ନବଜାତ ଶିଶୁକୁ ପ୍ୟାକ୍‌ କରି କୋରିୟର କଲା ମା’

Ordigital Desk
  • Published: Thursday, 17 August 2017
  • , Updated: 17 August 2017, 12:58 PM IST
<p>ଦୁନିଆରେ ସବୁଠୁ ବଡ଼ ହେଉଛନ୍ତି ମା&rsquo;। ପିଲାଟିଏ ନିଜ ମା&rsquo; ପାଖରେ ହିଁ ସବୁଠୁ ଅଧିକ ସୁରକ୍ଷିତ। କିନ୍ତୁ ଅନେକ ସମୟରେ ଦେଖାଯାଉଛି ମା&rsquo; ବନି ଯାଉଛି ପିଶାଚୀ। କେଉଁଠି ମା&rsquo; ଛୁଆକୁ ଡ୍ରେନ୍&zwnj;ରେ ଫୋପାଡ଼ି ଦେଉଛି ତ କେଉଁଛି ଚାଷ ଜମିରେ ଛାଡ଼ି ଚାଲିଯାଉଛି। ଚୀନରେ ଏମିତି ଏକ ଘଟଣା ଘଟିଛି। ଜଣେ ମହିଳା ତାଙ୍କ ଛୁଆକୁ ଏକ ପ୍ଲାଷ୍ଟିକ୍ ବ୍ୟାଗ୍&zwnj;ରେ ଭର୍ତ୍ତି କରି କୋରିୟର କରି ଦେଇଥିଲେ। ତେବେ ସଠିକ୍ ସମୟରେ ଛୁଆଟିକୁ ଉକ୍ତ ବ୍ୟାଗ୍ ଭିତରୁ ଉଦ୍ଧାର କରାଯିବାରୁ ତା&rsquo;ର ଜୀବନ ବଞ୍ଚି ଯାଇଛି।</p> <p>ଘଟଣାଟି ଏମିତି। ଜଣେ ମହିଳା କିଛି ଜିନିଷ ପଠାଇବା ପାଇଁ ଏକ କୋରିୟର ବୟକୁ ଡକାଇଥିଲେ। କୋରିୟର ବୟକୁ ସେ ଏକ ପ୍ୟାକେଟ୍ ଦେଇଥିଲେ। ପ୍ୟାକେଟ୍&zwnj;କୁ ଦେଖି କୋରିୟର ବୟକୁ ସନ୍ଦେହ ହେଲା। ସେ ପ୍ୟାକେଟ୍&zwnj;କୁ ଖୋଲିବା ପାଇଁ ଚାହିଁଥିଲେ। କିନ୍ତୁ ମହିଳା ଜଣଙ୍କ ଏଥିପାଇଁ ମନା କରିଥିଲେ। କୋରିୟର ବୟ ସେଠାରୁ କିଛି ବାଟ ଚାଲି ଯାଇ ପ୍ୟାକେଟ୍&zwnj;ଟିକୁ ଖୋଲିଥିଲେ। ପ୍ୟାକେଟ୍ ଖୋଲିବା ପରେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେଥିରେ ଏକ ନବଜାତ ଶିଶୁ ଥିଲା। ସେ ସଙ୍ଗେ ସଙ୍ଗେ ପୋଲିସ୍ ଓ ନିଜ କଂପାନୀର ଉଚ୍ଚ ଅଧିକାରୀଙ୍କୁ ଫୋନ୍&zwnj; କରି ଜଣାଇଥିଲେ। ସେହି ବାଟ ଦେଇ ଯିବାଆସିବା କରୁଥିବା ଲୋକେ ମଧ୍ୟ ସେଠାରେ ଭିଡ଼ ଜମାଇ ଦେଲେ। ଜମା ହୋଇଥିବା ଲୋକେ ନିଜ ନିଜ ମୋବାଇଲ୍ ଫୋନ୍&zwnj;ରେ ପିଲାଟିର ଭିଡିଓ ଉତ୍ତୋଳନ କରିଥିଲେ। ଆଉ ପୂରା ଚୀନ୍&zwnj;ରେ ସେହି ଦୃଶ୍ୟ ଭାଇରାଲ୍ ହୋଇଯାଇଛି।</p> <p>ଚୀନ୍&zwnj;ର ଏକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପୋଲିସ୍ କହିଛି ଯେ ମହିଳା ଜଣଙ୍କ ନିଜ ନବଜାତ ସନ୍ତାନକୁ ପ୍ୟାକେଟ୍&zwnj;ରେ ଭର୍ତ୍ତି କରି ଏକ ଅନାଥାଳୟକୁ କୋରିୟର କରିଥିଲେ। ନିଜ ଛୁଆକୁ ଏମିତି ଢଙ୍ଗରେ ଅନାଥ କରିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗରେ ଉକ୍ତ ମହିଳାଙ୍କୁ ଗିରଫ କରାଯାଇଛି। ଛୁଆଟିର ସ୍ୱାସ୍ଥ୍ୟ ଭଲ ଅଛି। ଡାକ୍ତର ତାର ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି।</p> <p>ସୌଜନ୍ୟ- ଅମର ଉଜାଲା</p>

Related story