ଜିନ୍‌ପିଙ୍ଗଙ୍କ ମାଷ୍ଟରଷ୍ଟ୍ରୋକ: ପୁଣି ହେଲେ ରାଷ୍ଟ୍ରପତି, ୨୦୨୨ ପରେ ବି ନିଜ ଅଧୀନରେ ରଖିବେ କ୍ଷମତା

ବେଞ୍ଜିଂ: ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ କମ୍ୟୁନିଷ୍ଟ ପାର୍ଟିଙ୍କ ମୁଖ୍ୟ ଭାବେ ଚୟନ ହୋଇଛନ୍ତି। ୭ ସଦସ୍ୟ ବିଶିଷ୍ଟ ପଲିଟିବ୍ୟୁରୋ ଷ୍ଟାଣ୍ଡି କମିଟି (ପିବିଏସ୍‌ସି) ସଦସ୍ୟଙ୍କ ଚୟନ କରାଯାଇଛି। ୫ ବର୍ଷ ପାଇଁ ଏହି ଚୟନ ହେବା ପରେ କିନପିଙ୍ଗ ଚୀନର ସବୁଠାରୁ କ୍ଷମତାଶାଳୀ ନେତା ବନିଯାଇଛନ୍ତି। ଏବେ ସେ ୨୦୨୨ ପର୍ଯ୍ୟନ୍ତ ଚିନ୍‌ର ରାଷ୍ଟ୍ରପତି ରହିବେ। ଏହାସହ କମ୍ୟୁନିଷ୍ଟ ପାର୍ଟି (ସିପିସି)ର ୫ ବର୍ଷରେ ଥରେ ହେଉଥିବା ନେତୃତ୍ୱ ନିର୍ବାଚନ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ୨୦୨୨ […]

Rakesh Mallick
  • Published: Wednesday, 25 October 2017
  • Updated: 25 October 2017, 11:10 PM IST

ବେଞ୍ଜିଂ: ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ କମ୍ୟୁନିଷ୍ଟ ପାର୍ଟିଙ୍କ ମୁଖ୍ୟ ଭାବେ ଚୟନ ହୋଇଛନ୍ତି। ୭ ସଦସ୍ୟ ବିଶିଷ୍ଟ ପଲିଟିବ୍ୟୁରୋ ଷ୍ଟାଣ୍ଡି କମିଟି (ପିବିଏସ୍‌ସି) ସଦସ୍ୟଙ୍କ ଚୟନ କରାଯାଇଛି। ୫ ବର୍ଷ ପାଇଁ ଏହି ଚୟନ ହେବା ପରେ କିନପିଙ୍ଗ ଚୀନର ସବୁଠାରୁ କ୍ଷମତାଶାଳୀ ନେତା ବନିଯାଇଛନ୍ତି। ଏବେ ସେ ୨୦୨୨ ପର୍ଯ୍ୟନ୍ତ ଚିନ୍‌ର ରାଷ୍ଟ୍ରପତି ରହିବେ। ଏହାସହ କମ୍ୟୁନିଷ୍ଟ ପାର୍ଟି (ସିପିସି)ର ୫ ବର୍ଷରେ ଥରେ ହେଉଥିବା ନେତୃତ୍ୱ ନିର୍ବାଚନ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ୨୦୨୨ ପରେ ମଧ୍ୟ ଜିନପିଙ୍ଗଙ୍କ ପାଖରେ ଚୀନ ଶାସନର କ୍ଷମତା ରହିବ।

ସିପିସିରେ ପାର୍ଟିର ପ୍ରମୁଖ ସହଯୋଗୀ ପଲିଟି ବ୍ୟୁରୋଙ୍କୁ ଚୟନ କରାଯାଇଥାଏ। ଏହି ୫ ଜଣଙ୍କ ମଧ୍ୟରୁ ଜଣେ ପରବର୍ତ୍ତି ରାଷ୍ଟ୍ରପତି ହେବା କଥା। ହେଲେ ଏମାନଙ୍କ ବୟସ ୬୨ ବର୍ଷରୁ ଅଧିକ ରହିଛି। ତେଣୁ ୨୦୨୨ରେ ଏମାନଙ୍କ ମଧ୍ୟରୁ କେହି ଚୀନ୍‌ର ରାଷ୍ଟ୍ରପତି ହୋଇପାରିବେ ନାହିଁ। ଏଥିପାଇଁ ଜିନପିଙ୍ଗ ୨୦୨୨ ପରେ ମଧ୍ୟ ନିଜ ଅକ୍ତିଆରରେ ସମସ୍ତ କ୍ଷମତା ରଖିବେ। ଏହାକୁ ଜିନ୍‌ପିଙ୍ଗଙ୍କ ମାଷ୍ଟର ଷ୍ଟ୍ରୋକ୍‌ କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos