Advertisment

କରୋନା ଭୂତାଣୁ: ଏବେ ସଂକ୍ରମିତଙ୍କୁ ଚିହ୍ନଟ କରିବା ଆହୁରି କଷ୍ଟକର

ବେଜିଂ: ନୋଭେଲ କରୋନା ଭୂତାଣୁ ସାରା ବିଶ୍ୱର ମୁଣ୍ଡ ବିନ୍ଧାର କାରଣ ସାଜିଛି। ଚୀନର ଉହାନ ସହରରୁ ସାରା ଦୁନିଆକୁ ବ୍ୟାପି ଥିବା ଏହି ଭୂତାଣୁ ଏବେ ପୁଣି ଚିନ୍ତା ବଢ଼ାଇଛି। ଚୀନର ଡାକ୍ତରମାନେ ଏବେ ନୋଭେଲ କରୋନା ଭୂତାଣୁର ଏକ ନୂଆ ରୂପ ବିଷୟରେ ଜାଣିବାକୁ ପାଇଛନ୍ତି, ଯାହାକୁ ନେଇ ସେମାନେ ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବ ବୋଲି ଆଶଙ୍କା ପ୍ରକଟ କରିଛନ୍ତି। ଚୀନର ଉତ୍ତର-ପୂର୍ବାଞ୍ଚଳରେ କରୋନା ସଂକ୍ରମିତଙ୍କଠାରେ ଏବେ ନୋଭେଲ କରୋନା ଭୂତାଣୁର […]

ଅଦ୍ୟତନ ହୋଇଛି
କରୋନା ଭୂତାଣୁ: ଏବେ ସଂକ୍ରମିତଙ୍କୁ ଚିହ୍ନଟ କରିବା ଆହୁରି କଷ୍ଟକର

coronavirus

Advertisment

ବେଜିଂ: ନୋଭେଲ କରୋନା ଭୂତାଣୁ ସାରା ବିଶ୍ୱର ମୁଣ୍ଡ ବିନ୍ଧାର କାରଣ ସାଜିଛି। ଚୀନର ଉହାନ ସହରରୁ ସାରା ଦୁନିଆକୁ ବ୍ୟାପି ଥିବା ଏହି ଭୂତାଣୁ ଏବେ ପୁଣି ଚିନ୍ତା ବଢ଼ାଇଛି। ଚୀନର ଡାକ୍ତରମାନେ ଏବେ ନୋଭେଲ କରୋନା ଭୂତାଣୁର ଏକ ନୂଆ ରୂପ ବିଷୟରେ ଜାଣିବାକୁ ପାଇଛନ୍ତି, ଯାହାକୁ ନେଇ ସେମାନେ ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବ ବୋଲି ଆଶଙ୍କା ପ୍ରକଟ କରିଛନ୍ତି।

Advertisment

ଚୀନର ଉତ୍ତର-ପୂର୍ବାଞ୍ଚଳରେ କରୋନା ସଂକ୍ରମିତଙ୍କଠାରେ ଏବେ ନୋଭେଲ କରୋନା ଭୂତାଣୁର ଏକ ନୂଆ ପ୍ରକାର ଦେଖିବାକୁ ମିଳିଛି, ଯାହା ଉହାନ ସହରରେ ହୋଇଥିବା ମୂଳ ଧରଣର ସଂକ୍ରମଣଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏକ ଅଜ୍ଞାତ ଉପାୟରେ ଏହି ଭୂତାଣୁ ଶରୀରରେ କାୟା ବିସ୍ତାର କରୁଛି। ଫଳରେ ଏହା ସହ ଲଢ଼ିବା ଆଗକୁ ଏତେ ସହଜ ହେବନାହିଁ। ଭୂତାଣୁ ବିଭିନ୍ନ ପ୍ରକାରରେ ନିଜ ଆଚରଣ ବଦଳାଉଥିବାରୁ ଏହାକୁ ଚିହ୍ନଟ କରିବା, ରୋକିବା ଏବଂ ଚିକିତ୍ସା କରିବା କଷ୍ଟକର ବୋଲି ଚୀନ ଡାକ୍ତରମାନେ ଚିନ୍ତା ପ୍ରକଟ କରିଛନ୍ତି।

ଚୀନର ଜିଲିନ ଏବଂ ହିଲୋଙ୍କଜିଆଙ୍ଗର ଉତ୍ତରରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କଠାରେ ଭୂତାଣୁ ଦୀର୍ଘ ଦିନ ଧରି ରହୁଛି। ସଂକ୍ରମିତ ହେବା ପରେ ମଧ୍ୟ ଲକ୍ଷଣ ପ୍ରକାଶ କରିବାରେ ଅଧିକ ଦିନ ସମୟ ଲାଗୁଛି ଏବଂ ନମୁନା ନେଗେଟିଭ୍ ଆସିବାକୁ ମଧ୍ୟ ଅଧିକ ସମୟ ନେଉଥିବା ଜଣାପଡ଼ିଛି। ସେହିପରି ଉତ୍ତର-ପୂର୍ବ ଅଞ୍ଚଳରେ ରହୁଥିବା ଲୋକଙ୍କଠାରେ ମଧ୍ୟ ସଂକ୍ରମିତ ହେବାର ଦୁଇ ସପ୍ତାହରୁ ଅଧିକ ଦିନ ପରେ ଲକ୍ଷଣ ପ୍ରକାଶ ପାଉଛି। ଉହାନରେ ସଂକ୍ରମିତଙ୍କଠାରେ ୧-୨ ସପ୍ତାହରେ ଲକ୍ଷଣ ଦେଖାଯାଉଥିଲା। ତଥାପି ପରିସ୍ଥିତି ମୁକାବିଲା ଚୀନ ଓ ସାରା ଦେଶ ପାଇଁ ଜଟିଳ ହୋଇଯାଇଛି। ଆଉ ଏବେ ବିଳମ୍ବରେ ଲକ୍ଷଣ ପ୍ରକାଶ ଯୋଗୁ ସଂକ୍ରମଣକୁ ରୋକିବା ଆହୁରି କଷ୍ଟକର ହୋଇପଡ଼ିଛି। ଏନେଇ ଚୀନର ଜଣେ ଶ୍ରେଷ୍ଠା ଡାକ୍ତର କ୍ୟୁ ହାଇବୋ ସୂଚନା ଦେଇଛନ୍ତି।

