ଇମ୍ରାନ୍‌ଙ୍କ ପାକ୍‌ରେ ହ୍ରାସ ପାଉଛି ଧାର୍ମିକ ସ୍ୱାଧୀନତା: ଜାତିସଂଘ

ଇସ୍‌ଲାମାବାଦ୍‌: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସଂଖ୍ୟାଲଘୁଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବାବେଳେ ବାସ୍ତବରେ ଧାର୍ମିକ ସ୍ୱାଧୀନତାର ଚିତ୍ର କିଛି ଅଲଗା ରହିଛି ବୋଲି ଜଣାପଡ଼ିଛି। ଜାତିସଂଘର ଏକ କମିଟି ପକ୍ଷରୁ କୁହାଯାଛି ଇମ୍ରାନ୍‌ଙ୍କ ନେତୃତ୍ୱରେ ପାକିସ୍ତାନର ତେହରିକ୍‌-ଈ-ଇନ୍‌ସାଫ୍‌ ସରକରରେ ବୈଷମ୍ୟବାଦୀ ବିଲ୍‌ସବୁ ଅଣାଯାଇଛି ଯାହାକି ଚରମପନ୍ଥୀଙ୍କୁ ସଶକ୍ତ କରୁଛି। ଏହି ଚରମପନ୍ଥୀମାନେ ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରିବାକୁ ପରୋକ୍ଷରେ ସରକାରଙ୍କଠାରୁ ସାହାସ ପାଉଥିବା ଏଥିରେ କୁହାଯାଇଛି। ଡିସେମ୍ବର ମାସରେ ହିଁ ରିଲିଜ୍‌ ହୋଇଥିବା […]

imran

imran

Subrat Kumar Nayak
  • Published: Sunday, 15 December 2019
  • Updated: 15 December 2019, 05:39 PM IST

Sports

Latest News

ଭଲ ସରକାର କିପରି?
Wednesday, 20 November 2024

ଇସ୍‌ଲାମାବାଦ୍‌: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସଂଖ୍ୟାଲଘୁଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବାବେଳେ ବାସ୍ତବରେ ଧାର୍ମିକ ସ୍ୱାଧୀନତାର ଚିତ୍ର କିଛି ଅଲଗା ରହିଛି ବୋଲି ଜଣାପଡ଼ିଛି। ଜାତିସଂଘର ଏକ କମିଟି ପକ୍ଷରୁ କୁହାଯାଛି ଇମ୍ରାନ୍‌ଙ୍କ ନେତୃତ୍ୱରେ ପାକିସ୍ତାନର ତେହରିକ୍‌-ଈ-ଇନ୍‌ସାଫ୍‌ ସରକରରେ ବୈଷମ୍ୟବାଦୀ ବିଲ୍‌ସବୁ ଅଣାଯାଇଛି ଯାହାକି ଚରମପନ୍ଥୀଙ୍କୁ ସଶକ୍ତ କରୁଛି। ଏହି ଚରମପନ୍ଥୀମାନେ ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରିବାକୁ ପରୋକ୍ଷରେ ସରକାରଙ୍କଠାରୁ ସାହାସ ପାଉଥିବା ଏଥିରେ କୁହାଯାଇଛି।

ଡିସେମ୍ବର ମାସରେ ହିଁ ରିଲିଜ୍‌ ହୋଇଥିବା ଏକ ୪୭ ପୃଷ୍ଠାର ରିପୋର୍ଟରେ ଏଭଳି ସାଂଘାତିକ ତଥ୍ୟ ଆସିଛି। ଜାତିସଂଘର ଅର୍ଥନୀତିକ ଏବଂ ସାମାଜିକ ପରିଷଦ ଦ୍ୱାରା ଗଠିତ ‘ୟୁନାଇଟେଡ୍‌ ନେସନ୍ସ କମିଶନ୍‌ ଅନ୍‌ ଦି ଷ୍ଟାଟସ୍‌ ଅଫ୍‌ ୱିମେନ୍‌’ ନାମକ କମିଶନ୍‌ ସଂଖ୍ୟାଲଘୁଙ୍କ ସ୍ଥିତି ନେଇ ଚିନ୍ତା ପ୍ରକଟ କରିଛନ୍ତି। ଧର୍ମଦ୍ରୋହ ଆଇନ୍‌ ଏବଂ ଅହମଦୀୟା ବିରୋଧୀ ବିଧେୟକର ରାଜନୀତିକରଣ ଫଳରେ କେବଳ ଧାର୍ମିକ ସଂଖ୍ୟାଲଘୁଙ୍କୁ ନିର୍ଯାତନା ଦିଆଯାଉନାହିଁ, ଏହା ଦ୍ୱାରା ରାଜନୀତିକ ଫାଇଦା ମଧ୍ୟ ନିଆଯାଉଛି।

