ଚିଦାମ୍ବରମ୍‌ ନିରାଶ, ୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ନୂଆଦିଲ୍ଲୀ: ବୁଧବାର ନିଜର ଦିଲ୍ଲୀ ବାସଭବନରୁ ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଜୋରଦାର ଝଟ୍‌କା ଲାଗିଛି। ସିବିଆଇ ତାଙ୍କୁ ୫ ଦିନ ପାଇଁ ଅର୍ଥାତ ଅଗଷ୍ଟ ୨୬ ତାରିଖ ସୋମବାର ଯାଏ ରିମାଣ୍ଡରେ ନେବାପାଇଁ କରିଥିବା ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି। କିନ୍ତୁ ତାଙ୍କୁ ତାଙ୍କ ପରିବାର ଲୋକ ଏବଂ ଓକିଲ ପ୍ରତିଦିନ ୩୦ ମିନିଟ୍ ପାଇଁ ଭେଟିପାରିବେ ବୋଲି କୋର୍ଟ କହିଛନ୍ତି। ଆଇଏନ୍‌ଏକ୍ସ […]

chida

chida

Subrat Kumar Nayak
  • Published: Thursday, 22 August 2019
  • Updated: 22 August 2019, 10:13 PM IST

Sports

Latest News

ନୂଆଦିଲ୍ଲୀ: ବୁଧବାର ନିଜର ଦିଲ୍ଲୀ ବାସଭବନରୁ ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଜୋରଦାର ଝଟ୍‌କା ଲାଗିଛି। ସିବିଆଇ ତାଙ୍କୁ ୫ ଦିନ ପାଇଁ ଅର୍ଥାତ ଅଗଷ୍ଟ ୨୬ ତାରିଖ ସୋମବାର ଯାଏ ରିମାଣ୍ଡରେ ନେବାପାଇଁ କରିଥିବା ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି। କିନ୍ତୁ ତାଙ୍କୁ ତାଙ୍କ ପରିବାର ଲୋକ ଏବଂ ଓକିଲ ପ୍ରତିଦିନ ୩୦ ମିନିଟ୍ ପାଇଁ ଭେଟିପାରିବେ ବୋଲି କୋର୍ଟ କହିଛନ୍ତି। ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଅଭିଯୁକ୍ତ ଦର୍ଶାଇ ସିବିଆଇ ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟରେ ରିମାଣ୍ଡ ପାଇଁ ଆବେଦନ କରିଥିଲା।

ସମସ୍ତ ପ୍ରମାଣ ଏବଂ ଯୁକ୍ତିକୁ ବିଚାରକୁ ନେଇ ତାଙ୍କ ରିମାଣ୍ଡ ଯଥାର୍ଥ ବୋଲି ବିଚାରପତି କହିଥିଲେ। ଅନ୍ୟପକ୍ଷରେ କୋର୍ଟ କହିଛନ୍ତି ପ୍ରତି ୪୮ ଘଣ୍ଟାରେ ଏହି ରାଜ୍ୟସଭା ସାଂସଦଙ୍କ ଡାକ୍ତରୀ ପରୀକ୍ଷା କରାଯିବ। ତେବେ ଅଭିଯୁକ୍ତଙ୍କ ମର୍ଯ୍ୟାଦା ଯେପରି କ୍ଷୁଣ୍ଣ ନହୁଏ, ତାକୁ ନିଶ୍ଚିତ କରିବାକୁ ସିବିଆଇକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟଙ୍କ ଏହି ରାୟ ପରେ ଚିଦାମ୍ବରମ୍‌ ନିଜେ କିଛି କହିନଥିଲେ ମଧ୍ୟ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, "ମୁଁ ମଧ୍ୟ ଏହି ପ୍ରକ୍ରିୟା ଦେଇ ଯାଇଛି, ଏମିତି ହେବ ବୋଲି ଆଗୁଆ ଜାଣିଥିଲି।"

ବୁଧବାର ଗିରଫ ହେବାପରେ ୩ ଘଣ୍ଟା ସିବିଆଇ ଜେରାର ସାମ୍ନା କରିଥିବା ଚିଦାମ୍ବରମ୍‌ଙ୍କୁ ଆଜି ପ୍ରାୟ ୩ଟା ବେଳକୁ ନୂଆଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ଏହାର ବେଶ ପୂର୍ବରୁ ତାଙ୍କ ପୁଅ କାର୍ତ୍ତି ଏବଂ ପତ୍ନୀ ନଳିନୀ କୋର୍ଟରେ ପହଞ୍ଚିଯାଇଥିଲେ। ଆଜି ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ ଏବଂ କପିଲ ଶିବଲ ଚିଦାମ୍ବରମ୍‌ଙ୍କ ପକ୍ଷରୁ ଯୁକ୍ତି ରଖୁଥିଲେ। ଚିଦାମ୍ବରମ୍‌ କୋର୍ଟରେ ପହଞ୍ଚିବା ପରେ ଓକିଲଙ୍କ ସହ ଆଲୋଚନା କରି କାଠଗଡ଼ାରେ ହାଜର ହୋଇଥିଲେ।

