ନୂଆଦିଲ୍ଲୀ: ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନକୁ ଇଣ୍ତୋନେସିଆରୁ ଭାରତ ଅଣାଯିବାରେ ବିଳମ୍ୱ ଘଟିଛି। ଇଣ୍ତୋନେସିଆରେ ଆଗ୍ନେୟ ଉଦଗୀରଣ ଯୋଗୁଁ ବାଲିରୁ ସମସ୍ତ ବିମାନ ଉଡାଣ ବାତିଲ୍ କରାଯାଇଥିବାରୁ ରାଜନକୁ ଭାରତ ଆଣିବାରେ ସମସ୍ୟା ସୃଷ୍ଟି ହୋଇଛି। ବାଲି ବିମାନ ବନ୍ଦର ଖୋଲିଲେ ରାଜନକୁ ସିଧା ମୁମ୍ୱାଇ ଅଣାଯିବ। ୨୦୧୧ରେ ଇଣ୍ତୋନେସିଆ ଓ ଭାରତ ମଧ୍ୟରେ ହୋଇଥିବା ପ୍ରତ୍ୟାର୍ପଣ ଚୁକ୍ତି ଅନୁଯାୟୀ ସେଠାରୁ ରାଜନକୁ ଭାରତ ଅଣାଯାଉଛି। ଏପଟେ ଗତକାଲି ଇଣ୍ଟରପୋଲ୍ ପକ୍ଷରୁ ଜାକର୍ତ୍ତାରେ ଜେରା ବେଳେ ବିସ୍ଫୋରକ ତଥ୍ୟ ଦେଇଛି ଛୋଟା ରାଜନ। ରାଜନ୍ କହିଛି, ମୁମ୍ୱାଇର କିଛି ପୋଲିସ ମାଫିଆ ଦାଉଦ ଇବ୍ରାହିମଙ୍କ ଇଙ୍ଗିତରେ ପରିଚାଳିତ ହେଉଛନ୍ତି। ମୁମ୍ୱାଇ ପୋଲିସ ମଧ୍ୟ ପୂର୍ବରୁ ତାକୁ ନିର୍ଯାତନା ଦେଇଥିବା କଥା ସେ ଇଣ୍ଟରପୋଲକୁ କହିଛି। ଭାରତରେ ଛୋଟା ରାଜନ ବିରୋଧରେ ହତ୍ୟା, ଷଡଯନ୍ତ୍ର, ନିଶା ଦ୍ରବ୍ୟ ଚୋରାଚାଲାଣ ଭଳି ୭୫ରୁ ଅଧିକ ମାମଲା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।