ବିଷକନ୍ୟା ଜାଲ୍‌ରେ ଫସିଲେ ନେତା, ରାତି ବିତାଇ ହାସଲ କରୁଥିଲେ ଗୁପ୍ତତଥ୍ୟ

ୱାଶିଂଟନ: ସୁନ୍ଦରୀଙ୍କ ପ୍ରେମରେ ଫସିଛନ୍ତି ବହୁ ହାଇପ୍ରୋଫାଇଲ ନେତା। ନେତାଙ୍କ ସହ ରାତି କାଟି ସୁନ୍ଦୀର ଜଣଙ୍କ ହାସଲ କରୁଥିଲେ ଗୁପ୍ତ ତଥ୍ୟ। ଅନେକ ନେତାଙ୍କୁ ନିଜର ମୋହିନୀ ରୂପରେ ବି ଫସାଇବାକୁ ତାଙ୍କୁ ବେଶୀ ସମୟ ଲାଗୁ ନଥିଲା। ବିଷକନ୍ୟାଙ୍କ ଜାଲ୍‌ରେ ଫସି ନେତାମାନେ ବି ତାଙ୍କ ଆଗରେ ସବୁ ଗୁପ୍ତ କଥା ବାନ୍ତି କରିଦେଉଥିଲେ। ଆମେରିକାର ଗୁପ୍ତ ତଥ୍ୟ ଜାଣିବା ପାଇଁ ଚାଇନା କେମିତି ଜଣେ ସୁନ୍ଦରୀଙ୍କ ବ୍ୟବହାର କରିଥିଲା, ଆଜି ତା’ର ସାଂଘାତିକ […]

fg

Hemant Lenka
  • Published: Tuesday, 08 December 2020
  • , Updated: 08 December 2020, 07:34 PM IST

ୱାଶିଂଟନ: ସୁନ୍ଦରୀଙ୍କ ପ୍ରେମରେ ଫସିଛନ୍ତି ବହୁ ହାଇପ୍ରୋଫାଇଲ ନେତା। ନେତାଙ୍କ ସହ ରାତି କାଟି ସୁନ୍ଦୀର ଜଣଙ୍କ ହାସଲ କରୁଥିଲେ ଗୁପ୍ତ ତଥ୍ୟ। ଅନେକ ନେତାଙ୍କୁ ନିଜର ମୋହିନୀ ରୂପରେ ବି ଫସାଇବାକୁ ତାଙ୍କୁ ବେଶୀ ସମୟ ଲାଗୁ ନଥିଲା। ବିଷକନ୍ୟାଙ୍କ ଜାଲ୍‌ରେ ଫସି ନେତାମାନେ ବି ତାଙ୍କ ଆଗରେ ସବୁ ଗୁପ୍ତ କଥା ବାନ୍ତି କରିଦେଉଥିଲେ। ଆମେରିକାର ଗୁପ୍ତ ତଥ୍ୟ ଜାଣିବା ପାଇଁ ଚାଇନା କେମିତି ଜଣେ ସୁନ୍ଦରୀଙ୍କ ବ୍ୟବହାର କରିଥିଲା, ଆଜି ତା’ର ସାଂଘାତିକ ସତ ସାମ୍ନାକୁ ଆସିଛି।

axios.comରେ ପ୍ରକାଶିତ ଖବର ଅନୁଯାୟୀ, ଚାଇନାର ଜଣେ ମହିଳା ପ୍ରାୟ ୫ ବର୍ଷ କାଳ ଆମେରିକାରେ ରହିଥିଲେ। ଏହି ସମୟରେ ମହିଳା ଜଣଙ୍କ ଗୁପ୍ତ ତଥ୍ୟ ହାସଲ ପାଇଁ ଆମେରିକାର ଅନେକ ନେତାଙ୍କୁ ନିଜ ସୁନ୍ଦର ରୂପ ଦେଖାଇ ପ୍ରେମ ଜାଲ୍‌ରେ ଫସାଇଥିଲେ।

ଏପରି କି ମହିଳା ଜଣଙ୍କ କିଛି ନେତାଙ୍କ ସହ ରାତି ମଧ୍ୟ ଅତିବାହିତ କରିଥିଲେ। ସେହି ମହିଳା ଜଣଙ୍କ ହେଉଛନ୍ତି କ୍ରିଷ୍ଟିନ ଫାଙ୍ଗ। ସେ ପ୍ରକୃତରେ ଚାଇନାର ଗୁଇନ୍ଦା ସଂସ୍ଥା ପାଇଁ କାମ କରୁଥିଲେ। ତାଙ୍କୁ ଚାଇନା ଗୁଇନ୍ଦା ସଂସ୍ଥା ଆମେରିକାଠାରୁ ଗୁପ୍ତ ତଥ୍ୟ ହାସଲ ପାଇଁ ନିୟୋଜିତ କରିଥିଲା।

ସେ ମଧ୍ୟ ବିନା କୌଣସି ଦ୍ୱନ୍ଦ୍ୱ ରଖି ଆମେରିକା ଚାଲି ଆସିଥିଲେ। ଏହାପରେ ଆରମ୍ଭ କରିଥିଲେ ସାଂଘାତିକ ଷଡ଼ଯନ୍ତ୍ର। ପ୍ରଥମେ ସେ ନିଜର ସୁନ୍ଦର ଓ ନିରୀହ ଚେହାର ଦ୍ୱାରା କିଛି ଟପ୍‌ ରାଜନେତାଙ୍କୁ ଟାର୍ଗେଟ କରିଥିଲେ। ପ୍ରଥମେ ସେମାନଙ୍କୁ ପ୍ରେମ ଜାଲ୍‌ରେ ଫସାଇ ମିଠାମିଠା କଥା କହୁଥିଲେ। ଯଦି କେହି ଏହି ସମୟରେ ତଥ୍ୟ ଦେଉ ନଥିଲେ, ତା’ହେଲେ କ୍ରିଷ୍ଟିନ ଫାଙ୍ଗ ତାଙ୍କ ସହ ରାତି ବିତାଇବାକୁ ମଧ୍ୟ ପଛାଉ ନଥିଲେ।