Advertisment

ପୂର୍ବ ଅପେକ୍ଷା ଏବେ ଅଧିକ ଦିନ ପରେ ସଂକ୍ରମଣର ଲକ୍ଷଣ ସାମ୍ନାକୁ ଆସୁଛି। ଜଣେ ବ୍ୟକ୍ତି ନୋଭେଲ କରୋନା ସଂକ୍ରମିତ ହେବାର ଅନେକ ଦିନ ପରେ ଲକ୍ଷଣ ଜଣାପଡ଼ିଲେ ପରିବାରର ଅନ୍ୟଲୋକଙ୍କୁ ସଂକ୍ରମଣ ବ୍ୟାପୁଥିବା ଦେଖିବାକୁ ମିଳିଛି ବୋଲି କ୍ୟୁ କହିଛନ୍ତି।

କ୍ୟୁ ଆହୁରି କହିଛନ୍ତି, ଉତ୍ତର-ପୂର୍ବ ଅଞ୍ଚଳର ଅଧିକାଂଶ କୋଭିଡ୍-୧୯ ଆକ୍ରାନ୍ତଙ୍କ ଫୁସଫୁସ ଅଚଳ ହୋଇପଡ଼ିଥିବା ଜଣାପଡ଼ିଛି। ତେବେ ଉହାନ ସହରରେ କୋଭିଡ୍-୧୯ ଆକ୍ରାନ୍ତମାନଙ୍କ କିଡନୀ, ହୃଦୟ ଏବଂ ଅନ୍ତଃନଳୀରେ ଏକାଧିକ ଅଙ୍ଗ ଅଚଳ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ କରୋନା ଭୂତାଣୁର ଏହି ନୂତନ ରୂପ ରୁଷରୁ ଫେରିଥିବା ଲୋକଙ୍କ ସହ ଯୋଗାଯୋଗ ଦ୍ୱାରା ବ୍ୟାପିଛି, ଯାହା ୟୁରୋପରେ ସଂକ୍ରମଣର ଭୟଙ୍କର ସ୍ଥିତି ଉପୁଜାଇଥିଲା। ଚୀନରେ ରୁଷ ଲିଙ୍କ୍ ଥିବା କରୋନା ସଂକ୍ରମିତ ଏବଂ ଉତ୍ତର-ପୂର୍ବ ଅଞ୍ଚଳର କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଜେନେଟିକ୍ ମ୍ୟାଚ୍ ଥିବା କ୍ୟୁ କହିଛନ୍ତି।

ବେଜିଂରେ ଚଳିତ ସପ୍ତାହରେ ଆରମ୍ଭ ହେବାକୁ ଥିବା ବାର୍ଷିକ ରାଜନୈତିକ ସମାବେଶକୁ ଦୃଷ୍ଟିରେ ରଖି ଚୀନ କରୋନା ଭୂତାଣୁର ଏହି ନୂତନ କ୍ଲଷ୍ଟରର ପ୍ରସାରକୁ ରୋକିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେଉଛି। ଉତ୍ତର-ପୂର୍ବ ଅଞ୍ଚଳରେ ପୁଣି ଲକଡାଉନ ଘୋଷଣା କରାଯାଇଛି। ଶିକ୍ଷାନୁଷ୍ଠାନ ଓ ଟ୍ରେନ ଚଳାଚଳ ବନ୍ଦ କରିଦିଆଯାଇଥିବା ବେଳେ ଅନ୍ୟାନ ଜନସମାବେଶ କେନ୍ଦ୍ରକୁ ସିଲ କରିଦିଆଯାଇଥିବା ସୂଚନା ରହିଛି।

ଏଭଳି ପରିସ୍ଥିତିରେ ଭୂତାଣୁର ଆକାର, ପ୍ରକୃତି ଓ ଆଚରଣ ନେଇ ଅନିଶ୍ଚିତତା ଲାଗି ରହିଥିବାରୁ ସରକାର କରୋନା ସଂକ୍ରମଣକୁ ରୋକିବା ଦିଗରେ ଏବଂ ଅର୍ଥନୀତିର ସ୍ଥିତି ସୁଧାରିବା ଦିଗରେ ଏହା ବାଧା ସୃଷ୍ଟି କରିପାରେ ବୋଲି ଅନେକ ବୈଜ୍ଞାନିକ ମତ ଦେଇଛନ୍ତି। ବିଶ୍ୱସ୍ତରୀୟ ସର୍ବୋତ୍କୃଷ୍ଟ ଭୂତାଣୁ ଚିହ୍ନଟ ଏବଂ ପରୀକ୍ଷଣ ବ୍ୟବସ୍ଥା ରହିଥିବା ସତ୍ତ୍ୱେ କରୋନା ଭୂତାଣୁର ଏହି ନୂତନ ଧରଣକୁ ଚିହ୍ନଟ କରିବା ଲାଗି ଚୀନ ଯୁଦ୍ଧ ଜାରି ରଖିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe