ଜମ୍ମୁ କଶ୍ମୀର ମୁସଲିମ୍ ବହୁଳ ହୋଇଥିବାରୁ ବିଜେପି ସରକାର ଧାରା ୩୭୦ ହଟାଇଲେ: ଚିଦାମ୍ୱରମ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ମୋଦି ସରକାର ଧାରା ୩୭୦ ହଟାଇବା ପରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ୱରମ ବିଜେପି ଉପରେ ଆଜି ଜୋରଦାର ବର୍ଷିଛନ୍ତି। ଦି ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ତାଙ୍କର ଲେଖାରେ ସେ କହିଛନ୍ତି ଜମ୍ମୁ କଶ୍ମୀର ମୁସଲିମ୍ ବହୁଳ ରାଜ୍ୟ ହୋଇଥିବାରୁ ଧାରା ୩୭୦ ହଟାଇ ଦିଆଯାଇଛି। ଯଦି ହିନ୍ଦୁ ବହୁଳ ରାଜ୍ୟ ହୋଇଥାନ୍ତା ତାହେଲେ ଆଦୌ ଧାରା ୩୭୦ ହଟାଯାଇ ନଥାନ୍ତା। ଇଦ୍ ଅବସରରେ ଏହି ବରିଷ୍ଠ […]

modi chidambaram

Subhransu Sekhar
  • Published: Monday, 12 August 2019
  • , Updated: 12 August 2019, 02:56 PM IST

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ମୋଦି ସରକାର ଧାରା ୩୭୦ ହଟାଇବା ପରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ୱରମ ବିଜେପି ଉପରେ ଆଜି ଜୋରଦାର ବର୍ଷିଛନ୍ତି। ଦି ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ତାଙ୍କର ଲେଖାରେ ସେ କହିଛନ୍ତି ଜମ୍ମୁ କଶ୍ମୀର ମୁସଲିମ୍ ବହୁଳ ରାଜ୍ୟ ହୋଇଥିବାରୁ ଧାରା ୩୭୦ ହଟାଇ ଦିଆଯାଇଛି। ଯଦି ହିନ୍ଦୁ ବହୁଳ ରାଜ୍ୟ ହୋଇଥାନ୍ତା ତାହେଲେ ଆଦୌ ଧାରା ୩୭୦ ହଟାଯାଇ ନଥାନ୍ତା। ଇଦ୍ ଅବସରରେ ଏହି ବରିଷ୍ଠ କଂଗ୍ରେସ ନେତା ଏପରି ମନ୍ତବ୍ୟ ଦେବାକୁ ନେଇ ସୋଶାଲ ମିଡିଆରେ ମଧ୍ୟ ଅନେକ ତର୍କ ବିତର୍କ ଆରମ୍ଭ ହୋଇଛି।

 

ସେ କହିଛନ୍ତି, "ବିଜେପି ସରକାର ବାହୁ ବଳ ପ୍ରୟୋଗ କରି ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇଛି। ଏବେ ଜମ୍ମୁ କଶ୍ମୀରରେ ସ୍ଥିତି ଅଣାୟତ୍ତ ରହିଛି। ଯାହାକୁ କେବଳ ଅନ୍ତର୍ଜାତୀୟ ଗଣମାଧ୍ୟମ ପରିବେଶଣ କରୁଥିବା ବେଳେ ଭାରତୀୟ ମିଡିଆ ଏ ବାବଦରେ ନିରବ ରହିଛନ୍ତି। ବିଜେପି କହୁଛି ଜମ୍ମୁ କଶ୍ମୀରରେ ସ୍ଥିତି ସ୍ୱାଭାବିକ୍ ରହିଛି। ଏହାର ଅର୍ଥ କଣ ଭାରତୀୟ ମିଡିଆ ସଂସ୍ଥା ଖବର ସଂଗ୍ରହ କରିବ ନାହିଁ କି?"

ଏମିତିକି ୭ଟି ରାଜ୍ୟରେ ବିଭିନ୍ନ ଆଞ୍ଚଳିକ ଦଳ ସରକାରରେ ଥିଲେ ମଧ୍ୟ ବିଜେପି ସରକାର ସପକ୍ଷରେ ସେମାନେ ରାଜ୍ୟସଭାରେ ଭୋଟ୍ ଦେଇଛନ୍ତି ବୋଲି ସେ କହିଛନ୍ତି। ଏହି ଦଳ ଗୁଡ଼ିକ ହେଲା ବିଜେଡି, ଏଆଇଡିଏମକେ, ଓ୍ୱାଇଏସଆର କଂଗ୍ରେସ, ଟିଆରଏସ୍, ଆପ୍, ଟିଏମସି ଓ ଜେଡିୟୁ। ରାଜ୍ୟସଭାରେ ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍ ୨୦୧୯ ବାବଦରେ ଭୋଟିଂ ବେଳେ ଏହି ଦଳ ମଧ୍ୟରୁ ଟିଏମସି ଓ ଜେଡିୟୁ କକ୍ଷତ୍ୟାଗ କରିଥିଲେ କିନ୍ତୁ ଆଲୋଚନା ବେଳେ ବିଲକୁ ବିରୋଧ କରିଥିଲେ। ଯେହେତୁ ଭୋଟିଂ ବେଳେ ସେମାନେ କକ୍ଷତ୍ୟାଗ କରିଥିଲେ ତାହା ପରୋକ୍ଷରେ ଶାସକ ଦଳ ବିଜେପିକୁ ସୁହାଇଥିଲା ବୋଲି ଚିଦାମ୍ୱରମ କହିଛନ୍ତି।

ଦେଶ ସ୍ୱାଧୀନ ହେବାର ୭୦ ବର୍ଷ ମଧ୍ୟରେ ଗୋଟିଏ ରାଜ୍ୟ ପ୍ରଥମ ଥର ପାଇଁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଛି। ଏବେ ଜମ୍ମୁ କଶ୍ମୀର ଏକ ନଗରପାଳିକାରେ ପରିଣତ ହୋଇଛି ବୋଲି ସେ ମନ୍ତବ୍ୟ ଦେଇଛନ୍ତି। ସେ ଆହୁରି କହିଛନ୍ତି ଜବାହର ଲାଲ ନେହରୁ ଏବଂ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ମଧ୍ୟରେ କୌଣସି ମତଭେଦ ନଥିଲା। ପଟେଲ ବିଜେପିର ନେତା ମଧ୍ୟ ନଥିଲେ। କଂଗ୍ରେସର ପୁରୁଣା ନେତାଙ୍କୁ ବିଜେପି ଚୋରି କରି ରାଜନୀତି କରୁଛି ବୋଲି ଚିଦାମ୍ୱରମ କହିଛନ୍ତି।

Related story