ଭାରତ ଆସିଲା ଛୋଟା ରାଜନ୍

ନୂଆଦିଲ୍ଲୀ: ଭାରତ ଆସିଲା ମାଫିଆ ଡନ୍ ଛୋଟା ରାଜନ୍। ଇଣ୍ତୋନେସିଆରେ ଗିରଫ ପରେ ଭାରତୀୟ ସୁରକ୍ଷା ସଂସ୍ଥା ଆଖିରେ ଧୂଳି ଦେଇ ଦୀର୍ଘ ୨୭ ବର୍ଷ ଧରି ଦେଶ ବାହାରେ ଥିବା ରାଜନକୁ ଶୁକ୍ରବାର ଭୋରରେ କଡ଼ା ସୁରକ୍ଷା ବଳୟରେ ନୂଆଦିଲ୍ଲୀ ଅଣାଯାଇଛି। ଏକ ସ୍ୱତନ୍ତ୍ର ବିମାନ ଯୋଗେ ତାକୁ ବାଲିରୁ ଏଠାକୁ ଅଣାଯାଇଛି। ନୂଆଦିଲ୍ଲୀରେ ପହଞ୍ଚିବା ପରେ ରାଜନକୁ କଡ଼ା ସୁରକ୍ଷା ମଧ୍ୟରେ ସିବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଛି। ତା’ ବିରୋଧରେ ହତ୍ୟା, ଅର୍ଥ ଶୋଷଣ, […]

rajan

rajan

Rakesh Mallick
  • Published: Friday, 06 November 2015
  • Updated: 06 November 2015, 04:21 AM IST

Sports

Latest News

ନୂଆଦିଲ୍ଲୀ: ଭାରତ ଆସିଲା ମାଫିଆ ଡନ୍ ଛୋଟା ରାଜନ୍। ଇଣ୍ତୋନେସିଆରେ ଗିରଫ ପରେ ଭାରତୀୟ ସୁରକ୍ଷା ସଂସ୍ଥା ଆଖିରେ ଧୂଳି ଦେଇ ଦୀର୍ଘ ୨୭ ବର୍ଷ ଧରି ଦେଶ ବାହାରେ ଥିବା ରାଜନକୁ ଶୁକ୍ରବାର ଭୋରରେ କଡ଼ା ସୁରକ୍ଷା ବଳୟରେ ନୂଆଦିଲ୍ଲୀ ଅଣାଯାଇଛି। ଏକ ସ୍ୱତନ୍ତ୍ର ବିମାନ ଯୋଗେ ତାକୁ ବାଲିରୁ ଏଠାକୁ ଅଣାଯାଇଛି। ନୂଆଦିଲ୍ଲୀରେ ପହଞ୍ଚିବା ପରେ ରାଜନକୁ କଡ଼ା ସୁରକ୍ଷା ମଧ୍ୟରେ ସିବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଛି। ତା’ ବିରୋଧରେ ହତ୍ୟା, ଅର୍ଥ ଶୋଷଣ, ଚୋରା ବେପାର ଓ ନିଶା କାରବାର ଆଦି ବାବଦରେ ୭୫ରୁ ଅଧିକ ମାମଲା ରହିଛି। ପ୍ରଥମେ ଅଣ୍ଡର ୱାର୍ଲଡ ଡନ୍ ଦାଉଦର ଘନିଷ୍ଠ ସହଯୋଗୀ ଥିବା ରାଜନ୍ ପରବର୍ତ୍ତୀ ସମୟରେ ତାର ପ୍ରମୁଖ ଶତ୍ରୁ ପାଲଟି ଯାଇଥିଲା। ଏଥିଯୋଗୁଁ ଭାରତରେ ଦାଉଦ୍ ଆଡୁ ବିପଦ ଥିବା ନେଇ ଆଶଙ୍କା କରୁଛି ରାଜନ୍। ଏପରିକି ବାଲିରେ ଗିରଫଦାରୀ ପରେ ଇଣ୍ଟରପୋଲର ଜେରା ସମୟରେ ସେ କହିଥିଲା ଯେ ଏବେ ବି ମୁମ୍ୱାଇ ପୋଲିସର କିଛି କର୍ମଚାରୀଙ୍କ ସହ ଦାଉଦର ସଂପର୍କ ରହିଛି। ତେଣୁ ମୁମ୍ୱାଇରେ ତା’ ଜୀବନ ପ୍ରତି ବିପଦ ରହିଛି। ତାକୁ  ନୂଆଦିଲ୍ଲୀ ନିଆଯିବାକୁ ସେ ଅନୁରୋଧ କରିଥିଲା।

ଅଷ୍ଟ୍ରେଲୀୟ ପୋଲିସର ସୂଚନା ଆଧାରରେ ଗତ ମାସ ୨୫ ତାରିଖରେ ରାଜନକୁ ବାଲିରେ ଗିରଫ କରାଯାଇଥିଲା। ଏହାପରେ ତାକୁ ଭାରତ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos