ବିଳମ୍ବରେ ମୁହଁ ଖୋଲିଲା ଡବ୍ଲୁଏଚଓ, ଜାଣିଶୁଣି ତଥ୍ୟ ଲୁଚାଇଥିଲା ଚୀନ୍!

ନୂଆଦିଲ୍ଲୀ: କରୋନା ପାଇଁ ଅନେକ ବଡ଼ ବଡ଼ ପଦକ୍ଷେପ ଉଠାଇଥିବାରୁ ଚୀନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଚଳିତ ବର୍ଷ ଜାନୁଆରୀରେ ଖୁବ୍ ପ୍ରଶଂସା କରିଥିଲା। ଚୀନକୁ ପ୍ରଶଂସା କରି ଡବ୍ଲୁଏଚଓ କହିଥିଲା ଯେ ନୂଆ ଭାଇରସ୍ ବିରୋଧରେ ଚୀନର ସଅଳ ପଦକ୍ଷେପ ନେଇପାରିଛି। ଏପରିକି ଚୀନ ଭାଇରସର ଜେନେଟିକ୍ ମ୍ୟାପକୁ ଶେଆର କରି ଡବ୍ଲୁଏଚଓର ପ୍ରଶଂସାର ପାତ୍ର ମଧ୍ୟ ହୋଇଥିଲା। କିନ୍ତୁ ସତ କଥା ହେଉଛି ଚୀନର ଅଧିକାରୀମାନେ ଅନେକ ସପ୍ତାହ ଧରି ଜେନେଟିକ୍ ମ୍ୟାପ୍ […]

china-and-who

Ranjit Kumar Jena
  • Published: Tuesday, 02 June 2020
  • , Updated: 02 June 2020, 08:54 PM IST

ନୂଆଦିଲ୍ଲୀ: କରୋନା ପାଇଁ ଅନେକ ବଡ଼ ବଡ଼ ପଦକ୍ଷେପ ଉଠାଇଥିବାରୁ ଚୀନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଚଳିତ ବର୍ଷ ଜାନୁଆରୀରେ ଖୁବ୍ ପ୍ରଶଂସା କରିଥିଲା। ଚୀନକୁ ପ୍ରଶଂସା କରି ଡବ୍ଲୁଏଚଓ କହିଥିଲା ଯେ ନୂଆ ଭାଇରସ୍ ବିରୋଧରେ ଚୀନର ସଅଳ ପଦକ୍ଷେପ ନେଇପାରିଛି। ଏପରିକି ଚୀନ ଭାଇରସର ଜେନେଟିକ୍ ମ୍ୟାପକୁ ଶେଆର କରି ଡବ୍ଲୁଏଚଓର ପ୍ରଶଂସାର ପାତ୍ର ମଧ୍ୟ ହୋଇଥିଲା। କିନ୍ତୁ ସତ କଥା ହେଉଛି ଚୀନର ଅଧିକାରୀମାନେ ଅନେକ ସପ୍ତାହ ଧରି ଜେନେଟିକ୍ ମ୍ୟାପ୍ କିମ୍ବା ଜିମୋନକୁ ଲୁଚାଇ ରଖିଥିଲେ। ତେବେ କିଛି ଦେଶର ସରକାରୀ ଲ୍ୟାବରେ କରୋନାର ଜିମୋନକୁ ଡିକୋଡ୍ କରିଦିଆଗଲା।

ଏବେ ଏକ ବିଶେଷ ତଥ୍ୟରୁ ଜଣାପଡ଼ିଛି ଯେ ଚୀନ୍ କରୋନା ଡିଜାଇନ୍ ଟେଷ୍ଟ, ଔଷଧ ଏବଂ ଭ୍ୟାକସିନ୍ ସମ୍ବନ୍ଧରେ ତଥ୍ୟ ଲଗାତର ଲୁଚାଇ ଆସିଛି। ଏଥିପାଇଁ ଚୀନର ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଖରାପ ଆଭିମୁଖ୍ୟକୁ ଦାୟୀ କରାଯାଇପାରେ। ୧୧ ଜାନୁଆରୀରେ ଏକ ଭାଇରୋଲୋଜି ୱେବସାଇଟରେ ଜିନୋମର ପ୍ରକାଶ ହେବା ପରେ ଚୀନର ସ୍ୱାସ୍ଥ୍ୟ ଅଧିକାରୀମାନେ ଏହାକୁ ସାର୍ବଜନୀନ କରିଥିଲେ। ଏତେ ସବୁ ହେବା ସତ୍ତ୍ୱେ ଚୀନ୍ ଦୁଇ ସପ୍ତାହ ପର୍ଯ୍ୟନ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ସବିଶେଷ ତଥ୍ୟ ଦେଇନଥିଲା।

ଜାନୁଆରୀରେ ହୋଇଥିବା କିଛି ଆଭ୍ୟନ୍ତରୀଣ ବୈଠକର ରେକର୍ଡିଂ ପରେ ଏସବୁ କଥା ସାମ୍ନାକୁ ଆସିଛି। ଯେଉଁ ସମୟରେ କରୋନା ଭୂତାଣୁକୁ ରୋକାଯାଇ ପାରିଥାନ୍ତା, ସେହି ସମୟରେ ହିଁ ଏସବୁ ଘଟୁଥିଲା। ଏହା ସତ୍ତ୍ୱେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସାର୍ବଜନୀନ ଭାବେ ଚୀନକୁ ପ୍ରଶଂସା କରିବାକୁ ପଛାଉ ନଥିଲା। କିନ୍ତୁ ଅନ୍ୟପକ୍ଷରେ ଚୀନ ଆବଶ୍ୟକ ତଥ୍ୟ ଉପସ୍ଥାପନ କରୁନଥିବା ନେଇ ସଂଗଠନ ଅଭିଯୋଗ ମଧ୍ୟ କରୁଥିଲା। ଉକ୍ତ ରେକର୍ଡିଂରୁ ଆହୁରି ଜଣାପଡ଼ିଛି ଯେ, ନୋଭେଲ କରୋନା ଭାଇରସ ପୃଥିବୀକୁ ବଡ଼ ବିପଦ ଆଡ଼କୁ ଠେଲି ଦେଇପାରେ।

ସୂଚନାଯୋଗ୍ୟ, କରୋନା ସମ୍ବନ୍ଧିତ ସୂଚନା ନିର୍ଦ୍ଧାରିତ ସମୟରେ ଦେଇନଥିବାରୁ ସବୁ ଦେଶ ଚୀନ୍ ଏବଂ ଡବ୍ଲୁଏଚଓ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଫଳସ୍ବରୂପ ପୂରା ବିଶ୍ବରେ କରୋନା ଭୂତାଣୁ ନିୟନ୍ତ୍ରଣ ବାହାରେ ପହଞ୍ଚିସାରିଛି। ଏହି କାରଣରୁ ମଧ୍ୟ ଲକ୍ଷାଧିକ ଲୋକେ ମୃତ୍ୟୁବରଣ କରିସାରିଲେଣି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଡବ୍ଲୁଏଚଓ ଉପରେ ଏତେମାତ୍ରାରେ ଖପ୍ପା ହୋଇଥିଲେ ଯେ, ସେ ସଂଗଠନ ସହ ସବୁ ସମ୍ପର୍କ ଛିନ୍ନ କରିବାକୁ ଘୋଷଣା କରିଛନ୍ତି।

Related story