କମିଶନ୍‌ ଜାଣିବାକୁ ପାଇଛନ୍ତି, ହିନ୍ଦୁ ଏବଂ ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟ ବିଶେଷ କରି ମହିଳା ଓ ଯୁବତୀମାନେ ଏହି ଇସଲାମିକ୍‌ ଦେଶରେ ଦୁର୍ବଳ ସ୍ଥିତିରେ ଅଛନ୍ତି। ରିପୋର୍ଟରେ ଲେଖାଯାଇଛି, “ପ୍ରତିବର୍ଷ ଶହଶହ ଯୁବତୀଙ୍କୁ ଧର୍ମାନ୍ତରଣ ପାଇଁ ଏବଂ ମୁସଲିମ୍‌ ପୁରୁଷଙ୍କୁ ବିବାହ କରିବାକୁ ବାଧ୍ୟ କରାଯାଉଛି। ପୀଡ଼ିତାମାନେ ଧମକ କାରଣରୁ ଆଉ ପରିବାରକୁ ଫେରିପାରନ୍ତିନି। ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ନେଉନଥିବା, ନ୍ୟାୟ ବ୍ୟବସ୍ଥାରେ ଦୁର୍ବଳତା ଏବଂ ଧାର୍ମିକ ସଂଖ୍ୟାଲଘୁମାନଙ୍କୁ ପୁଲିସ୍‌ ଓ ନ୍ୟାୟ କ୍ଷେତ୍ରରେ ବୈଷମ୍ୟତା ଆଦି କାରଣରୁ ସେମାନେ ଚୁପ୍‌ ରହୁଛନ୍ତି।”

ଧାର୍ମିକ ସଂଖ୍ୟାଲଘୁମାନେ ସେଠାରେ ଦ୍ୱିତୀୟ ଶ୍ରେଣୀ ନାଗରିକ ଭାବେ ବଞ୍ଚୁଥିବା ନେଇ କମିଶନ୍‌ ବେଶ୍‌ କିଛି ଉଦାହରଣ ଦେଇଛନ୍ତି। ୨୦୧୯ ମସିହା ମେ’ ମାସରେ ରମେଶ କୁମାର ମାଝି ନାମକ ଜଣେ ପଶୁ ଡାକ୍ତରଙ୍କ ନାମରେ ଧର୍ମଦ୍ରୋହ ମାମଲା ଆସିଥିଲା। ଏହାପରେ ତୁରନ୍ତ ଏହି କଥା ସ୍ଥାନୀୟ ଅଞ୍ଚଳରେ ବ୍ୟାପିଯାଇଥିଲା ଏବଂ ତାଙ୍କ ଭେଟେରିନାରୀ କ୍ଲିନିକ୍‌ ଓ ଦୋକାନରେ ନିଆଁ ଲଗାଦିଆଯାଇଥିଲା। ଇସଲାମ୍‌କୁ ଅପମାନିତ କଲେ ତାକୁ ଅପରାଧ ଭାବେ ପାକିସ୍ତାନରେ ଚିତ୍ରିତ କରାଯାଉଥିବାବେଳେ ଏହାକୁ ବ୍ୟବହାର କରି ଧାର୍ମିକ ସଂଖ୍ୟାଲଘୁଙ୍କ ନାମରେ ମିଛ ମାମଲା ମଧ୍ୟ ଲଦିଦିଆଯାଉଥିବା ଅଭିଯୋଗ ଆସିଛି। ବିଶେଷ କରି ପଞ୍ଜାବ ଓ ସିନ୍ଧ ପ୍ରଦେଶରେ ହିନ୍ଦୁ ଓ ଖ୍ରୀଷ୍ଟିଆନ୍‌ ଯୁବତୀଙ୍କର ଜବରଦସ୍ତ ବିବାହ ଏବଂ ଧର୍ମାନ୍ତରୀକରଣ କମିଶନ୍‌ ଏହି ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ପ୍ରାୟ ଘଟଣାରେ ଯୁବତୀଙ୍କ ବୟସ ୧୮ରୁ କମ୍‌ ରହିଥିବା ଏହି ରିପୋର୍ଟରେ କୁହାଯାଇଛି।

ଏମାନେ ପ୍ରାୟ ଗରିବ ଏବଂ ମଧ୍ୟବିତ୍ତ ପରିବାରର ହୋଇଥିବାରୁ ଏମାନେ ଆଇନଗତ ଭାବେ ଲଢ଼ିପାରୁନଥିବା ଜଣାଯାଇଛି। ତେଣୁ ଯୁବତୀଙ୍କ ଧର୍ମାନ୍ତରୀକରଣ ପାଇଁ ଅର୍ଥନୀତିକ କାରଣ ମଧ୍ୟ ସେମାନଙ୍କୁ ସୁହାଉଛି। ଧାର୍ମିକ ସଂଖ୍ୟାଲଘୁ ବର୍ଗର ପିଲାମାନଙ୍କୁ ସଂଖ୍ୟାବହୁଳ ଧର୍ମର ଶିକ୍ଷକ ଓ ସହପାଠୀ ଶାରିରୀକ ଓ ମାନସିକ ନିର୍ଯାତନା, ପରିହାସ, ଅପମାନ ଦେଉଥିବା ଏବଂ ମାଡ଼ ମାରୁଥିବା ମଧ୍ୟ କମିଶନ୍‌ ଏହି ରିପୋର୍ଟରେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story