ସେ ପ୍ରାୟ ୨ରୁ ୩ ଜଣ ରାଜନେତା ଓ ମେୟରଙ୍କ ସହ ରାତି ମଧ୍ୟ କାଟିଛନ୍ତି। ୨୦୧୧ରୁ ୨୦୧୫ ଯାଏ ସେ ଆମେରିକାର କାର୍ଲିଫର୍ଣ୍ଣିଆରେ ରହୁଥିଲେ। ଏହି ସମୟରେ ସେ କିଛି ରାଜନେତାଙ୍କ ପାଇଁ ନିର୍ବାଚନ ବେଳେ ଅର୍ଥ ଯୋଗାଡ଼ରେ ସହଯୋଗ କରିଥିଲେ। ସବୁ କିଛି ଦୀର୍ଘ ବର୍ଷ ହେଲାଣି ଠିକଠାକ ଚାଲିଥିଲା। ହେଲେ ହଠାତ୍‌ ଏଫବିଆଇର ସନ୍ଦେହ ଘେରକୁ ଚାଲି ଆସିଥିଲେ କ୍ରିଷ୍ଟିନ। ଏହାର ଖବର ବି ତାଙ୍କ ପାଖରେ ଆଗୁଆ ପହଞ୍ଚି ଯାଇଥିଲା। ତେଣୁ ଏଫବିଆଇ ତାଙ୍କ ପାଖରେ ପହଞ୍ଚିବା ପୂର୍ବରୁ ସେ ଆମେରିକାରୁ ଫେରାର ହୋଇଯାଇଥିଲେ।

କ୍ରିଷ୍ଟିନ ଆମେରିକା ସଂସଦର ସବୁଠାରୁ କମ ବୟସ୍କ ସାଂସଦଙ୍କ ନିକଟବର୍ତ୍ତୀ ହେବାକୁ ବି ଚେଷ୍ଟା କରିଥିଲେ। ଆମେରିକା ସାଂସଦ ଏରିକ ସ୍ୱାଲବେଲ ଦ୍ୱିତୀୟ ଥର ନିର୍ବାଚନ ଲଢ଼ିବା ବେଳେ କ୍ରିଷ୍ଟିନ ତାଙ୍କ ପାଇଁ ପାଣ୍ଠି ଯୋଗାଡ଼ କରିଥିଲେ। ଫାଙ୍ଗ ପାଣ୍ଠି ସଂଗ୍ରହ ପାଇଁ ତୁଳସୀ ଗାବାର୍ଡଙ୍କ ସହାୟତା ବି କରିଛନ୍ତି। ନିଜର ରୂପ ଓ କଥା କହିବା ଶୈଳୀ ପାଇଁ କାର୍ଲିଫର୍ଣ୍ଣିଆର ରାଜନୀତିକ ମହଲରେ ଫାଙ୍ଗ ବେଶ ଚର୍ଚ୍ଚାରେ ରହିଥିଲେ। କିନ୍ତୁ ବାସ୍ତବରେ ସେ ଚାଇନାର ସୁରକ୍ଷା ମନ୍ତ୍ରଣାଳୟ ନିର୍ଦ୍ଦେଶରେ କାମ କରୁଥିଲେ। ମନ୍ତ୍ରଣାଳୟ ନିର୍ଦ୍ଦେଶରେ ତଥ୍ୟ ହାସଲ ପାଇଁ ଫାଙ୍ଗ ଦୁଇ ଜଣ ନିର୍ବାଚିତ ମେୟର ଓ ସାଂସଦଙ୍କ ସହ ଶାରିରୀକ ସମ୍ପର୍କ ମଧ୍ୟ ରଖିଥିଲେ।

ଆମେରିକା ଆସିବା ପାଇଁ ଫାଙ୍ଗ କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଆଡମିସନ ନେଇଥିଲେ। ସେ ଚାଇନିଜ ଷ୍ଟୁଡେଣ୍ଟ ଆସୋସିଏସନ ଓ ଏସିଆନ ପ୍ୟାସିଫିକ ଆଇଲ୍ୟାଣ୍ଡର ଆମେରିକାନ ପବ୍ଲିକ ଆଫାୟାର୍ସର ସଭାପତି ଭାବେ କାର୍ଯ୍ୟ କରିଥିଲେ। ଏହି ପଦରେ ରହିବା ବେଳେ କ୍ରିଷ୍ଟିନ କାର୍ଲିଫର୍ଣ୍ଣିଆ ରାଜନୀତିରେ ଏଣ୍ଟ୍ରି କରିଥିଲେ।

ଦୀର୍ଘ ବର୍ଷ ଯାଏ ସେ ତାଙ୍କର କାମ ଜାରି ରଖିଥିଲେ। ହେଲେ ଏଫବିଆଇ ଗୋଟିଏ ମାମଲାର ତଦନ୍ତ କରୁଥିବା ବେଳେ ଫାଙ୍ଗଙ୍କ ବିଷୟରେ ଜାଣିବାକୁ ପାଇଥିଲା। ତେବେ ଏଫବିଆଇ ତାଙ୍କ ପାଖରେ ପହଞ୍ଚିବା ପୂର୍ବରୁ ସେ ଚାଇନା ଫେରାର ହୋଇଯାଇଛନ୍ତି।

Related story