‘ଲଦାଖ’ ନିଷ୍ପତ୍ତିରେ ଚାଇନା ଅସନ୍ତୁଷ୍ଟ, ଭାରତ ରଖିଲା ଦୃଢ଼ ଜବାବ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରର ଇତିହାସ ଏବଂ ଭୂଗୋଳ ବଦଳାଇବା ପାଇଁ ଭାରତ ଏକ ଐତିହାସିକ ନିଷ୍ପତ୍ତି ନେବାର ବେଶ୍‌ କିଛି ସମୟ ପରେ ପ୍ରତିକ୍ରିୟା ରଖିଛି ଚାଇନା। ଚାଇନା ପକ୍ଷରୁ ଭାରତ ଏବଂ ପାକିସ୍ତାନକୁ ସଂଯମ ଅବଲମ୍ବନ କରିବାକୁ କୁହାଯାଇଥିବା ବେଳେ କେହି ମଧ୍ୟ ସ୍ଥିତି ବିଗାଡ଼ିବା ଭଳି ପଦକ୍ଷେପ ନ ନେବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ଚାଇନା ସୀମାବର୍ତ୍ତୀ ଲଦାଖ ଅଞ୍ଚଳକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରିବା ନିଷ୍ପତ୍ତିକୁ ଚାଇନା ପକ୍ଷରୁ ବିରୋଧ କରାଯାଇଛି। […]

Ladakh

Ladakh

Subrat Kumar Nayak
  • Published: Tuesday, 06 August 2019
  • Updated: 06 August 2019, 08:52 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରର ଇତିହାସ ଏବଂ ଭୂଗୋଳ ବଦଳାଇବା ପାଇଁ ଭାରତ ଏକ ଐତିହାସିକ ନିଷ୍ପତ୍ତି ନେବାର ବେଶ୍‌ କିଛି ସମୟ ପରେ ପ୍ରତିକ୍ରିୟା ରଖିଛି ଚାଇନା। ଚାଇନା ପକ୍ଷରୁ ଭାରତ ଏବଂ ପାକିସ୍ତାନକୁ ସଂଯମ ଅବଲମ୍ବନ କରିବାକୁ କୁହାଯାଇଥିବା ବେଳେ କେହି ମଧ୍ୟ ସ୍ଥିତି ବିଗାଡ଼ିବା ଭଳି ପଦକ୍ଷେପ ନ ନେବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ଚାଇନା ସୀମାବର୍ତ୍ତୀ ଲଦାଖ ଅଞ୍ଚଳକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରିବା ନିଷ୍ପତ୍ତିକୁ ଚାଇନା ପକ୍ଷରୁ ବିରୋଧ କରାଯାଇଛି।

ପ୍ରତିକ୍ରିୟାରେ ଭାରତ ପକ୍ଷରୁ କଡ଼ା ଜବାବ ଦିଆଯାଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି, ଭାରତ ଅନ୍ୟ ରାଷ୍ଟ୍ରର ଆଭ୍ୟନ୍ତରୀଣ ମାମଲାରେ ମତ ମନ୍ତବ୍ୟ ଦିଏନାହିଁ, ଅନ୍ୟ ରାଷ୍ଟ୍ରମାନଙ୍କଠାରୁ ମଧ୍ୟ ଆମେ ସମାନ କଥା ଆଶା କରୁଛୁ।

ଚାଇନାର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ହୁଆ ଚୁଇଙ୍ଗ୍‌ କହିଛନ୍ତି, କଶ୍ମୀରକୁ ନେଇ ଚାଇନାର ମତ ସ୍ପଷ୍ଟ ଏବଂ ସ୍ଥିର। ଏହି ପ୍ରସଙ୍ଗ ପାକିସ୍ତାନ ଏବଂ ଭାରତ ମଧ୍ୟରେ ବର୍ଷ ବର୍ଷ ଧରି ରହିଆସିଛି। ବର୍ତ୍ତମାନ ଏଠାରେ ଉପୁଜିଥିବା ସ୍ଥିତିକୁ ନେଇ ଚାଇନା ଚିନ୍ତା ପ୍ରକଟ କରିଥିବା ସେ କହିଥିଲେ। ଆଲୋଚନା ଓ ପରାମର୍ଶ ଜରିଆରେ ଏହି ବିବାଦର ସମାଧାନ କରି ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଉଚିତ ହେବ ବୋଲି ସେ କହିଥିଲେ। ଲଦାଖ ବାବଦରେ ସେ କହିଥିଲେ, ଚାଇନା ସୀମାବର୍ତ୍ତୀ ଅଞ୍ଚଳକୁ ଭାରତ ନିଜର ବୋଲି କହିବାକୁ ଚାଇନା ବିରୋଧ କରି ଆସିଛି। ଭାରତ ନିକଟରେ ଆଣିଥିବା ଆଇନରେ ଚାଇନାର ସାର୍ବଭୌମତ୍ୱକୁ ଅଣଦେଖା କରାଯାଇଛି। ଏହା ଗ୍ରହଣୀୟ ନୁହେଁ ବୋଲି ସେ କହିଥିଲେ। ସୀମା ପ୍ରସଙ୍ଗରେ ଭାରତ ସଚେତନ ହୋଇ ପଦକ୍ଷେପ ନେଉ ଏବଂ ମତ ରଖୁ ବୋଲି ସେ ଆହ୍ୱାନ କରିଛନ୍ତି। ସୀମା ବିବାଦକୁ ଜଟିଳ କରୁଥିବା କୌଣସି ପଦକ୍ଷେପରୁ ଦୂରେଇ ରହିବାକୁ ସେ ଭାରତକୁ ସତର୍କ କରିଦେଇଛନ୍ତି।

ଏହାର ପ୍ରତିକ୍ରିୟାରେ ରବୀଶ କୁମାର କହିଥିଲେ, ଏହାର ସମାଧାନ ହେବାର ଅଛି। ଉଭୟ ପକ୍ଷ ଶାନ୍ତି ବଜାୟ ରଖିବା ପାଇଁ ବିଭିନ୍ନ ଚୁକ୍ତି ଜରିଆରେ ପୂର୍ବରୁ ରାଜି ହୋଇସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story