ଭୋପାଲରେ ଗ୍ୟାସ୍‌ ଟ୍ରାଜେଡି; କିଏ ଅଣନିଃଶ୍ୱାସୀ ତ କିଏ ବେହୋସ ହେଲେ

ଭୋପାଲ:  ମଧ୍ୟପ୍ରଦେଶର ରାଜଧାନୀ ଭୋପାଲରେ ୨୮ ବର୍ଷ ପରେ ପୁଣି ଥରେ ହୋଇଛି ଗ୍ୟାସ୍‌ ଟ୍ରାଜେଡି। ଏଥିନିମନ୍ତେ ଲୋକେ ଖୁବ୍‌ ଭୟଭୀତ ହୋଇ ପଡ଼ିଛନ୍ତି। ଭୋପାଲର ଏକ  ୱାଟର ଫିଲଟର ପ୍ଲାଣ୍ଟରୁ  ନିର୍ଗତ କ୍ଲୋରିନ ଗ୍ୟାସ୍‌ ଯୋଗୁ ଏପରି ଅବସ୍ଥା ସୃଷ୍ଟି ହୋଇଥିବା ଜଣାଯାଇଛି। ଭୋପାଲର ମଦର ଇଣ୍ଡିଆ କଲୋନୀ ବସ୍ତି ନିକଟରେ ଥିବା ଏକ ୱାଟର ଫିଲଟର ପ୍ଲାଣ୍ଟରୁ  ବୁଧବାର ରାତିରେ କ୍ଲୋରିନ ଗ୍ୟାସ୍‌ ଲିକ୍‌ ହେଉଥିବା ଜଣାପଡ଼ିଥିଲା। ପ୍ଲାଣ୍ଟରେ ଲାଗିଥିବା ୯ଶହ କେଜି ସିଲିଣ୍ଡରରେ […]

rescue

rescue

Niharika Rout
  • Published: Thursday, 27 October 2022
  • Updated: 27 October 2022, 01:54 PM IST

Sports

Latest News

ଭୋପାଲ:  ମଧ୍ୟପ୍ରଦେଶର ରାଜଧାନୀ ଭୋପାଲରେ ୨୮ ବର୍ଷ ପରେ ପୁଣି ଥରେ ହୋଇଛି ଗ୍ୟାସ୍‌ ଟ୍ରାଜେଡି। ଏଥିନିମନ୍ତେ ଲୋକେ ଖୁବ୍‌ ଭୟଭୀତ ହୋଇ ପଡ଼ିଛନ୍ତି। ଭୋପାଲର ଏକ  ୱାଟର ଫିଲଟର ପ୍ଲାଣ୍ଟରୁ  ନିର୍ଗତ କ୍ଲୋରିନ ଗ୍ୟାସ୍‌ ଯୋଗୁ ଏପରି ଅବସ୍ଥା ସୃଷ୍ଟି ହୋଇଥିବା ଜଣାଯାଇଛି।

ଭୋପାଲର ମଦର ଇଣ୍ଡିଆ କଲୋନୀ ବସ୍ତି ନିକଟରେ ଥିବା ଏକ ୱାଟର ଫିଲଟର ପ୍ଲାଣ୍ଟରୁ  ବୁଧବାର ରାତିରେ କ୍ଲୋରିନ ଗ୍ୟାସ୍‌ ଲିକ୍‌ ହେଉଥିବା ଜଣାପଡ଼ିଥିଲା। ପ୍ଲାଣ୍ଟରେ ଲାଗିଥିବା ୯ଶହ କେଜି ସିଲିଣ୍ଡରରେ ବୈଷୟିକ ତ୍ରୁଟି ଦେଖାଯିବାରୁ ଏପରି ଗ୍ୟାସ୍‌ ଲିକ୍‌ ହୋଇଥିବା ଜଣାଯାଇଛି। ଏହି ଗ୍ୟାସ୍‌ ଆଖି ପିଛୁଳାକେ ଚାରିଆଡ଼େ ବ୍ୟାପି ଯାଇଥିବା ବେଳେ ନିକଟରେ ଥିବା ଲୋକେ ଅସ୍ୱସ୍ତିକର ଅନୁଭବ କରିଥିଲେ। ଏପରିକି ସେମାନଙ୍କ ମଧ୍ୟରୁ ବହୁ ଜଣ ବେହୋସ ହୋଇ ପଡ଼ିଥିବା ବେଳେ ବହୁ ଜଣଙ୍କ ଆଖିରେ ଯନ୍ତ୍ରଣା ଅନୁଭବ ହେଉଥିଲା। ଏପରିକି କେତେ ଜଣ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ।

ଖବର ପାଇ ତୁରନ୍ତ କଲେକ୍ଟର, ନିଗମ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ୩ ଅସୁସ୍ଥଙ୍କୁ ହସ୍ପିଟାଲ ପଠାଇଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାଯାଇଛି।

ନିଗମ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଖୋଜାଖୋଜି କରାଯାଇ ନିକଟରେ ଥିବା ୱାଟର ଫିଲଟର ପ୍ଲାଣ୍ଟରୁ କ୍ଲୋରିନ ଗ୍ୟାସ୍‌ ଲିକ୍‌ ହେଉଥିବା ଜଣାପଡ଼ିଲା। ତତ୍‌କ୍ଷଣାତ ଏକ କ୍ରେନ୍‌ ସାହାଯ୍ୟରେ ଉକ୍ତ ସିଲିଣ୍ଡରକୁ ପାଣିରେ ପକାଇ ଦିଆଗଲା।  ସେଥିରେ ୫ କେଜି କାଷ୍ଟିକ ସୋଡା ପକାଇ ଉକ୍ତ ଲିକେଜକୁ ବନ୍ଦ କରାଯାଇଥିବା ଜଣାଯାଇଛି। ଗ୍ୟାସ୍‌ ସିଲିଣ୍ଡରକୁ ଟାଙ୍କିରେ ପକାଇବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ଟାଙ୍କିରୁ ପାଣି ସପ୍ଲାଏ ବନ୍ଦ କରି ଦିଆଯାଇଛି।

ଏହି ଘଟଣାର ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇ କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ଟ୍ୱିଟ କରି କହିଛନ୍ତି।

ଏହି ଘଟଣାର ବିସ୍ତୃତ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଗକୁ ଯେପରି ଏପରି ଘଟଣା ନ ଘଟେ ସେଥିନିମନ୍ତେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଉଠାଯିବ ବୋଲି ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ପ୍ରାୟ ୨୮ ବର୍ଷ ପୂର୍ବେ ୧୯୮୪ ମସିହାରେ ଭୋପାଳରେ ହୋଇଥିବା ଗ୍ୟାସ୍‌ ଟ୍ରାଜେଡିରେ ବହୁ ଲୋକଙ୍କ ଜୀବନ ଯାଇଥିଲା। ଏହି ଘଟଣା ମନରୁ ଲିଭି ନ ଥିବା ବେଳେ ପୁଣି ଥରେ ଏପରି ଏକ ଘଟଣା ଯୋଗୁ ଭୋପାଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story