ଭାରତର ତେଜସ୍‌କୁ ମାତ୍ ଦେବାକୁ ପାକ୍‌-ଚୀନ୍‌ର ଚକ୍ରାନ୍ତ

ବେଜିଂ: ବାଲାକୋଟ୍‌ରେ ଭାରତୀୟ ବାୟୁସେନାର ଏୟାର୍ ଷ୍ଟ୍ରାଇକ୍‌ ପରେ ଭୟଭୀତ ପାକିସ୍ତାନ ଏବେ ଚୀନ୍‌ର ଆଶ୍ରୟ ନେଇଛି। ଭାରତ ଉପରେ ବଦଲା ନେବାକୁ ପାକିସ୍ତାନ ଏଫ୍‌-୧୬ ଯୁଦ୍ଧ ବିମାନକୁ ବ୍ୟବହାର କରିଥିଲା। ହେଲେ ଭାରତୀୟ ବାୟୁସେନାର ମିଗ-୨୧ ଏହାକୁ ଖସାଇ ଦେବାକୁ ସକ୍ଷମ ହୋଇଥିଲା। ଏଣୁ ଏବେ ପାକିସ୍ତାନ-ଚୀନ୍‌ ସାଙ୍ଗରେ ମିଶି ନୂଆ ବିମାନ ନିର୍ମାଣ କରିବା ଏବଂ ପୁରୁଣା ବିମାନକୁ ଅତ୍ୟାଧୁନିକ ଶୈଳୀରେ ପ୍ରସ୍ତୁତ କରିବା କାର୍ଯ୍ୟ ଆରମ୍ଭ କରିଛି। ପାକିସ୍ତାନ ଆମେରିକା ଓ ଜୋର୍ଡାନ […]

1552400348-JF-17

1552400348-JF-17

Hemant Lenka
  • Published: Tuesday, 12 March 2019
  • Updated: 12 March 2019, 10:05 PM IST

Sports

Latest News

ବେଜିଂ: ବାଲାକୋଟ୍‌ରେ ଭାରତୀୟ ବାୟୁସେନାର ଏୟାର୍ ଷ୍ଟ୍ରାଇକ୍‌ ପରେ ଭୟଭୀତ ପାକିସ୍ତାନ ଏବେ ଚୀନ୍‌ର ଆଶ୍ରୟ ନେଇଛି। ଭାରତ ଉପରେ ବଦଲା ନେବାକୁ ପାକିସ୍ତାନ ଏଫ୍‌-୧୬ ଯୁଦ୍ଧ ବିମାନକୁ ବ୍ୟବହାର କରିଥିଲା। ହେଲେ ଭାରତୀୟ ବାୟୁସେନାର ମିଗ-୨୧ ଏହାକୁ ଖସାଇ ଦେବାକୁ ସକ୍ଷମ ହୋଇଥିଲା। ଏଣୁ ଏବେ ପାକିସ୍ତାନ-ଚୀନ୍‌ ସାଙ୍ଗରେ ମିଶି ନୂଆ ବିମାନ ନିର୍ମାଣ କରିବା ଏବଂ ପୁରୁଣା ବିମାନକୁ ଅତ୍ୟାଧୁନିକ ଶୈଳୀରେ ପ୍ରସ୍ତୁତ କରିବା କାର୍ଯ୍ୟ ଆରମ୍ଭ କରିଛି।

ପାକିସ୍ତାନ ଆମେରିକା ଓ ଜୋର୍ଡାନ ଠାରୁ ଏଫ୍‌-୧୬ ଯୁଦ୍ଧ ବିମାନ କିଣିଥିବା ବେଳେ ଚୀନ୍‌ ଠାରୁ ଜେଏଫ୍‌-୧୭ ଯୁଦ୍ଧ ବିମାନ କିଣିଛି। ହେଲେ ଭାରତ ପାଖରେ ଥିବା ତେଜସ୍‌ ସହ ଜେଏଫ୍‌-୧୭ ସମକକ୍ଷ ହୋଇପାରୁନାହିଁ। ଏଥିସହ ପାକିସ୍ତାନ ଏଫ୍‌-୧୬ ବ୍ୟବହାର କଲେ ଆମେରିକା ତା'ର ପ୍ରତିବାଦ କରୁଛି।

ଏହାକୁ ଦୃଷ୍ଟିରେ ରଖି ଏବେ ପାକିସ୍ତାନକୁ ଚୀନ୍‌ ସହାୟତାର ହାତ ବଢ଼ାଇଛି। ପୂର୍ବରୁ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ସହଯୋଗ କରୁଥିବା ଚୀନ୍‌ ଏବେ ବିମାନର ଅପଗ୍ରେଡେସନ୍‌ କରିବାରେ ମଧ୍ୟ ଇସ୍‌ଲାମାବାଦ ପ୍ରତି ସହଯୋଗର ହାତ ବଢ଼ାଇଛି।

ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ପାକିସ୍ତାନ ଓ ଚୀନ୍‌ ସହ ଭାରତର ସୀମା ବିବାଦ ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ଦେଶ ଏବେ ଜେଏଫ୍‌-୧୭କୁ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ କରିବାକୁ ଯାଉଛନ୍ତି। ଏହା ଯେ କୌଣସି ଦେଶର ଯୁଦ୍ଧ ବିମାନକୁ ମାତ ଦେବାର କ୍ଷମତା ରଖିଛି।
ଜେଏଫ୍‌-୧୭ର ବ୍ଲକ ୩କୁ ବିକଶିତ କରାଯିବା ସହ ଉତ୍ପାଦନ ମଧ୍ୟ କରାଯାଉଛି। ଜେଏଫ୍‌-୧୭ର ବ୍ଲକ ୩କୁ ଏଭଳି ଭାବେ ବିକଶିତ କରାଯାଉଛି ଯେ ଏହା ଆମେରିକାର ଏଫ୍‌-୧୬ ସମକକ୍ଷ ହୋଇପାରିବ। ବର୍ତ୍ତମାନର ଜେଏଫ୍‌-୧୭ ଭାରତ ପାଖରେ ଥିବା ତେଜସ ଓ କୋରିଆ ନିର୍ମାଣ କରିଥିବା ଏଫ୍‌ଏ-୫୦ ସମକକ୍ଷ ହୋଇ ରହିଛି। କିନ୍ତୁ ଏମାନଙ୍କୁ ମାତ ଦେବାକୁ ଚୀନ୍‌-ପାକ୍‌ ସହ ମିଶି କାର୍ଯ୍ୟ ଆରମ୍ଭ କରିଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story