କାର୍ଯ୍ୟକାରୀ ହେଲା ସିଏଏ, ବିଜ୍ଞପ୍ତି ଜାରି କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ୩ଟି ପଡ଼ୋଶୀ ରାଷ୍ଟ୍ରରେ ଧର୍ମ ଭିତ୍ତିରେ ନିର୍ଯାତିତ ସଂଖ୍ୟାଲଘୁଙ୍କୁ ନାଗରିକତା ଦେବାକୁ ଥିବା ନାଗରିକତା ସଂଶୋଧନ ଆଇନ (ସିଏଏ) ୧୦ ତାରିଖରୁ କାର୍ଯ୍ୟକାରୀ ହୋଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ଏହି ବିଷୟରେ ସୂଚନା ଦିଆଯାଇଛି। ଏହି ଆଇନ ବଳରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ନିଜ ଧର୍ମ ପାଇଁ ନିର୍ଯାତନାର ଶିକାର ହେଉଥିବା ସଂଖ୍ୟାଲଘୁ ଯଥା ହିନ୍ଦୁ, ଶିଖ୍‌, ଖ୍ରୀଷ୍ଟିଆନ୍‌, ପାର୍ସୀ, ବୌଦ୍ଧ ଏବଂ ଜୈନ ଧର୍ମାବଲମ୍ବୀଙ୍କୁ ନାଗରିକତା […]

parliament

parliament

Subrat Kumar Nayak
  • Published: Saturday, 11 January 2020
  • Updated: 11 January 2020, 05:13 PM IST

Sports

Latest News

ନୂଆଦିଲ୍ଲୀ: ୩ଟି ପଡ଼ୋଶୀ ରାଷ୍ଟ୍ରରେ ଧର୍ମ ଭିତ୍ତିରେ ନିର୍ଯାତିତ ସଂଖ୍ୟାଲଘୁଙ୍କୁ ନାଗରିକତା ଦେବାକୁ ଥିବା ନାଗରିକତା ସଂଶୋଧନ ଆଇନ (ସିଏଏ) ୧୦ ତାରିଖରୁ କାର୍ଯ୍ୟକାରୀ ହୋଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ଏହି ବିଷୟରେ ସୂଚନା ଦିଆଯାଇଛି। ଏହି ଆଇନ ବଳରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ନିଜ ଧର୍ମ ପାଇଁ ନିର୍ଯାତନାର ଶିକାର ହେଉଥିବା ସଂଖ୍ୟାଲଘୁ ଯଥା ହିନ୍ଦୁ, ଶିଖ୍‌, ଖ୍ରୀଷ୍ଟିଆନ୍‌, ପାର୍ସୀ, ବୌଦ୍ଧ ଏବଂ ଜୈନ ଧର୍ମାବଲମ୍ବୀଙ୍କୁ ନାଗରିକତା ମିଳିବ।

ତେବେ ସର୍ତ୍ତ ରହିଛି ସେମାନେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତରେ ରହୁଥିବେ। ଏହା ଗତ ବର୍ଷ ଡିସେମ୍ବର ୧୧ରେ ସଂସଦରେ ପାରିତ ହୋଇଥିଲା। କିନ୍ତୁ କେନ୍ଦ୍ର ସରକାର ଏହି ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଏଯାଏ ନିୟମ ଫ୍ରେମ୍‌ କରିନାହାନ୍ତି।

ବିଜ୍ଞପ୍ତିରେ କୁହାଯାଇଛି, “ନାଗରିକତା ସଂଶୋଧନ ଆଇନ, ୨୦୧୯ ଅଧୀନରେ ଧାରା ୧ର ଉପ-ଧାରା ୨ ଅନୁଯାୟୀ କେନ୍ଦ୍ର ସରକାର ୧୦ ଜାନୁଆରୀ ୨୦୨୦କୁ ଏହି ଆଇନ କାର୍ଯ୍ୟକାରୀ ହେବାର ତାରିଖ ଭାବେ ଘୋଷଣା କରିଛନ୍ତି।”

1

ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି, ସେମାନେ କହୁଛନ୍ତି ଦେଶରେ ପ୍ରଥମ ଥର ପାଇଁ ଧର୍ମ ଆଧାରରେ ଏଭଳି ନାଗରିକତା ମିଳୁଛି। ଏହା ଦେଶର ସମ୍ବିଧାନ ବିରୋଧୀ ବୋଲି ସେମାନେ କହିଛନ୍ତି। ଏହା ଏନ୍‌ଆରସି ପୂର୍ବର ପଦକ୍ଷେପ ଏବଂ ଏହା ଫଳରେ କେତେକ ମୁସଲିମ୍‌ ନାଗରିକତା ହରାଇବେ ବୋଲି ଆଶଙ୍କା କରି କିଛି ଗୋଷ୍ଠୀ ବିରୋଧ କରିଆସୁଥିଲେ। ସେମାନେ କହିଛନ୍ତି, କିଛି ଗରିବ ଲୋକଙ୍କର ଜାତୀୟତା ପ୍ରମାଣ କରିବା ପାଇଁ କାଗଜପତ୍ର ନାହିଁ।

ଏଏଫ୍‌ପି ନାମକ ଖବର ସରବରାହ ସଂସ୍ଥାର ତଥ୍ୟ ଅନୁଯାୟୀ, ସିଏଏକୁ ବିରୋଧ କରି କରାଯାଉଥିବା ଆନ୍ଦୋଳନରେ ୨୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଶହଶହ ଲୋକ ଅଟକ ରହିଛନ୍ତି। କେନ୍ଦ୍ର ସରକାର ଏବଂ କେନ୍ଦ୍ରରେ କ୍ଷମତାସୀନ ବିଜେପି ପକ୍ଷରୁ କୁହାଯାଇଛି, ଏହି ୩ ରାଷ୍ଟ୍ରରେ ଥିବା ସଂଖ୍ୟାଲଘୁମାନେ ଧର୍ମ ଭିତ୍ତିରେ ନିର୍ଯାତନାର ଶିକାର ହେବାପରେ ସେମାନେ ଭାରତ ଆସିବା ଛଡ଼ା କିଛି ଉପାୟ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story