ରାୟପୁର: ଛତିଶଗଡ଼ ଦାନ୍ତେୱାଡ଼ାରେ ନ୍ୟାସନାଲ ମିନେରାଲ ଡେଭଲେପମେଣ୍ଟ କର୍ପୋରେସନ୍ (ଏନ୍ଏମ୍ଡିସି)କୁ ଟାର୍ଗେଟ୍ କରିଛନ୍ତି ନକ୍ସଲ। ସେଠାରେ କମ୍ପାନୀର ଗାଡ଼ି ଏବଂ ମେସିନ୍ ଜାଳିଦେଇଛନ୍ତି।
ସକାଳ ୧୧ଟା ସମୟରେ ଏହି ଘଟଣା ଘଟିଥିଲା। ବୈଲାଡିଲା ପାହାଡ଼ରେ ଥିବା କିରାନ୍ଦୁଲ ଖଣି ଅଞ୍ଚଳରେ ଅତର୍କିତ ଆକ୍ରମଣ କରିଥିଲେ ନକ୍ସଲ। ନକ୍ସଲମାନେ ୬ଟି ଡମ୍ଫର ଏବଂ ୩ଟି ଏସ୍କାଭେଟର ଜାଳିଦେଇଥିଲେ।
ଏହି ବିଷୟରେ ସୂଚନା ପାଇ ସିଆଏସ୍ଏଫ୍ ବାହିନୀ ଏବଂ ପୁଲିସ୍ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ପରେ ନକ୍ସଲ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ।
ଜଣେ ପୁଲିସ୍ ଅଧିକାରୀ କହିବା ଅନୁଯାୟୀ, “ପ୍ଲାଣ୍ଟ ନମ୍ବର ୩ର ନିର୍ମାଣରେ ମେସିନ୍ ଲାଗିଥିଲା। ଏହି ନକ୍ସଲମାନଙ୍କୁ ଧରିବା ପାଇଁ ବର୍ତ୍ତମାନ କମ୍ବିଂ ଅପରେସନ୍ ଜାରି ରହିଛି।” ସୂଚନାଯୋଗ୍ୟ ଯେ, ଏନ୍ଏମ୍ଡିସିକୁ ପୂର୍ବରୁ ମଧ୍ୟ ନକ୍ସଲ ଟାର୍ଗେଟ୍ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ସରିଲା ଭୋଟ: ଆସିଲା ଏକଜିଟ ପୋଲ୍
ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୪୫।
National
ବନ୍ଧୁକ ଦେଖାଇ ଭୋଟରଙ୍କୁ ଅଟକାଉଛି ପୁଲିସ? ଭିଡିଓ ଶେୟାର କଲେ ଅଖିଲେଶ ଯାଦବ
ଭୋଟରଙ୍କୁ ବନ୍ଧୁକ ଦେଖାଇ ଧମକ ଦେଉଛି ପୁଲିସ। ଭିଡିଓ ଶେୟାର କରି ବଡ଼ ଅଭିଯୋଗ ଆଣିଲେ ଅଖିଲେଶ। କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ ଆୟୋଗଙ୍କୁ କଲେ ଦାବି।
National
ଚାଲିଥିଲା ଭୋଟ, ବୁଥ ଭିତରେ ଚାଲିଗଲା ବିଧାୟକ ପ୍ରାର୍ଥୀଙ୍କ ଜୀବନ
ତାଙ୍କୁ ତୁରନ୍ତ ନାନା ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
National
ୟୁପି ଉପ ନିର୍ବାଚନ: ଭିଡିଓ ଭାଇରାଲ ପରେ ୭ ପୁଲିସ ଅଫିସରଙ୍କୁ ନିଲମ୍ବନ କଲେ ଇସିଆଇ
ନିଲମ୍ବିତ ହୋଇଥିବା ୭ ଜଣ ପୁଲିସ୍ ଅଫିସରଙ୍କ ମଧ୍ୟରୁ କାନପୁର ଓ ମୁଜାଫରନଗରରୁ ୨ ଜଣ ଲେଖାଏ ରହିଛନ୍ତି। ସେହିପରି ମୋରଦାବାଦରେ ୩ ଜଣ ପୁଲିସ୍ ଅଫିସରଙ୍କୁ ଡ୍ୟୁଟିରୁ ହଟାଯାଇଛି।
Viral
କଲେଜ ଛାତ୍ରଙ୍କୁ ପ୍ରବଳ ପିଟିଲେ, ପଶୁଙ୍କ ଭଳି ଗାଲକୁ କାମୁଡ଼ି ଦେଲେ: ଭିଡିଓ ଭାଇରାଲ
ମାଡ଼ ମାରୁଥିବା ୩ ଜଣଙ୍କ ମଧ୍ୟରୁ ଜଣେ ଯୁବକ କଲେଜ ଛାତ୍ରଙ୍କ ଗାଲକୁ ମଧ୍ୟ ପଶୁଙ୍କ ଭଳି କାମୁଡ଼ି ଦେଇ ରକ୍ତାକ୍ତ କରି ଦେଇଛି।