ଚିଦାମ୍ବରମ୍‌ ସିବିଆଇ ଜେରା ବାବଦରେ କହିଥିଲେ, "ପ୍ରଶ୍ନ ଏବଂ ଉତ୍ତରକୁ ଦେଖନ୍ତୁ, ସେଥିରେ ଏମିତି କିଛି ପ୍ରଶ୍ନ ନାହିଁ ଯାହାର ଉତ୍ତର ମୁଁ ରଖିନାହିଁ। ସେମାନେ ପଚାରିଥିଲେ, ମୋର ବିଦେଶରେ ବ୍ୟାଙ୍କ ଆକାଉଣ୍ଟ ଅଛି କି ନା। ମୁଁ ମନା କରିଥିଲି। ଏହାପରେ ସେମାନେ ପଚାରିଥିଲେ, ମୋ ପୁଅର ବିଦେଶରେ ବ୍ୟାଙ୍କ ଆକାଉଣ୍ଟ ଅଛି କି ନା। ମୁଁ ହଁ ଭରିଥିଲି।"

ଏହା ପୂର୍ବରୁ ସଲିସିଟର ଜେନେରାଲ ତୁଷାର ମେହେଟା ସିବିଆଇର ପକ୍ଷ ରଖି କହିଥିଲେ, "ଚିଦାମ୍ବରମ୍‌ ଅତି ବୁଦ୍ଧିଆ ଲୋକ ହୋଇଥିବାରୁ ସେ ଅସହଯୋଗ କରିବାର ଦକ୍ଷତା ରଖିଛନ୍ତି। ସେ ଯେହେତୁ ଉତ୍ତର ଦେବାରେ କୁଣ୍ଠା ପ୍ରକାଶ କରୁଛନ୍ତି, ତାଙ୍କୁ ହେପାଜତକୁ ନେବା ପଛରେ ଯଥାର୍ଥତା ରହିଛି। ଆମେ ବଳପୂର୍ବକ ଭାବେ ତାଙ୍କୁ ସ୍ୱୀକାର କରିବାକୁ କହୁନାହୁଁ, କିନ୍ତୁ ମାମଲାର ମୂଳରେ ପହଞ୍ଚିବା ପାଇଁ ଆମର ଅଧିକାର ରହିଛି। ସେ ଆହୁରି ମଧ୍ୟ କହିଥିଲେ, କୋଡ୍‌ ଅଫ୍‌ କ୍ରିମିନାଲ ପ୍ରସିଜିଓର ଅନୁଯାୟୀ ତାଙ୍କୁ ପଚରାଉଚରା କରିବା ମୋ କର୍ତ୍ତବ୍ୟ ଏବଂ ଦେଶର କର୍ତ୍ତବ୍ୟ।"

ଆଜି କୋର୍ଟରେ ବରିଷ୍ଠ ଓକିଲ କପିଲ ଶିବଲ ଯୁକ୍ତି ଦର୍ଶାଇଥିଲେ, ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ପି ଚିଦାମ୍ବରମ୍‌ଙ୍କ ପୁଅ କାର୍ତ୍ତି ଜାମିନରେ ବାହାରକୁ ଯାଇସାରିଛନ୍ତି। ତେଣୁ ତାଙ୍କ ବାପାଙ୍କୁ ହାଜତରେ ରଖିବାର କିଛି କାରଣ ନାହିଁ।

ଚିଦାମ୍ବରମ୍‌ଙ୍କ ଲୁଚକାଳି ନାଟକରେ ବୁଧବାର ଯବନିକା ପଡ଼ିଥିଲା। ଚିଦାମ୍ବରମ୍‌ଙ୍କୁ ସିବିଆଇ ତାଙ୍କ ଘରୁ ହିଁ ଉଠାଇ ନେଇଥିଲା। ଏହା ପୂର୍ବରୁ ତାଙ୍କୁ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଥମେ ଦେଖିବାକୁ ମିଳିଥିଲା। ସେଠାରେ ସେ ସାମ୍ବାଦିକ ସମ୍ମିଳନୀ କରିବା ପରେ ତାଙ୍କ ଘରେ ପହଞ୍ଚିଯାଇଥିଲେ। ତାଙ୍କ ପଛେ ପଛେ ସିବିଆଇ ଟିମ୍‌ ମଧ୍ୟ ସେଠାରେ ପହଞ୍ଚିଥିଲା। ଫାଟକ ଖୋଲିବାକୁ ୨ ମିନିଟ୍‌ ଅପେକ୍ଷା କରିବା ପରେ ସିବିଆଇ ଟିମ୍‌ କାନ୍ଥ ଡେଇଁ ତାଙ୍କ ଘରେ ପଶିଥିଲେ। ଏହାପରେ ଇଡି ଟିମ୍ ଏବଂ ୨୦ ଜଣିଆ ଦିଲ୍ଲୀ ପୁଲିସ୍‌ ଟିମ୍‌ ମଧ୍ୟ ପହଞ୍ଚିଥିଲେ। ୩ଟି ସିବିଆଇ ଟିମ୍‌ ଘର ଭିତରେ ହିଁ ଚିଦାମ୍ବରମ୍‌ଙ୍କୁ ପଚରାଉଚରା କରିବା ପରେ ତାଙ୍କୁ ନିଜ ହେପାଜତକୁ ନେଇଥିଲେ।

ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ସୁପ୍ରିମ୍‌କୋର୍ଟରେ ଚିଦାମ୍ବରମ୍‌ଙ୍କ ଅନ୍ତରୀଣ ସୁରକ୍ଷା ପାଇଁ ଆବେଦନର ଶୁଣାଣି ହେବ। ଏହା ଜଷ୍ଟିସ୍‌ ଆର ଭାନୁମତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁଣାଣି କରିବ ବୋଲି ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story