ଚୀନରେ ଘୂର୍ଣ୍ଣିଝଡ ‘ଚାନ୍ ହୋମ’ର ତାଣ୍ଡବ, ୨୫୯୦ କୋଟିର ସମ୍ପତ୍ତି କ୍ଷତି

ବେଜିଙ୍ଗ୍: ଚୀନର ଝେଜିୟାଙ୍ଗ  ଅଞ୍ଚଳରେ ଘୂର୍ଣ୍ଣିଝଡ ‘ଚାନ୍ ହୋମ୍’ ତାଣ୍ଡବ ମଚାଇଛି । ଚାନ୍ ହୋମ୍ ପ୍ରଭାବରେ ପ୍ରବଳ ବର୍ଷା ହେବା ସହ ଘଣ୍ଟାପ୍ରତି ୨୦୦ କି.ମି. ବେଗରେ ପବନ ବହୁଛି। ‘ଚାନ୍ ହୋମ୍’ ପ୍ରଭାବରେ ପ୍ରାୟ ୨୦ ଜଣ ଲୋକ ଆହତ ହୋଇଛନ୍ତି। ସ୍ଥାନୀୟ ପ୍ରଶାସନ ଏକ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି। ଚାନ୍ ହୋମ୍’ ଯୋଗୁଁ ୪୧୦ ମିଲିୟନ୍ (ପ୍ରାୟ ୨୫୯୦କୋଟି) ଟଙ୍କା କ୍ଷତି ହୋଇଥିବା ଝେଜିୟାଙ୍ଗ ପ୍ରଶାସନ ସୂଚନା ଦେଇଛନ୍ତି। […]

storm

Rakesh Mallick
  • Published: Sunday, 12 July 2015
  • , Updated: 04 May 2017, 03:45 PM IST

ବେଜିଙ୍ଗ୍: ଚୀନର ଝେଜିୟାଙ୍ଗ  ଅଞ୍ଚଳରେ ଘୂର୍ଣ୍ଣିଝଡ ‘ଚାନ୍ ହୋମ୍’ ତାଣ୍ଡବ ମଚାଇଛି । ଚାନ୍ ହୋମ୍ ପ୍ରଭାବରେ ପ୍ରବଳ ବର୍ଷା ହେବା ସହ ଘଣ୍ଟାପ୍ରତି ୨୦୦ କି.ମି. ବେଗରେ ପବନ ବହୁଛି। ‘ଚାନ୍ ହୋମ୍’ ପ୍ରଭାବରେ ପ୍ରାୟ ୨୦ ଜଣ ଲୋକ ଆହତ ହୋଇଛନ୍ତି। ସ୍ଥାନୀୟ ପ୍ରଶାସନ ଏକ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି। ଚାନ୍ ହୋମ୍’ ଯୋଗୁଁ ୪୧୦ ମିଲିୟନ୍ (ପ୍ରାୟ ୨୫୯୦କୋଟି) ଟଙ୍କା କ୍ଷତି ହୋଇଥିବା ଝେଜିୟାଙ୍ଗ ପ୍ରଶାସନ ସୂଚନା ଦେଇଛନ୍ତି। ୫୧ହଜାର ଜାହାଜକୁ ବନ୍ଦରକୁ ଫେରାଇ ଅଣାଯିବା ସହ ୪୫୯ ବିମାନ ଉଡାଣ ରଦ୍ଦ କରାଯାଇଛି। ଏଥିସହ ୧୦୦ଟି ଟ୍ରେନ ବାତିଲ କରାଯାଇଛି। ୩ଦିନ ହେବ ତାଇୱ୍ୱାନରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

ଘୂର୍ଣ୍ଣିଝଡ ନେଇ ପାଣିପାଗ ବିଭାଗ ପୂର୍ବରୁ ହାଇ ଆଲର୍ଟ ଜାରି କରିଥିଲା। ଏହି ଘୂର୍ଣ୍ଣିଝଡର କେନ୍ଦ୍ରସ୍ଥଳୀ ପୂର୍ବ ଚୀନ ସାଗରର ଝେଜିୟାଙ୍ଗ ଅଞ୍ଚଳର ୨୩୫ କିଲୋମିଟର ଦକ୍ଷିଣ-ପୂର୍ବରେ ଥିଲା। ବର୍ତ୍ତମାନ ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଏହି ଘୂର୍ଣ୍ଣିଝଡ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ୧୯୪୯ ପରେ ଝେଜିୟାଙ୍ଗରେ ହୋଇଥିବା ଘୂର୍ଣ୍ଣିଝଡ ମଧ୍ୟରୁ ଏହା ସବୁଠାରୁ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି।

Related story