି, ହେଲେ ନିରାଶ ହୋଇନାହାନ୍ତି।’ ସେ ଆହୁରି କହିଥିଲେ, ‘ଭାରତବାସୀ ଆପଣମାନଙ୍କ ସହ ରହିଛନ୍ତି। ଆମକୁ ସଫଳତା ନିଶ୍ଚିତ ମିଳିବ।’

ମୁମ୍ବାଇଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି କହିଥିଲେ, ଚନ୍ଦ୍ରରେ ପହଞ୍ଚିବା ପାଇଁ ଇସ୍ରୋର ସ୍ୱପ୍ନ ଦିନେ ନା ଦିନେ ସଫଳ ହେବ। ଏଥିପାଇଁ କାମ କରୁଥିବା ଲୋକେ ନା ଅଟକିବେ, ନା କ୍ଲାନ୍ତ ହେବେ ନା ବସି ରହିବେ। ବୈଜ୍ଞାନିକମାନେ ଥରେ ବିଫଳ ହେଲେ କାର୍ଯ୍ୟରୁ ହଟିଯିବା ଭଳି ନୁହେଁ, ସେମାନେ ଲକ୍ଷ୍ୟରେ ପହଞ୍ଚିବା ଯାଏ ଉଦ୍ୟମ ଜାରି ରଖିବେ। ଅର୍ବିଟର ଏବେ ମଧ୍ୟ ଚନ୍ଦ୍ରକୁ ପ୍ରଦିକ୍ଷଣ କରି ତଥ୍ୟ ଦେଉଥିବାରୁ ଏହା ମଧ୍ୟ ଏକ ଐତିହାସିକ ସଫଳତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story