ମୁମ୍ବାଇ: ଆୟକର ବିଭାଗ ରାଡାର୍ରେ ବିଜୟୱାଡ଼ାର ଜଣେ ଚକୋଲେଟ୍ ବିକାଳି। ତାଙ୍କ ଏକାଉଣ୍ଟରେ ଅଛି ୧୮ କୋଟି ଟଙ୍କା। ତାଙ୍କ ନାଁ ସି କିଶୋର ଲାଲ। ବୟସ ୩୦ ବର୍ଷ।
କିଶୋର ଘର ଘର ବୁଲି ଚକୋଲେଟ୍ ବିକ୍ରି କରନ୍ତି। ତାଙ୍କର ଦୈନନ୍ଦିନର ଆୟ ସହିତ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ଜମା ରାଶିର ମେଳ ଖାଉନି। ତାଙ୍କ ବ୍ୟାଙ୍କ ଜମା ଖାତାରେ ୧୮,୧୪,୯୮,୮୧୫ ଟଙ୍କା ଅଛି। ଏଇ ନିକଟରେ ସେ ବିଜୟୱାଡ଼ାର ବ୍ରାହ୍ମିନ ଷ୍ଟ୍ରୀଟ୍ ସ୍ଥିତ ଶ୍ରୀ ରେଣୁକାମାତା ମଲ୍ଟିଷ୍ଟେଟ୍ କୋ-ଅପରେଟିଭ୍ ଅର୍ବାନ କ୍ରେଡିଟ୍ ସୋସାଇଟିରେ ଏକ ଏକାଉଣ୍ଟ ଖୋଲିଥିଲେ। ମୁମ୍ବାଇରୁ ତାଙ୍କ ଏକାଉଣ୍ଟକୁ ଟଙ୍କା ଆସୁଥିବା ଜଣାପଡ଼ିଛି। ଏହି ଟ୍ରାଞ୍ଜାକ୍ସନକୁ ନେଇ ସନ୍ଦେହ ପ୍ରକାଶ କରିଛି ଆୟକର ବିଭାଗ। ଏଣୁ କିଶୋରଙ୍କ ପାଖକୁ ନୋଟିସ୍ ମଧ୍ୟ ପଠାଇଥିଲେ। କିନ୍ତୁ ସେ ଆୟକର ବିଭାଗକୁ କହିଛନ୍ତି ଯେ ଏ ବିଷୟରେ ତାଙ୍କୁ କିଛି ଜଣାନାହିଁ। ତାଙ୍କ ସହିତ ବ୍ୟାଙ୍କ କର୍ତ୍ତୃପକ୍ଷ ବି ଆୟକର ବିଭାଗର ସନ୍ଦେହ ଘେରରେ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।