ପାକିସ୍ତାନକୁ ଝଟକା ଦେଲା ଚୀନ୍‌: ଅଟକାଇଲା ୬ ହଜାର କୋଟି ଟଙ୍କାର ଫଣ୍ଡ

ନୂଆଦିଲ୍ଲୀ: ବନ୍ଧୁରାଷ୍ଟ୍ର ପାକିସ୍ତାନକୁ ଝଟକା ଦେଇଛି ଚୀନ୍‌। ଯାହା ପାକିସ୍ତାନର ନିଦ ହଜାଇ ଦେଇଛି। ପାକିସ୍ତାନରେ ବଢ଼ି ଚାଲିଥିବା ଭ୍ରଷ୍ଟାଚାରକୁ ଦୃଷ୍ଟିରେ ରଖି ପ୍ରାୟ ୬୦୦୦ କୋଟି ଟଙ୍କାର ଆର୍ଥିକ ସହାୟତାକୁ ଅଟକାଇ ଦେଇଛି ଚୀନ୍‌। ଏହି ଅର୍ଥ ପାକିସ୍ତାରେ ଚାଲିଥିବା ୩ଟି ବଡ଼ ସଡ଼କ ନିର୍ମାଣ ପ୍ରୋଜେକ୍ଟ ପାଇଁ ଉପଯୋଗ ହେବାରେ ଥିଲା। ଗଣମାଧ୍ୟମ ଅନୁସାରେ, ଚୀନ୍‌ ଏପରି ଫଣ୍ଡ ଅଟକାଇ ଦେବା ଯୋଗୁଁ ପାକିସ୍ତାନ ନ୍ୟାସନାଲ ହାଇୱେ ଅଥରିଟିକୁ ବ୍ୟାପକ୍‌ କ୍ଷତି ସହିବାକୁ ପଡିବ। […]

china

china

Rakesh Mallick
  • Published: Wednesday, 06 December 2017
  • Updated: 06 December 2017, 12:44 PM IST

Sports

Latest News

ନୂଆଦିଲ୍ଲୀ: ବନ୍ଧୁରାଷ୍ଟ୍ର ପାକିସ୍ତାନକୁ ଝଟକା ଦେଇଛି ଚୀନ୍‌। ଯାହା ପାକିସ୍ତାନର ନିଦ ହଜାଇ ଦେଇଛି। ପାକିସ୍ତାନରେ ବଢ଼ି ଚାଲିଥିବା ଭ୍ରଷ୍ଟାଚାରକୁ ଦୃଷ୍ଟିରେ ରଖି ପ୍ରାୟ ୬୦୦୦ କୋଟି ଟଙ୍କାର ଆର୍ଥିକ ସହାୟତାକୁ ଅଟକାଇ ଦେଇଛି ଚୀନ୍‌। ଏହି ଅର୍ଥ ପାକିସ୍ତାରେ ଚାଲିଥିବା ୩ଟି ବଡ଼ ସଡ଼କ ନିର୍ମାଣ ପ୍ରୋଜେକ୍ଟ ପାଇଁ ଉପଯୋଗ ହେବାରେ ଥିଲା।

ଗଣମାଧ୍ୟମ ଅନୁସାରେ, ଚୀନ୍‌ ଏପରି ଫଣ୍ଡ ଅଟକାଇ ଦେବା ଯୋଗୁଁ ପାକିସ୍ତାନ ନ୍ୟାସନାଲ ହାଇୱେ ଅଥରିଟିକୁ ବ୍ୟାପକ୍‌ କ୍ଷତି ସହିବାକୁ ପଡିବ। ଫଣ୍ଡ ନମିଳିଲେ ଏହି ସଡ଼କ ନିର୍ମାଣ ଶେଷ ହେବାରେ ବିଳମ୍ବ ହେବାର ଆଶଙ୍କା ପ୍ରକାଶ ପାଇଛି।

ଚୀନ୍‌ ଦେଉଥିବା ଏହି ଅର୍ଥରେ ‘ୱାନ୍‌ ବେଲ୍ଟ ୱାନ୍‌ ରୋଡ଼’ରେ ଉପଯୋଗ ହେବାରେ ଥିଲା। ଏହି ରାସ୍ତା ପାକିସ୍ତାନ ଅଧିକୃତ କାଶ୍ମୀର ଦେଇ ଯାଉଛି। ଏହା ଚୀନ୍‌ର ଶିନଜିୟାଙ୍ଗ କ୍ଷେତ୍ର ସହ ପାକିସ୍ତାନର ବେଲୁଚିସ୍ତାନକୁ ସଂଯୋଗ କରିବ। ଯାହାକୁ ପୂର୍ବରୁ ଭାରତ ବିରୋଧ କରି ଆସିଛି।

ଚୀନ୍‌ ପକ୍ଷରୁ ନୂଆ ଗାଇଡଲାଇନ୍‌ ଜାରି କରାଯିବା ପରେ ଏହି ଅର୍ଥ ମିଳିବ। ସେ ପର୍ଯ୍ୟନ୍ତ କୌଣସି ସହାୟତା ଦିଆଯିବ ନାହିଁ ବୋଲି ବେଞ୍ଜିଂ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos