ଚେନ୍ନାଇ: ଇନ୍‌ଫୋସିସ୍‌ ମହିଳା କର୍ମଚାରୀଙ୍କୁ ହତ୍ୟା

ଚେନ୍ନାଇ:ଚେନ୍ନାଇରେ ଇନ୍‌ଫୋସିସ୍‌ କମ୍ପାନୀର ଜଣେ ୨୪ ବର୍ଷୀୟା ମହିଳା କର୍ମଚାରୀଙ୍କୁ ରେଳ ଷ୍ଟେସନରେ ଅତି ନିର୍ମମ୍ ଭାବେ ହତ୍ୟା କରାଯାଇଛି। ତାଙ୍କ ନାଁ ସ୍ୱାତୀ। ସ୍ୱାତୀ ଅଫିସ୍ ଯିବା ପାଇଁ ସକାଳେ ଷ୍ଟେସନ ଆସିଥିଲେ। ଏହି ସମୟରେ କିଛି ଅଜଣା ଆତତାୟୀ ତାଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ। ସ୍ୱାତୀଙ୍କୁ ହତ୍ୟା କରାଯିବାର ଠିକ୍ ଗୋଟିଏ ଦିନ ପୂର୍ବରୁ ସହରର ଜଣେ ଓକିଲଙ୍କୁ ଅଜଣା ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ସୂଚନାଯୋଗ୍ୟ, ସ୍ୱାତୀଙ୍କୁ ପ୍ରତିଦିନ ପରି ତାଙ୍କ ବାପା […]

infosys

Rakesh Mallick
  • Published: Friday, 24 June 2016
  • , Updated: 24 June 2016, 03:11 PM IST

ଚେନ୍ନାଇ:ଚେନ୍ନାଇରେ ଇନ୍‌ଫୋସିସ୍‌ କମ୍ପାନୀର ଜଣେ ୨୪ ବର୍ଷୀୟା ମହିଳା କର୍ମଚାରୀଙ୍କୁ ରେଳ ଷ୍ଟେସନରେ ଅତି ନିର୍ମମ୍ ଭାବେ ହତ୍ୟା କରାଯାଇଛି। ତାଙ୍କ ନାଁ ସ୍ୱାତୀ। ସ୍ୱାତୀ ଅଫିସ୍ ଯିବା ପାଇଁ ସକାଳେ ଷ୍ଟେସନ ଆସିଥିଲେ। ଏହି ସମୟରେ କିଛି ଅଜଣା ଆତତାୟୀ ତାଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ।

ସ୍ୱାତୀଙ୍କୁ ହତ୍ୟା କରାଯିବାର ଠିକ୍ ଗୋଟିଏ ଦିନ ପୂର୍ବରୁ ସହରର ଜଣେ ଓକିଲଙ୍କୁ ଅଜଣା ଦୁର୍ବୃତ୍ତମାନେ ହତ୍ୟା କରିଥିଲେ।

ସୂଚନାଯୋଗ୍ୟ, ସ୍ୱାତୀଙ୍କୁ ପ୍ରତିଦିନ ପରି ତାଙ୍କ ବାପା ଷ୍ଟେସନକୁ ଛାଡ଼ିବାକୁ ଆସିଥିଲେ। ସକାଳ ୬ଟା ୩୦ରେ ସ୍ୱାତୀଙ୍କୁ ଛାଡ଼ି ତାଙ୍କ ବାପା ଚାଲି ଯାଇଥିଲେ। ଏହାପରେ ସ୍ୱାତୀ ତାଙ୍କ ଟ୍ରେନକୁ ଅପେକ୍ଷା କରିଥିଲେ। ଏହି ସମୟରେ କିଛି ଅଜଣା ଯୁବକ ତାଙ୍କ ନିକଟକୁ ଆସିଥିଲେ। ସେମାନଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ଏହାପରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ।

Related story