ବେଦରଦି ବାପାର ବିଭତ୍ସକାଣ୍ଡ: ଆଲ୍ଲାଙ୍କୁ ଖୁସି କରିବା ପାଇଁ ମନ୍ତ୍ର ପଢି ଝିଅର ବେକ କାଟିଦେଲେ

ଯୋଧପୁର: ପୁଣ୍ୟ ନାମରେ ପାପକୁ ଆଶ୍ରା। ଧର୍ମ ଅର୍ଜନ ପାଇଁ ଅଧର୍ମ କାମ। କ୍ରୁରତାର ସବୁ ସୀମା ଲଂଘିଗଲା । ବେଦରଦି ବାପାର ବିଭତ୍ସକାଣ୍ଡ।  ଆଲ୍ଲାଙ୍କୁ ଖୁସି କରିବାକୁ ଯାଇ ଜଣେ ବାପା ତା’ ଝିଅର ଜୀବନ ନେଇଯାଇଛି। ରମଜାନ ପରି ପୂଣ୍ୟ ମାସରେ ଆଲ୍ଲାଙ୍କୁ ଖୁସି କରାଇବା ଉଦ୍ଦେଶ୍ୟରେ ଜଣେ ବାପା ତା’ର ୪ବର୍ଷର ଝିଅକୁ ଗଳାକାଟି ହତ୍ୟା କରିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ରାଜସ୍ଥନର […]

f-777

f-777

Rakesh Mallick
  • Published: Sunday, 10 June 2018
  • Updated: 10 June 2018, 04:40 PM IST

Sports

Latest News

ଯୋଧପୁର: ପୁଣ୍ୟ ନାମରେ ପାପକୁ ଆଶ୍ରା। ଧର୍ମ ଅର୍ଜନ ପାଇଁ ଅଧର୍ମ କାମ। କ୍ରୁରତାର ସବୁ ସୀମା ଲଂଘିଗଲା । ବେଦରଦି ବାପାର ବିଭତ୍ସକାଣ୍ଡ।  ଆଲ୍ଲାଙ୍କୁ ଖୁସି କରିବାକୁ ଯାଇ ଜଣେ ବାପା ତା’ ଝିଅର ଜୀବନ ନେଇଯାଇଛି। ରମଜାନ ପରି ପୂଣ୍ୟ ମାସରେ ଆଲ୍ଲାଙ୍କୁ ଖୁସି କରାଇବା ଉଦ୍ଦେଶ୍ୟରେ ଜଣେ ବାପା ତା’ର ୪ବର୍ଷର ଝିଅକୁ ଗଳାକାଟି ହତ୍ୟା କରିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ରାଜସ୍ଥନର ଯୋଧପୁରରେ।

ନୱାବ ଅଲ୍ଲୀ କୁରେସି ନାମକ ଜଣେ ୨୬ବର୍ଷୀୟ ବ୍ୟକ୍ତି ଗତ ଶନିବାର ତାଙ୍କ ୪ବର୍ଷର ଝିଅ ରିଜୱାନାର ଗଳାକାଟି ହତ୍ୟା କରିଛନ୍ତି। ଶୁକ୍ରବାର ସକାଳେ ରିଜୱାନାଙ୍କର ଶବ ଘରୁ ମିଳିଥିଲା। କବାଟ ବନ୍ଦ ଥିବାରୁ ସମସ୍ତଙ୍କର ସନ୍ଦେହ  ନୱାବ ଅଲ୍ଲୀଙ୍କ ଉପରକୁ ଯାଇଥିଲା। ପଚରାଉଚରା ସମୟରେ ନୱାବ ହତ୍ୟା କରିଥିବା କଥା ନିଜେ ସ୍ୱୀକାର କରିଥିଲେ। ସେ କହିଥିଲେ "ସେ ତାଙ୍କର ପ୍ରିୟ ଝିଅ ରିଜୱାନାଙ୍କ ବଳିଦାନ ଦେଇ ଆଲ୍ଲାଙ୍କୁ ଖୁସି କରିବାକୁ ଚାହୁଁଥିଲେ।"

ଗୁରୁବାର ମଧ୍ୟାହ୍ନରେ କୁରେସି ରିଜୱାନାଙ୍କୁ ବଜାର ନେଇ ଅନେକ ଉପହାର କିଣି ଦେଇଥିଲେ ଏବଂ କହିଥିଲେ ସେ ତାଙ୍କୁ ଖୁବ୍‌ ଭଲ ପାଆନ୍ତି। ରାତିରେ ଯେତେବେଳେ ପରିବାର ଲୋକେ ସମସ୍ତେ ଛାତ ଉପରେ ଶୋଇଗଲେ ସେ ରିଜୱାନାଙ୍କୁ ତଳ ଘରକୁ ନେଇଆସିଲେ। କିଛି ସମୟ ମନ୍ତ୍ର ପଢିଲେ ଏବଂ ଛୁରୀରେ ରିଜୱାନାଙ୍କ ଗଳାକାଟି ହତ୍ୟା କରିଦେଲେ। ଭୋରୁ ୫ଟାରେ କୁରେସିଙ୍କ ସ୍ତ୍ରୀ ଉଠି ରିଜୱାନାଙ୍କୁ ଖୋଜିଥିଲେ। ଏହି ସମୟରେ ସେ ରିଜୱାନାଙ୍କୁ ମୃତ ଅବସ୍ଥାରେ ଘର ଚଟାଣରେ ପଡିଥିବା ଦେଖିବାକୁ ପାଇ ଥିଲେ।  ସଙ୍ଗେସଙ୍ଗେ ସେ ରିଜୱାନାକୁ ମେଡିକାଲ ନେଇଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରଥମେ ଘଟଣା ସମ୍ପର୍କର ମିଛ କହିବା ପରେ ଅଧିକ ଜେରା କରିବାରୁ ସତକଥା ମାନିଯାଇଥିଲେ କୁରେସି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos