ନରେନ୍ଦ୍ର ମୋଦିଙ୍କୁ ସାହାଯ୍ୟ କରିବାକୁ ଚୀନ୍ ରାଜି !

ନୂଆଦିଲ୍ଲୀ: ଚୀନ୍‌ ଯଥେଷ୍ଟ ଉତ୍ପାଦନ କରୁଛି ତେଣୁ ସେଠାରେ ନିଯୁକ୍ତି ସମସ୍ୟା ନାହିଁ, କିନ୍ତୁ ଭାରତରେ ଉତ୍ପାଦନ ହେଉନଥିବାରୁ ନିଯୁକ୍ତି ସମସ୍ୟା ରହୁଥିବା ନେଇ ଗତ କିଛି ଦିନ ତଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଥିଲେ। ବର୍ତ୍ତମାନ ଚୀନ୍‌ ସରକାରଙ୍କ ସହିତ ଅନୁବନ୍ଧିତ ଗ୍ଲୋବାଲ ଟାଇମ୍ସ ନାମକ ଏକ ଗଣମାଧ୍ୟମର ଏକ ରିପୋର୍ଟରେ କୁହାଯାଇଛି, ମୋଦିଙ୍କୁ ନିଯୁକ୍ତି ସୃଷ୍ଟିରେ ଚୀନ୍‌ ସାହାଯ୍ୟ କରିପାରିବ। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ନିଯୁକ୍ତି […]

modi

Subrat Kumar Nayak
  • Published: Tuesday, 29 January 2019
  • , Updated: 29 January 2019, 08:46 PM IST

ନୂଆଦିଲ୍ଲୀ: ଚୀନ୍‌ ଯଥେଷ୍ଟ ଉତ୍ପାଦନ କରୁଛି ତେଣୁ ସେଠାରେ ନିଯୁକ୍ତି ସମସ୍ୟା ନାହିଁ, କିନ୍ତୁ ଭାରତରେ ଉତ୍ପାଦନ ହେଉନଥିବାରୁ ନିଯୁକ୍ତି ସମସ୍ୟା ରହୁଥିବା ନେଇ ଗତ କିଛି ଦିନ ତଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଥିଲେ।

ବର୍ତ୍ତମାନ ଚୀନ୍‌ ସରକାରଙ୍କ ସହିତ ଅନୁବନ୍ଧିତ ଗ୍ଲୋବାଲ ଟାଇମ୍ସ ନାମକ ଏକ ଗଣମାଧ୍ୟମର ଏକ ରିପୋର୍ଟରେ କୁହାଯାଇଛି, ମୋଦିଙ୍କୁ ନିଯୁକ୍ତି ସୃଷ୍ଟିରେ ଚୀନ୍‌ ସାହାଯ୍ୟ କରିପାରିବ। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ନିଯୁକ୍ତି ଯଥେଷ୍ଟ ସଂଖ୍ୟାରେ ବଢ଼ିନଥିବାରୁ ମୋଦିଙ୍କ ବିରୋଧରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହା ଚୀନ୍‌ ପାଇଁ ଏକ ଶୁଭସମ୍ବାଦ ନୁହେଁ, କାରଣ ଚୀନ୍‌ ଚାହୁଁଛି ମୋଦି ଦେଶ ଉପରେ ସୁଦୃଢ଼ ନିୟନ୍ତ୍ରଣ ରଖନ୍ତୁ।

ଏହି ରିପୋର୍ଟରେ କୁହାଯାଇଛି, “ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସବୁଠାରୁ ଅଧିକ ତିକ୍ତ କରିଥିବା ଡୋକଲାମ୍‌ ବିବାଦକୁ ବର୍ଷେ ପୂରିଲାଣି। ଭାରତରେ ଏକ ଦୁର୍ବଳ କେନ୍ଦ୍ର ସରକାର ଅଛି, କିନ୍ତୁ ଜନସଂଖ୍ୟା ହୁହୁ ହୋଇ ବଢ଼ିଚାଲିଛି। ଆମେ ଆଶା କରୁଛୁ ମୋଦି ପୁଣି ନିଜ ସ୍ଥିତି ସୁଦୃଢ଼ କରି କ୍ଷମତାକୁ ଫେରିବା ସହିତ ଭାରତ-ଚୀନ୍‌ ମଧ୍ୟରେ ସମ୍ପର୍କ ସୁଧାରିବେ।”

ଏଥିରେ ଆହୁରି ମଧ୍ୟ କୁହାଯାଇଛି, “ଲାଗୁଛି ଭାରତରେ ସଂକଟମୟ ପରିସ୍ଥିତି ଉପୁଜିଛି। ଯଦି ଭାରତ ସରକାର ଚୀନ୍‌ ନିବେଶକୁ ରୋକିବେ, ଏହା ନିଯୁକ୍ତି ସୃଷ୍ଟିରେ ସମସ୍ୟା ସୃଷ୍ଟି କରିବ। ଭାରତରେ ଚୀନ୍‌ର ନିବେଶ ଶ୍ରମଭିତ୍ତିକ ଏବଂ ବିଶେଷକରି ସ୍ମାର୍ଟଫୋନ୍‌ ନିର୍ମାଣ ସମ୍ପର୍କିତ। ଯଦି ଭାରତ ନିଜ ଦେଶରେ ନିବେଶ ପାଇଁ ପ୍ରସ୍ତୁତ ରଖେ ତେବେ ଏହି ଦକ୍ଷିଣ ଏସୀୟ ରାଷ୍ଟ୍ରରେ ବ୍ୟାପକ ପରିମାଣରେ ନିଯୁକ୍ତି ବଢ଼ିପାରିବ।”

Related story